ଶ୍ରୀଜଗନ୍ନାଥଙ୍କ ରଥ: ନନ୍ଦିଘୋଷ
ରଥର ଅନ୍ୟ ନାମ- ଚକ୍ରଧ୍ବଜ ବା ଗରୁଡ ଧ୍ବଜ
ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୪୨
ରଥର ଉଚ୍ଚତା- ୪୫ ଫୁଟ୍ ୬ ଇଞ୍ଚ
ରଥର ଚକ ସଂଖ୍ୟା- ଷୋଡଶ ସିଦ୍ଧି ଅନୁପାତରେ ୧୬
ରଥ ରକ୍ଷକ- ଇନ୍ଦ୍ର
ରଥାଧୀପ- ବୈନତେୟ
ରଥ ଧ୍ବଜାରେ- ହନୁମାନ
ରଥପାଳ- ଭୈରବ, ନରସିଂହ
ରଥର ଆୟୁଧ- ଶଙ୍ଖ ଓ ଚକ୍ର
ରଥ ଦେବତା- ନୃସିଂହ
ରଥର ଆବରଣ- ପୀତ ଓ ଲୋହିତ(ହଳଦିଆ ଓ ନାଲି କନା)
ରଥର ଅଶ୍ବ ସଂଖ୍ୟା- ୪(ଏମାନଙ୍କ ବର୍ଣ୍ଣ ଧଳା)
ରଥର ଅଶ୍ବ ନାମ- ଶଙ୍ଖ, ବଳାହକ, ଶ୍ବେତ, ହରିଦ୍ବାଶ(ମତାନ୍ତରେ ଏମାନଙ୍କର ନାମ ସୌବ୍ୟ ସୁଗ୍ରୀବ, ମେଘ, ପୁଷ୍ପ, ବଳାହକ)
ରଥର ସାରଥି- ଦାରୁକ
ରଥ ଦଉଡି ବା ରଜ୍ଜୁ- ଶଙ୍ଖଚୁଡ ନାମ୍ନୀ ନାଗୁଣୀ
ରଥ ମୁଖ- ନାନ୍ଦି ମୁଖ
ରଥ ଦେବୀ- ଯୋଗମାୟା
ରଥ ଭୈରବୀ- ଏକପାଦ(ମତାନ୍ତରେ ଘଣ୍ଟାକର୍ଣ୍ଣ)
ରଥ ଯକ୍ଷ- ହର୍ଯ୍ୟକ୍ଷ
ଗର୍ଭାଧିଶ୍ବର- ହିରଣ୍ୟଗର୍ଭା, ଉତ୍କର୍ଷଣୀ-କ୍ରୀୟା, ଯୋଗ, ଆଜ୍ଞା, ଅନୁଜ୍ଞା, ପ୍ରଜ୍ଞା ଓ ମେଧା
ଋଷି ପଟାରେ- ନାରଦ, ଦେବଳ,ବ୍ୟାସ, ଶୁକଦେବ, ପରାଶର, ବଶିଷ୍ଠ, ବିଶ୍ବାମିତ୍ର ଓ ରୁଦ୍ର(ମତାନ୍ତରେ ଏହି ଅଷ୍ଟ ଋଷିଙ୍କ ନାମ ଅମ୍ବରୀଶ, ଜୈମିନୀ, ନାରଦ, ଅଙ୍ଗିରା,ପଣ୍ଡୁ, ମାର୍କଣ୍ଡେୟ, ପୌଲସ୍ତ୍ୟ ଓ ଭାର୍ଗବ)
ରଥ କୁମ୍ଭ- ହିରଣ୍ମୟ
ରଥର ଦ୍ବାରପାଳ- ଜୟ ଓ ବିଜୟ
ରଥାଧିଶ୍ବର ଦେବତା- ଶ୍ରୀଜଗନ୍ନାଥ ଓ ଶ୍ରୀମଦନମୋହନ
ରଥ ମୁର୍ଦ୍ଧାରେ- ଗରୁଡ
ଚାରଣ- ନଳ ଓ କୁବେର
ରଥ ପୀଠର ନାମ- କନଳ ମଞ୍ଚା
ରଥରେ ବ୍ୟବହୃତ ଚନ୍ଦ୍ରାତପର ନାମ- କନକ ମୁଣ୍ଡାଇ
ରଥାଧିଦୈବତ- ଶିବ ଓ ବିରଞ୍ଚି
ରଥାଦ୍ଧାର- ଭୈରବୀ
ରଥ ଅପସରା- ପୁଲୋମୋଚା, ଉର୍ବଶୀ
ରଥର ଦଧିନଉତି- ହିରଣ୍ୟଗର୍ଭ
ରଥର ଶୁକ ଯୁଗଳ(ଶୁଆ) ନାମ- ଜୀବ ଓ ପରମ
ଦଧିନଉତି ଉପରିସ୍ଥ କଳସ ତ୍ରୟର ନାମ- ନଭ, ଆକାଶ ଓ ବ୍ୟୋମ
କଳସ ଉପରେ ଥିବା ଶୂନ୍ୟଚକ୍ରର ନାମ- ସୁଦର୍ଶନ
ନେତର ନାମ- ତ୍ରୈଲୋକ୍ୟମୋହିନୀ
ରଥକାର- ବିଶ୍ବକର୍ମା
ରଥ ରତ୍ନ- ସ୍ପଟିକ
ରଥ ଚକମାନଙ୍କର ନାମ- ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧି, ଜ୍ଞାନ, ପ୍ରେମ, ଆସକ୍ତ, ରତି, କେଳି, ସତ୍ୟ, ସୁଷ୍ବସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ
ରଥଦ୍ଧାର ଭୈରବୀ ଓ ରକ୍ଷକ- ଇନ୍ଦ୍ର ଓ ଇନ୍ଦ୍ରାଣୀ
ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ନନ୍ଦିଘୋଷ ରଥ ଦର୍ଶନରେ ସାଯୁଜ୍ୟ ମୁକ୍ତି ମିଳେ।
ତଥ୍ୟ- ହିମାଶୁଂ ସାମଲ
ଆଲେଖ୍ୟ- ବୈଜୟନ୍ତୀ ନାୟକ
ଫଟୋ ସମ୍ପାଦନା- ଜିତ୍ ପଟ୍ଟନାୟକ