www.samajalive.in
Sunday, December 14, 2025
16.1 C
Bhubaneswar

ମିଥ୍ୟା ଖବର ପ୍ରସାରଣ ଅଭିଯୋଗ ଆଣିଲେ ଟ୍ରମ୍ପ

ଲଣ୍ଡନ : ସମ୍ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ବ୍ରେକ୍ସିଟ୍‍ (ବ୍ରିଟେନ୍‍ ୟୁରୋପୀୟ ସଂଘ ତ୍ୟାଗ କରିବା) ଯୋଜନାକୁ ସର୍ବସାଧାରଣରେ ସମାଲୋଚନା କରିବା ସହ ଏହା ଆମେରିକା- ଇଂଲଣ୍ଡ ବାଣିଜ୍ୟ ଉପରେ ପ୍ରଭାବ ପକାଇବ ବୋଲି ଖବର ପ୍ରକାଶ ପାଇଛି; ମାତ୍ର ଟ୍ରମ୍ପ ଏହାକୁ ଦୃଢ ସ୍ୱରରେ ବିରୋଧ କରିଛନ୍ତି। ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଦର୍ଶାଇବା ସହିତ ସେ ଗଣମାଧ୍ୟମ ମିଥ୍ୟା ଖବର ପ୍ରସାର କରୁଥିବା ଅଭିଯୋଗ ଉଠାଇଛନ୍ତି। ‘ଦି ସନ୍‍’ ଖବରକାଗଜ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟ ଉପରେ ସ୍ପଷ୍ଟୀକରଣ ଦେଇ ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଥେରେସାଙ୍କୁ ସେ ସମାଲୋଚନା କରିନାହାନ୍ତି। ସାମ୍ବାଦିକଙ୍କ ସହିତ ଆଲୋଚନା କରୁଥିବା ବେଳେ ସେମାନଙ୍କ କଥା ରେକର୍ଡ କରି ଖବର ପ୍ରସ୍ତୁତ କରାଯାଇଛି। ଏହାକୁ ହିଁ ମିଥ୍ୟା ଖବର କୁହଯାଏ ବୋଲି ସେ ଦର୍ଶାଇଛନ୍ତି। ତେବେ ସେ ଏହି ଖବର ଠାରୁ ସମ୍ପୂର୍ଣ୍ଣ ଭିନ୍ନ କଥା କହିଛନ୍ତି। ବ୍ରେକ୍ସିଟ୍‍ ଯୋଜନାକୁ କିଭଳି ସମ୍ପାଦନ କରାଯାଇପାରିବ ତାହା ସମ୍ପର୍କରେ ସେ ଥେରେସାଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ଥେରେସା ତାଙ୍କ ସହ ଏକମତ ହୋଇ ନ ଥିଲେ। ଏପରିକି ସେ ଏ ବିଷୟରେ ଆଦୌ ଶୁଣି ନ ଥିଲେ ବୋଲି ଟ୍ରମ୍ପ କହିଛନ୍ତି।
ଟ୍ରମ୍ପ ପୂର୍ବରୁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବା ବେଳେ ପ୍ରଥମ କରି ମିଥ୍ୟା ଖବର ପ୍ରସାର ଅଭିଯୋଗ ଆସିଥିଲା। ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିବା ଲାଗି ରୁଷ୍‍ ସାମାଜିକ ଗଣମାଧ୍ୟମ ଫେସ୍‍ବୁକ୍‍ରୁ ତଥ୍ୟ ଚୋରି କରି ଭୁଲ୍‍ ଖବର ପ୍ରଚାର କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଫେସ୍‍ବୁକ୍‍ ବିରୋଧରେ ତଥ୍ୟ ଚୋରୀ ନେଇ ଆମେରିକା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories