www.samajalive.in
Saturday, December 6, 2025
26.1 C
Bhubaneswar

ଏଠାରେ ସରକାରୀ ଯୋଜନା ଅପହଞ୍ଚ ; ପାଇପ୍ ନୁହେଁ ବାଉଁଶରେ ପହଞ୍ଚିଲା ପାଣି

ଫୁଲବାଣୀ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ସୋନପୁର ପଂଚାୟତର ନିସ୍କି ଗ୍ରାମରେ ଗତ ଏକ ବର୍ଷ ତଳେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ କନ୍ଧମାଳ ସବୁଜ ବୈଦ ସଂଗଂନ ଦ୍ୱାରା ଗ୍ରାମବାସୀଙ୍କ ସହଯୋଗରେ ବାଉଁଶ ଦ୍ୱାରା ପାଣି ଆଣିବାରେ ସକ୍ଷମ ହୋଇଥିବାବେଳେ କନ୍ଧମାଳ ଜିଲା ରାଇକିଆ ବ୍ଳକ ଏକ ଗ୍ରାମରେ ମଧ୍ୟ ପହଞ୍ଚିଛି ବାଉଁଶ ଦ୍ୱାରା ପାଣି। ବର୍ଷ ବର୍ଷ ଧରି ଗ୍ରମାବାସୀ ଯେଉଁ ଦାବି କରି ନିଜ ଗ୍ରାମରେ ପାଣି ପହଞ୍ଚିପାରିନଥିଲା ଏବେ ତାହା ୭ ଦିନ ମଧ୍ୟରେ ସଫଳ ହୋଇଛି। ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା ରାଇକିଆ ବ୍ଳକର ସୁଗୁଡ଼ାବାଡ଼ି ପଂଚାୟତର ବଡ଼ିମାହା ଗ୍ରାମରେ। ବାଉଁଶ ଦ୍ୱାରା ଗାଁରେ ପାଣି ପହଞ୍ଚିପାରିଥିବା ଯୋଗୁଁ ଗ୍ରାମର ୨୫ ଆଦିବାସୀ ପରିବାରରର ୧୦୦ରୁ ଉର୍ଦ୍ଧ ସଦସ୍ୟଙ୍କ ମଧ୍ୟରେ ଖେଳି ଯାଇଛି ଖୁସିର ଲହରି।

ପ୍ରକାଶ ଯେ, କନ୍ଧମାଳ ଜିଲାର ଦୁର୍ଗମ ଓ ଅପହଞ୍ଚି ଅଞ୍ଚଳ ମାନଙ୍କରେ ଆଜି ପର୍ଯ୍ୟନ୍ତ ପିଇବାପାଣି ପାଇଁ ବହୁ ପଦକ୍ଷେପ ନିଆଯାଇ ପାରିନାହିଁ। ଫଳରେ ଜିଲା ଶହ ଶହ ଗ୍ରାମ ଅଛି ଯେଉଁଠେ ଅଞ୍ଚଳବାସୀ ନଦୀ , ନାଳ କିମ୍ବା ଝରଣା ଜଳ ଉପରେ ନିର୍ଭର କରିଥାନ୍ତି। ତାହା ପୁଣି ମାଇଲ୍ ମାଇଲ୍ ବାଟ ଯିବା ପରେ ମିଳିଥାଏ ପାଣି ବୁନ୍ଦେ। ଏଭଳି ସ୍ଥଳେ ବଡ଼ିବାହା ଗ୍ରାମର ଅଧିବାସୀ ମାନେ ମଧ୍ୟ ପାଣି ପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାହା ସଫଳ ହୋଇନାହିଁ। ଶେଷରେ ୨ ସ୍ୱେଚ୍ଛାସେବୀ ସଂଗଠନ ଦିଲ୍ଲୀସ୍ଥିତ ଗୁଂଜ୍ ଓ ସ୍ଥାନୀୟ ଅନୁଷ୍ଠାନ ୱାର୍ଡ଼ ଦ୍ୱାରା ତାହା ସଫଳ ହୋଇଛି। ଏଥି ପାଇଁ ଯେଉଁମାନେ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ସେମାନଙ୍କୁ ପ୍ରଦାନ କରାଯାଇଛି କିଛି ସାମଗ୍ରୀ।

- Advertisement -

ଜଳକଷ୍ଟ ଦୂର କରିବା ପାଇଁ ହୋଇଥିବା ପ୍ରୟାସ ୭ ଦିନରେ ମଧ୍ୟ ସଫଳ ହୋଇ ପାରିଛି। ଗ୍ରାମ ନିକଟସ୍ଥ ମକଡ଼ମା ପାହାଡ଼ ଉପରେ ଥିବା ଏକ ଝରଣାରୁ ଲୁହା କିମ୍ପା ପ୍ଳାଷ୍ଟିକ୍ ନୁହେଁ , ସଂପୂର୍ଣ୍ଣଭାବେ ଦେଶୀୟ ପଦ୍ଧତିରେ ଲୋକେ ନିଜ ବାଡ଼ିରେଥିବା ବାଉଁଶ ସଂଗ୍ରହ କରି ପ୍ରାୟ ୩୦୦ ମିଟର ଦୁରରୁ ବାଉଁଶକୁ ବାଉଁଶରେ ଜୋଡ଼ି ଗା ପର୍ଯ୍ୟନ୍ତ ପାଣି ଆଣିବାରେ ସମ୍ଭବ ହୋଇ ପାରିଛି। ଗ୍ରାମରେପାଣି ପହଞ୍ଚିପାରିଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦା କାଞ୍ଚନ ପ୍ରଧାନ , ସୁବର୍ଣ୍ଣଲତା ପ୍ରଧାନ , ଦୟାନିଧି ପ୍ରଧାନ ,ଅଶୋକ କୁମାର ବେହେରା ଏଭଳି କାର୍ଯ୍ୟପାଇଁ ଅନୁଷ୍ଠାନ ମାନଙ୍କୁ ବେଶ୍ ସାଧୁବାଦ ଜଣାଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories