www.samajalive.in
Wednesday, December 10, 2025
23.1 C
Bhubaneswar

ଦୁଇ କରୋନା ସନ୍ଧିଗ୍ଧଙ୍କର ମୃତଦେହ ସତ୍କାର କଲେ ଟିମ୍ ହ୍ୟୁମାନିଟି

ଫୁଲବାଣୀ : ପୁଣି ଦୁଇ କରୋନା ସନ୍ଧିଗ୍ଧଙ୍କର ମୃତଦେହ ସତ୍କାର କରିଛନ୍ତି ସ୍ୱେଚ୍ଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟ୍ କନ୍ଧମାଳ। ଫୁଲବାଣୀ କୋଭିଡ୍ ଡାକ୍ତରଖାନାରେ ଦୁଇ ଜଣ କରୋନା ସନ୍ଧିଗ୍ଧ ରୋଗୀଙ୍କର ଆଜି ମୃତ୍ୟୁ ହୋଇ ଯାଇଛି। ସେହି ଦୁଇ ଜଣ  ହେଲେ ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ଗଣେଶ ବଜାର ଅଂଚଳର ୭୫ ବର୍ଷର ଜଣେ ବୃଦ୍ଧ ଏବଂ ଅମଲାପଡା ଅଞ୍ଚଳର ଜଣେ ୮୦ ବର୍ଷର ବୃଦ୍ଧା । ସେମାନଙ୍କୁ କରୋନା ସନ୍ଧିଗ୍ଧ ଭାବେ କୋଭିଡ୍ ହସ୍ପିଟାଲରେ ଗତ କିଛିଦିନ ହେଲା ଚିକିତ୍ସା କରାଯାଉଥିବା ବେଳେ ଆଜି ମୃତ୍ୟୁ ହୋଇଯାଇିବାରୁ ସେମାନଙ୍କ ମୃତଦେହ ସତ୍କାର ନେଇ ପ୍ରଶାସନର ଚିନ୍ତା ବଢିଥିଲା। କରୋନା ସନ୍ଧିଗ୍ଧ ଥିବାରୁ ସଂକ୍ରମଣର ଭୟ ରହିଥିଲା। ତେବେ ଏ ସଂପକରେ ପ୍ରଶାସନ ପକ୍ଷରୁ ଟିମ୍ ହ୍ୟୁମାନିଟ୍ ସହିତ ଯୋଗାଯୋଗ କରାଯାଇଥିବା ବେଳେ ଅବିଳମ୍ବେ ଟିମ୍ ହ୍ୟୁମାନିଟିର ସଦସ୍ୟମାନେ ସହଯୋଗର ହାତ ବଢାଇଥିଲା। ସଂଗଠନର ସଦସ୍ୟମାନେ ପିପିଇ କିଟ୍ ପିନ୍ଧି ହସ୍ପିଟାଲରୁ ଶବ ଗ୍ରହଣ କରି ଶଶ୍ମାନକୁ ନେବା ସହ କୋଭିଡ୍ ନିୟମ ମାନି ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ମୃତଦେହ ସତ୍କାର କରିଥିଲେ। ପ୍ରଥମେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ନେଇ ଟିମ୍ କୁ ଖବର ଦିଆଯାଇଥିଲା। ସେଠାରେ ମୃତଦେହ ସତ୍କାର ବେଳେ ଅନ୍ୟଜଣେ ମଧ୍ୟ ମୃତ୍ୟୁ ହୋଇଥିବା ନେଇ ଟିମ୍ କୁ ପ୍ରଶାସନ ଜଣାଇବା ପରେ ଟିମ୍ ର ସଦସ୍ୟମାନେ ଉକ୍ତ ମହିଳାଙ୍କର ମଧ୍ୟ ମୃତଦେହ ସତ୍କାର କରିଥିଲେ।  ମୃତଦେହ ସତ୍କାର ବେଳେ ପୌର ପ୍ରଶାସନ, ପୁଲିସ୍ ଓ ରାଜସ୍ୱ ବିଭାଗ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ରହି ସହୟତା କରିଥିଲେ। ଟିମ୍ ହ୍ୟୁମାନିଟିର ଏହି ଭଳି କାର୍ଯ୍ୟକୁ ସମଗ୍ର ଜିଲାରେ ପ୍ରଶଂସା କରାଯାଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories