BJD Bijuli 480×75 Mob

ପୁଣି ଗାଁ ମୁହାଁ ହାତୀପଲ, ଲୋକେ ଆତଙ୍କିତ

BJD Bijuli 480×75 Mob

ସାରନଗରୀ: ପୁଣି ଗାଁ ମୁହାଁ ହାତୀପଲ। ହାତୀପଲରେ ଅଛନ୍ତି ମାଈ ହାତୀ, ଦନ୍ତା ହାତା ଓ ଛୁଆ ହାତୀ । ହାତୀ ଉପଦ୍ରବ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି । ପ୍ରାୟ ୧୮ଟି ହାତୀ ଲାଠିକଟା ବ୍ଲକ ଅନ୍ତର୍ଗତ ଡେଲାକୁଦର, ମୁଣ୍ଡାଜୋର ଅଂଚଳରେ ଉପଦ୍ରବ ଜାରି ରଖିଛନ୍ତି । ଏହି ହାତୀପଲରେ ୫ଟି ଛୁଆ ହାତୀ ରହିଛନ୍ତି। ଡେଲାକୁଦର ବଜାର ଆଡକୁ ହାତୀପଲ ଆଗେଇ ଆସିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ହାତୀପଲ ମୁଣ୍ଡାଯୋର ନିବାସୀ ସାମେଲ ମୁଣ୍ଡାଙ୍କ ଧାନ କ୍ଷେତରେ ପଶି ଫସଲକୁ ଦଳିଚକଟି ନଷ୍ଟ କରି ଦେଇଥିଲେ । ସେହିପରି ସୋନାପର୍ବତର ଖାରୁଆଟୋଲିର ଦେଓମାଇନ ସିଂଙ୍କ ଶାଗ ଓ ମକା ଫସଲ ପୂର୍ବରୁ ହାତୀପଲଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପ୍ରକାଶ। ଗ୍ରାମବାସୀ ମାନେ ରାତିରେ ଲାଇଟ ପକାଇ ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ବନବିଭାଗ କର୍ମଚାରୀ ହାତୀପଲ ଗ୍ରାମରେ ପଶିବା ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ। ବାରମ୍ବାର ହାତୀପଲ ଜଙ୍ଗଲରୁ ଗ୍ରାମ ମଧ୍ୟକୁ ପଶି ଆସି ଫସଲ ନଷ୍ଟ କରିବା ସହ ଗ୍ରାମବାସୀଙ୍କ ଘର ଭାଙ୍ଗିବା,ଧାନ, ଚାଉଳ ଖାଇଦେଉ ଥିବାରୁ ଏଥିପ୍ରତି ବନବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

 

Comments are closed.