www.samajalive.in
Friday, December 12, 2025
14.1 C
Bhubaneswar

ତତଲାଗଡ଼ରେ ପାନୀୟ ଜଳ ସଙ୍କଟ

ଟିଟିଲାଗଡ଼: ତତଲାଗଡ ଭାବରେ ପରିଚିତ ଟିଟିଲାଗଡ ପୌରାଞ୍ଚଳବାସୀ ଏକବିଂଶ ଶତାବ୍ଦିରେ ପାନୀୟ ଜଳ ପାଇଁ ହାହାକାର ହେଉଛନ୍ତି। ଗତକାଲି ଏନେଇ ପ୍ରାୟ ୬ ଘଣ୍ଟା ଧରି ପାନୀୟ ଜଳ ଦାବିରେ ଲୋକେ ଟିଟିଲାଗଡ ବଲାଙ୍ଗିର ରାଜପଥରେ ଟାୟାର ଜାଳି ଅବରୋଧ କରିବା ଆଲୋଚନାର ବିଷୟ ହୋଇଛି। ସମସ୍ୟା ଦୀର୍ଘ ଦିନରୁ ରହିଥିବା ବେଳେ ସମାଧାନର ବାଟ ବାହାରୁ ନାହିଁ।

ସୁଚନା ଯେ, ଗ୍ରୀଷ୍ମ ଋତୁରେ ପ୍ରାୟତଃ ୫୦ ଡିଗ୍ରୀ ତାତିରେ ଝଲସୁଥିବା ଟିଟିଲାଗଡ ସହରବାସୀ ପାନୀୟ ଜଳ ପାଇଁ ଅତିିତରେ ଅନେକ ଥର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏପରିକି ୨୦୦୦ ମସିହାରେ ସହରରେ ଆନ୍ଦୋଳନ ଜୋରଦାର ହୋଇ କର୍ଫ୍ୟୁ ପରିସ୍ଥିତି ଉତ୍ପନ୍ନ ହୋଇଥିଲା। ତତ୍କାଳିନ ବିଧାୟକ ଯୋଗେନ୍ଦ୍ର ବେହେରା ସେ ସମୟରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ କାନ୍ଦି କାନ୍ଦି ପାନୀୟ ଜଳ ସମସ୍ୟା ନେଇ ଗୁହାରି କରିଥିବା ସେ ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ସେ ସମୟରେ ଟିଟିଲାଗଡ ସହରକୁ ଟ୍ରେନ ଯୋଗେ ପାନୀୟ ଜଳ ପହଞ୍ଚାଯାଇଥିଲା। ପରବର୍ତି ପର୍ଯ୍ୟାୟରେ ମୁଖମନ୍ତ୍ରୀ ସହରକୁ ବାଞ୍ଜିପଦର ତେଲନଦୀ ଘାଟରୁ ଜଳ ଯୋଗାଣ ପ୍ରକଲ୍ପ କାର୍ଯ୍ୟକାରୀ କରିଥିଲେ। ହେଲେ କ୍ରମବର୍ଦ୍ଧିଷ୍ଣୁ ସହରର ଜନସଂଖ୍ୟା ନେଇ ଦୀର୍ଘ ପ୍ରାୟ ୨୦ ବର୍ଷ ପରେ ପିଏଚଡିର ଏହି ପୁରୁଣା ପ୍ରକଲ୍ପ ଦିନକୁ ଦିନ ନିଅନ୍ଟିଆ ହୋଇଥିବା ପ୍ରମାଣିତ ହୋଇସାରିଛି। ସହରରେ ପୁର୍ବରୁ ପ୍ରାୟ ୨୫୦୦ ଗୃହକୁ ପାନୀୟ ଜଳ ସଂଯୋଗ ରହିଥିବା ବେଳେ ସରକାରଙ୍କ ବସୁଧା ଯୋଜନାରେ ସମସ୍ତ ପରିବାରଙ୍କୁ ମାଗଣାରେ ଜଳ ସଂଯୋଗ ଯୋଜନା ଜୋରସୋରରେ ଆରମ୍ଭ ହୋଇଛି। ଅଦ୍ୟାବଧି ୧୯୯୭ ଗୃହକୁ ନୁତନ ଭାବରେ ଜଳ ସଂଯୋଗ ପ୍ରଦାନ କରାଯାଇସାରିଛି। ଏପରିପ୍ରେକ୍ଷୀରେ ସହରରେ ପାନୀୟ ଜଳ ଯୋଗାଣ ନେଇ ପୁର୍ବାପେକ୍ଷା ଅଧିକ ଲୋଡ ରହିଛି। ଏହା ସହ ଅନେକ ଚୋରା ସଂଯୋଗ, ପାଣି ମୋଟର ସହାୟତାରେ ଲୁଟତରାଜ, ବାଞ୍ଜିପଦରରୁ ସହରକୁ ଆସିଥିବା ପାଇପରୁ ବିଭିନ୍ନ ଗ୍ରାମବାସୀ ୨୪ ଘନ୍ଟା ଜଳ ସଂଯୋଗ ନେବା ସମସ୍ୟାକୁ ଜଟିଳ କରିଛି। ଏନେଇ ସହରର ବିଭିନ୍ନ ୱାର୍ଡ ତଥା ବସ୍ତିକୁ ପ୍ରାୟତଃ ୬/୭ ଦିନରେ ଥରେ ଜଳ ଯୋଗାଣ ହେଉଛି। ଏପରିପ୍ରେକ୍ଷୀରେ ସହରରେ ପାନୀୟ ଜଳ ସମସ୍ୟା ବର୍ଷା ଋତୁରେ ମଧ୍ୟ ଲାଗି ରହିଥିବା ବେଳେ ଦିନକୁ ଦିନ ଅସନ୍ତୋଷ ଆନ୍ଦୋଳନର ରୁପ ଧାରଣ କରିଚାଲିଛି। ଅପରପକ୍ଷରେ ସହର ମଧ୍ୟରେ ରେଲବାଇ ଓଭର ବ୍ରିଜ, ଅଣ୍ଡର ବ୍ରିଜ, ପ୍ରମୁଖ ପୋଖରି ଗୁଡିକର ପଙ୍କ ଉଦ୍ଧାର, ସ୍ୱିମିଙ୍ଗପୁଲ, ଆଇଟିଆଇ କଲେଜ, ମହିଳା ମହାବିଦ୍ୟାଳୟକୁ ଡିଗ୍ରୀ କଲେଜ ମାନ୍ୟତା, ଡିଏଭି ସ୍ୱୟଂ ଶାସିତ କଲେଜରେ ପିଜି ପାଠ୍ୟକ୍ରମ, ବସଷ୍ଟାଣ୍ଡ, ନଦୀ ଆରପଟ ପଞ୍ଚାୟତ ଗୁଡିକୁ ସଂଯୋଗ ନେଇ ନୁତନ ବ୍ରିଜ ଆଦି ସ୍ଥାନୀୟ ଅଧିବାସୀଙ୍କ ଅନେକ ଦାବି ତଥା ଆକା„ା ୨୦୧୪ରେ ନିର୍ବାଚନରେ ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଥିବା ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ ଗୋଟିଏ ପରେ ଗୋଟିଏ କାର୍ଯ୍ୟ ସାକାର କରିବାରେ ସଫଲ ହେବାରେ ଲାଗିଛନ୍ତି। ତେବେ ସମ୍ପ୍ରତି ଟିଟିଲାଗଡ ଉପଖଣ୍ଡକୁ ଜିଲା ଦାବି ମାନ୍ୟତା ଦାବି, ସହରରେ ସୁବ୍ୟବସ୍ଥିତ ଡ୍ରେନେଜ, ନୁତନ ୧୩୨ କେଭି ବିଦ୍ୟୁତ ଗ୍ରୀଡ ସ୍ଥାପନ, ପାନୀୟ ଜଳ ଯୋଗାଣ ପ୍ରକଲ୍ପର ଉନ୍ନତି କରଣ ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇରହିଛି। ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗର ଏକ ଉଚ୍ଚସ୍ତରୀୟ କମିଟିର ପରାମର୍ଶ କ୍ରମେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ନିଦାନ ନେଇ ନୁତନ ଯୋଜନା କାର୍ଯ୍ୟକାରୀ ହେବାକୁ ଥିବା ସ୍ଥାନୀୟ ପିଏଚଡି ଅଧିକାରୀଙ୍କ ସୁତ୍ରରୁ ଜଣାପଡ଼ିଛି। ତେବେ କରୋନା ମହାମାରି ସମୟରେ କଟକଣା ନେଇ ରାଜ୍ୟ ସରକାରଙ୍କ ଅନେକ ଉନ୍ନୟନ ପ୍ରକଲ୍ପ କାର୍ଯ୍ୟ ଧିମେଇ ପଡ଼ିଥିବା ନେଇ ଏଦିଗରେ ନାଗରିକଙ୍କ ସମସ୍ୟାର ନିଦାନ ନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories