www.samajalive.in
Wednesday, December 10, 2025
18.1 C
Bhubaneswar

ବଲାଙ୍ଗୀର ଜିଲାର କ୍ରୀଡା ଭିତ୍ତିଭୂମି ଓ ଇ-ସେବା କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ବୁଧବାର ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ଓ ଜନସାଧାରଣଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଇ-ସେବା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ I ଆଜି ପୂର୍ବାହ୍ନରେ ମନ୍ତ୍ରୀ ବେହେରା ବଲାଙ୍ଗୀର ସର୍କିଟ ହାଉସ ଠାରେ ଜିଲ୍ଲାପାଳ  ଚଞ୍ଚଲ ରାଣା ଓ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ସହ ଜିଲ୍ଲାର କ୍ରୀଡା ଭିତ୍ତିଭୂମି, ସମସ୍ତ ଷ୍ଟାଡିୟମର ସ୍ଥିତି, ସ୍ପୋର୍ଟ ହଷ୍ଟେଲରେ ଦିଆଯାଉଥିବା ଖାଦ୍ୟପେୟ ଓ ଖେଳାଳି ମାନଙ୍କ ତାଲିମ ନେଇ ଆଲୋଚନା କରିଥିଲେ I ଏଥି ସହିତ ଜିଲ୍ଲା, ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ଜନସାଧାରଣଙ୍କୁ ଇ-ସେବା ପ୍ରଦାନ, ଜିଲ୍ଲାବାସୀଙ୍କୁ ନିରନ୍ତର ଇଣ୍ଟରନେଟ ସୁବିଧା ଯୋଗାଣ ବିଷୟରେ ଆଲୋଚନା କରିଥିଲେ I ସରକାରୀସ୍ତରରେ oswanର ବହୁଳ ବ୍ୟବହାର ଓ ତ୍ୱରିତ ଢଙ୍ଗରେ ଜନସାଧାରଣଙ୍କୁ ବିଭିନ୍ନ ସେବା ଯୋଗାଇଦେବା ନେଇ ମନ୍ତ୍ରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ I ଜିଲ୍ଲାରେ ମୋବାଇଲ ଘନତ୍ଵ ଅନୁଯାଇ ନେଟୱର୍କ ସେବା ପ୍ରଦାନ ଓ ନିରନ୍ତର ଇଣ୍ଟରନେଟ ସେବା ଯୋଗାଣ ନେଇ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ I

ଜି ମନ୍ତ୍ରୀ ଶ୍ରୀ ବେହେରା ଇନଟିଗ୍ରେଟେଡ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନରେ ଯିବା ସହ ଖେଳାଳି ମାନଙ୍କ ସହ ସେମାନଙ୍କ କ୍ରୀଡା ଅଭ୍ୟାସ ବିଷୟରେ ଆଲୋଚନା କରିଥିଲେ I ଏଥି ସହିତ ମନ୍ତ୍ରୀ ଜିଲ୍ଲାର ବିଭିନ୍ନ କ୍ରୀଡା ସଙ୍ଘ ସହିତ କ୍ରୀଡା ଭିତ୍ତଭୂମି ଓ ତାଲିମ ସୁବିଧା ବିଷୟରେ କଥା ହୋଇଥିଲେ I ଅପରାହ୍ନରେ ମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ଷ୍ଟାଡିୟମ ପରିଦର୍ଶନରେ ଯାଇ କ୍ରୀଡା ଭିତ୍ତିଭୂମିର ତଦାରଖ କରିଥିଲେ I ବର୍ତ୍ତମାନର କୋଭିଡ ବିପର୍ଯୟ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ରକୁ ସଫଳ କରିବା ପାଇଁ ମନ୍ତ୍ରୀଙ୍କ ଏହି ଗସ୍ତ ବେଶ ସହାୟକ ହେବ ବୋଲି ଜିଲ୍ଲାର ବୁଦ୍ଧିଜୀବୀ ମାନେ ଆଶା ରଖିଛନ୍ତି I ଆସନ୍ତା କାଲି ମନ୍ତ୍ରୀ ଶ୍ରୀ ବେହେରା ସୋନପୁର ଜିଲ୍ଲା ଯିବାର କାର୍ଯ୍ୟକ୍ରମ ରହିଛି I

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories