ଶ୍ରୀଜଗନ୍ନାଥଙ୍କ ରଥ: ନନ୍ଦିଘୋଷ ଆମ ଓଡ଼ିଶାଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By Samaja Digital Last updated Jul 14, 2018 0 Share ଶ୍ରୀଜଗନ୍ନାଥଙ୍କ ରଥ: ନନ୍ଦିଘୋଷ ରଥର ଅନ୍ୟ ନାମ- ଚକ୍ରଧ୍ବଜ ବା ଗରୁଡ ଧ୍ବଜ ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୪୨ ରଥର ଉଚ୍ଚତା- ୪୫ ଫୁଟ୍ ୬ ଇଞ୍ଚ ରଥର ଚକ ସଂଖ୍ୟା- ଷୋଡଶ ସିଦ୍ଧି ଅନୁପାତରେ ୧୬ ରଥ ରକ୍ଷକ- ଇନ୍ଦ୍ର ରଥାଧୀପ- ବୈନତେୟ ରଥ ଧ୍ବଜାରେ- ହନୁମାନ ରଥପାଳ- ଭୈରବ, ନରସିଂହ ରଥର ଆୟୁଧ- ଶଙ୍ଖ ଓ ଚକ୍ର ରଥ ଦେବତା- ନୃସିଂହ ରଥର ଆବରଣ- ପୀତ ଓ ଲୋହିତ(ହଳଦିଆ ଓ ନାଲି କନା) ରଥର ଅଶ୍ବ ସଂଖ୍ୟା- ୪(ଏମାନଙ୍କ ବର୍ଣ୍ଣ ଧଳା) ରଥର ଅଶ୍ବ ନାମ- ଶଙ୍ଖ, ବଳାହକ, ଶ୍ବେତ, ହରିଦ୍ବାଶ(ମତାନ୍ତରେ ଏମାନଙ୍କର ନାମ ସୌବ୍ୟ ସୁଗ୍ରୀବ, ମେଘ, ପୁଷ୍ପ, ବଳାହକ) ରଥର ସାରଥି- ଦାରୁକ ରଥ ଦଉଡି ବା ରଜ୍ଜୁ- ଶଙ୍ଖଚୁଡ ନାମ୍ନୀ ନାଗୁଣୀ ରଥ ମୁଖ- ନାନ୍ଦି ମୁଖ ରଥ ଦେବୀ- ଯୋଗମାୟା ରଥ ଭୈରବୀ- ଏକପାଦ(ମତାନ୍ତରେ ଘଣ୍ଟାକର୍ଣ୍ଣ) ରଥ ଯକ୍ଷ- ହର୍ଯ୍ୟକ୍ଷ ଗର୍ଭାଧିଶ୍ବର- ହିରଣ୍ୟଗର୍ଭା, ଉତ୍କର୍ଷଣୀ-କ୍ରୀୟା, ଯୋଗ, ଆଜ୍ଞା, ଅନୁଜ୍ଞା, ପ୍ରଜ୍ଞା ଓ ମେଧା ଋଷି ପଟାରେ- ନାରଦ, ଦେବଳ,ବ୍ୟାସ, ଶୁକଦେବ, ପରାଶର, ବଶିଷ୍ଠ, ବିଶ୍ବାମିତ୍ର ଓ ରୁଦ୍ର(ମତାନ୍ତରେ ଏହି ଅଷ୍ଟ ଋଷିଙ୍କ ନାମ ଅମ୍ବରୀଶ, ଜୈମିନୀ, ନାରଦ, ଅଙ୍ଗିରା,ପଣ୍ଡୁ, ମାର୍କଣ୍ଡେୟ, ପୌଲସ୍ତ୍ୟ ଓ ଭାର୍ଗବ) ରଥ କୁମ୍ଭ- ହିରଣ୍ମୟ Related Posts ପାର୍ସଲରେ ଡ୍ରଗ୍ସ ପଠେଇଛ କହି ୧.୨ କୋଟି… Jan 11, 2025 ୪ ଦିନ ରତ୍ନଭଣ୍ଡାର ମରାମତି ବନ୍ଦ Jan 11, 2025 ରଥର ଦ୍ବାରପାଳ- ଜୟ ଓ ବିଜୟ ରଥାଧିଶ୍ବର ଦେବତା- ଶ୍ରୀଜଗନ୍ନାଥ ଓ ଶ୍ରୀମଦନମୋହନ ରଥ ମୁର୍ଦ୍ଧାରେ- ଗରୁଡ ଚାରଣ- ନଳ ଓ କୁବେର ରଥ ପୀଠର ନାମ- କନଳ ମଞ୍ଚା ରଥରେ ବ୍ୟବହୃତ ଚନ୍ଦ୍ରାତପର ନାମ- କନକ ମୁଣ୍ଡାଇ ରଥାଧିଦୈବତ- ଶିବ ଓ ବିରଞ୍ଚି ରଥାଦ୍ଧାର- ଭୈରବୀ ରଥ ଅପସରା- ପୁଲୋମୋଚା, ଉର୍ବଶୀ ରଥର ଦଧିନଉତି- ହିରଣ୍ୟଗର୍ଭ ରଥର ଶୁକ ଯୁଗଳ(ଶୁଆ) ନାମ- ଜୀବ ଓ ପରମ ଦଧିନଉତି ଉପରିସ୍ଥ କଳସ ତ୍ରୟର ନାମ- ନଭ, ଆକାଶ ଓ ବ୍ୟୋମ କଳସ ଉପରେ ଥିବା ଶୂନ୍ୟଚକ୍ରର ନାମ- ସୁଦର୍ଶନ ନେତର ନାମ- ତ୍ରୈଲୋକ୍ୟମୋହିନୀ ରଥକାର- ବିଶ୍ବକର୍ମା ରଥ ରତ୍ନ- ସ୍ପଟିକ ରଥ ଚକମାନଙ୍କର ନାମ- ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧି, ଜ୍ଞାନ, ପ୍ରେମ, ଆସକ୍ତ, ରତି, କେଳି, ସତ୍ୟ, ସୁଷ୍ବସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ ରଥଦ୍ଧାର ଭୈରବୀ ଓ ରକ୍ଷକ- ଇନ୍ଦ୍ର ଓ ଇନ୍ଦ୍ରାଣୀ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ନନ୍ଦିଘୋଷ ରଥ ଦର୍ଶନରେ ସାଯୁଜ୍ୟ ମୁକ୍ତି ମିଳେ। ତଥ୍ୟ- ହିମାଶୁଂ ସାମଲ ଆଲେଖ୍ୟ- ବୈଜୟନ୍ତୀ ନାୟକ ଫଟୋ ସମ୍ପାଦନା- ଜିତ୍ ପଟ୍ଟନାୟକ 0 Share FacebookTwitterWhatsApp