ବିନା ଇନ୍ଧନରେ ପହ୍ଲାରୁଆ ଯନ୍ତ୍ର ଉଦଭାବନ କରିଥିବା ରଣଜିତ ମିରିଗଙ୍କ ପରଲୋକ

0

ସମ୍ବଲପୁର : ବିନା ଇନ୍ଧନରେ ଚାଲୁଥିବା ପହ୍ଲାରୁଆ ଯନ୍ତ୍ରର ଉଦଭାବକ ତଥା ପୁରସ୍କାର ପ୍ରାପ୍ତ ଚାଷୀ ରଣିଜିତ ମିରିଗ ଙ୍କର ୧୧ ତାରିଖ ଦିନ ଅପରାହ୍ନରେ ପରଲୋକ ହୋଇଯାଇଛି। ଗତ ୨ ମାସ ହେବ ରଣଜିତ ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ଶଯ୍ୟାରେ ପତ୍ନୀ, ପୁଅ, ଝିଅ, ନାତି ନାତୁଣୀ ଓ ପରଜନ ଉପସ୍ଥିତ ଥିଲେ।

ସମ୍ବଲପୁର ମହାନଗର ନିଗମ ଅନଚଳର ଗଡମୁଣ୍ଡା ନିବାସୀ ତଥା କ୍ଷୁଦ୍ରଚାଷୀ ରଣଜିତ ମିରିଗ ଗ୍ରାମର ସ୍କୁଲରେ ପନଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ। ଚାଷ କାର୍ଯ୍ୟ ପାଇଁ ଶ୍ରମିକ ଅଭାବକୁ ଦେଖି ସେ ୧୯୮୬ ମସିହାରୁ ଏକ ପହ୍ଲାରୁଆ ଯନ୍ତ୍ର ଉଦଭାବନ କରିବା ପାଇଁ ମନସ୍ଥ କରି ଗବେଷଣା କାର୍ଯ୍ୟ ଜାରି ରଖିଥିଲେ। ୨୦୦୮ ମସିହାରେ ସେ ତାଙ୍କର ଗବେଷଣାରେ ସଫଳତା ହାସଲ କରି ବିନା ଇନ୍ଧନରେ ଚାଲୁଥିବା ପହ୍ଲାରୁଆ ଯନ୍ତ୍ର ଉଦଭାବନ କରିଥିଲେ। ସେହି ଯନ୍ତ୍ର ସାହାର୍ଯ୍ୟରେ ସେ ତାଙ୍କ ଚାଷ ଜମିରେ ଚାଷ କାର୍ଯ୍ୟ କରୁଥିବା ବେଳେ ପରବର୍ତ୍ତି ସମୟରେ ଏହି ଯନ୍ତ୍ର ପାଇଁ ସେ ବିଭିନ୍ନ ସଙ୍ଗଠନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରୁ ସମ୍ମାନିତ ମଧ୍ୟ ହୋଇଥିଲେ। ତାଙ୍କର ବିୟୋଗରେ ତାଙ୍କର ପରିଚିତ ମହଲ ସହିତ ଗଡମୁଣ୍ଡା ଅନଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ଉଦଭାବିତ ଯନ୍ତ୍ରକୁ ରାଜ୍ୟ ସରକାର ପେଟେଣ୍ଟ କରି ବିକାଶ କଲେ ବହୁ ଚାଷୀ ଉପକୃତ ହୋଇ ପାରିବେ ବୋଲି ତାଙ୍କର ପରିବାର ବର୍ଗ ଆଶାପ୍ରକାଶ କରିଛନ୍ତି। ଏଣୁ ଏହି ଦିଗରେ ତୁରନ୍ତ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି।

Leave A Reply