www.samajalive.in
Saturday, December 13, 2025
27.1 C
Bhubaneswar

ବନ୍ୟାରେ କ୍ଷତିଗ୍ରସ୍ତ ଧାନକ୍ଷେତର କ୍ଷେତ୍ର ପରିଦର୍ଶନ କଲେ ବ୍ଲକ ଓ କୃଷି ଅଧିକାରୀ

-୪ଟି ପଞ୍ଚାୟତରେ ୩ହଜାରରୁ ଉର୍ଦ୍ଧ ହେକ୍ଟର ରୋପଣ ଧାନତଳି ନଷ୍ଟ
-ଋଣ ପରିଷୋଧ ଚିନ୍ତାରେ ହଜାରହଜାର ଚାଷୀ

ଆରଡି: ଚଳିତ ବନ୍ୟାରେ ବିଶେଷ ଭାବେ କ୍ଷତି ହୋଇଥିବା ଭଦ୍ରକ ଜିଲାର ଧୋୟା ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ପଞ୍ଚାୟତର କ୍ଷତିଗ୍ରସ୍ତ ଧାନକ୍ଷେତର ଅନୁଧ୍ୟାନ ପାଇଁ ବୁଧବାର ବ୍ଲକ କୃଷି ଅଧିକାରୀ ବୈରାଗୀ ଚରଣ ସେଠୀ ଙ୍କ ସହ ଚାନ୍ଦବାଲି ଅତିରିକ୍ତ ତହସିଲିଦାର ପ୍ରଶାନ୍ତ କୁମାର ମହାରଣା, ଇନ୍ୟୁସରାନ୍ସର ଦାୟୀତ୍ୱ ଭାର ନେଇଥିବା ଏଚ.ଡି.ଏଫସିର ପ୍ରଦାଧିକାରୀ, ଆରଡି ଆର.ଆଇ ଦେବାଷିଶ ରାୟ, ଭିଏ.ଡବ୍ଲୁ ରଞିତା ପଣ୍ଡା ପ୍ରମୁଖ ୪ଟି ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ଯାଇ ଚାଷୀମାନଙ୍କ ସହ ଆଲୋଚନା କରିବା ସହିତ ଧାନକ୍ଷତରେ ରୋପଣ ହୋଇଥିବା ଧାନତଳିର ଅନୁଧ୍ୟାନ କରିଥିଲେ। ସୂଚନା ଅନୁ୍‍ଯାୟୀ ଚଳିତବର୍ଷ ବୈତରଣୀରେ ଆସିଥିବା ବନ୍ୟାପାଣି ପୂର୍ଣ୍ଣିମା ଜୁଆର ଯୋଗୁ ଦୀର୍ଘ ସମୟଧରି ଚାଷଜମିରେ ଲହଡି ଭାଙ୍ଗିବା ଫଳରେ ସମ୍ପର୍ଣ୍ଣଭାବେ ରୋପଣ ହୋଇଥିବା ଧାନତଳି ନଷ୍ଟ ହୋଇଯାଇଥିବା ହଜାର-ହଜାର ଚାଷୀ ପ୍ରକାଶ କରିବା ସହ କିପରି ଋଣ ପରିଷୋଧ କରିବେ ସେଥିପାଇଁ ସରକାରୀ ସହୟତାକୁ ଚାତକ ପରି ଚାହ ିଁବସିଛନ୍ତି। କୃଷି ବିଭାଗ ଓ ବ୍ଲକ ଅଧିକାରୀଙ୍କ ଆକଳନ ଅନୁଯାୟୀ ୪ଟି ପଞ୍ଚାୟତରେ ୩ହଜାରରୁ ଉର୍ଦ୍ଧ ହେକ୍ଟର ସାରଦ ଧାନକ୍ଷେତରେ ବନ୍ୟାପାଣି ପସିଥିବା ପ୍ରକାଶ ପାଇଛି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories