www.samajalive.in
Friday, December 12, 2025
15.1 C
Bhubaneswar

ଟ୍ରମ୍ପଙ୍କ ବିରୋଧରେ ଲଣ୍ଡନରେ ସଡ଼କକୁ ଓହ୍ଲାଇଲେ ୨.୫ ଲକ୍ଷ ଲୋକ

ଲଣ୍ଡନ : ସମ୍ପ୍ରତି ବ୍ରିଟେନ୍‍ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲଣ୍ଡନରେ ବିରୋଧ ପ୍ରଦର୍ଶନର ସମ୍ମୁଖୀନ ହେବାକୁ ପଡ଼ିଛି। ଶୁକ୍ରବାର ପ୍ରାୟ ଅଲେଢ ଲକ୍ଷ ଲୋକ ଲଣ୍ଡନଠାରେ ସଡ଼କକୁ ଓହ୍ଲାଇ ଟ୍ରମ୍ପଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ। ଟ୍ରମ୍ପଙ୍କ ପ୍ରବାସୀ, ଶରଣାର୍ଥୀ ଏବଂ ଅନ୍ୟ ନୀତିକୁ ବ୍ରିିଟେନ୍‍ବାସୀ ସମାଲୋଚନା କରିଛନ୍ତି। ବିରୋଧ ପ୍ରଦର୍ଶନ ବେଳେ ଅନେକ ଲୋକ ହାତରେ ପ୍ଲାକାର୍ଡ ଏବଂ ପୋଷ୍ଟର ଧରି ଟ୍ରମ୍ପ ବିରୋଧୀ ସ୍ଲୋଗାନ ଦେଇଥିଲେ। ଲଣ୍ଡନ ପରେ ସ୍କଟଲାଣ୍ଡଠାରେ ଟ୍ରମ୍ପଙ୍କୁ ମଧ୍ୟ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ସ୍କଟାଲଣ୍ଡର ମନ୍ତ୍ରୀ ନିକୋଲା ଷ୍ଟ୍ରଜନ ଟମ୍ପ ବିରୋଧୀ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ଶୁକ୍ରବାର ରାତିରେ ଟ୍ରମ୍ପ ସ୍କଟଲାଣ୍ଡରେ ପହଞ୍ଚବା ପୂର୍ବରୁ ଜର୍ଜ ସ୍କୋୟାରରେ ହଜର ହଜାର ଲୋକ ଏକତ୍ରିିତ ହୋଇଥିଲେ। ସେଠାରୁ ସେମାନେ ଏକ ଶୋଭାଯାତ୍ରାରେ ବାହାରି ଟ୍ରମ୍ପଙ୍କ ଗସ୍ତକୁ ବିରୋଧ କରିଥିଲେ। ଶନିବାର ମଧ୍ୟ ସ୍କଟଲାଣ୍ଡରେ ଟ୍ରମ୍ପଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଛି।
ସ୍କଟଲାଣ୍ଡରୁ ଟ୍ରମ୍ପ ସିଧା ଫିନଲାଣ୍ଡ ଯିବେ। ସେଠାରେ ଟ୍ରମ୍ପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ସାକ୍ଷାତ ଆଲୋଚନା କରିବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories