ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ବଘିଆପଡା ପଞ୍ଚାୟତର ପାଳଝାର ଚେକ୍ ଡ୍ୟାମରେ ଗାଧୋଇବାକୁ ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡିଛି। ସୂଚନା ମୁତାବକ, ସାଲୁଙ୍ଖୀ ନଦୀ ଉପରେ ନିର୍ମିତ ଏହି ଚେକ୍ ଡ଼୍ୟାମକୁ ରବିବାର ମଧ୍ୟାହ୍ନରେ ଉତ୍ତରପ୍ରଦେଶ ନମ୍ବର ଥିବା ଦୁଇଟି ଗାଡିରେ କିଛି ଲୋକ ଗାଧୋଇବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ କିଛିଲୋକ ପାଲଝାର ଡ଼୍ୟାମ୍ମ ନିକଟରେ ସେଲଫି ନେଉଥିବାବେଳେ ତିନିଜଣ ଯୁବକ ଗାଧୋଇବାକୁ ନଦୀ ଭିତରକୁ ଯାଇଥିଲେ। ସାଲୁଙ୍ଖୀର ପ୍ରଖର ସ୍ରୋତରେ ତିନିଜଣ ଯାକ ଯୁବକ ଭାସିଯିବାପରେ ସ୍ଥାନୀୟ ଲୋକମାନେ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଆଉ ଜଣେ ଯୁବକଙ୍କ କୌଣସି ପତ୍ତା ମିଳିନଥିଲା। ଦୀର୍ଘ ସମୟ ଖୋଜାଖୋଜି ପରେ ନିଖୋଜ ଯୁବକଙ୍କ କୌଣସି ପତ୍ତା ମିଳିନଥିବାବେଳେ ଜନଗହଳି ବୃଦ୍ଧି ହେଉଥିବା ଦେଖି ଅଣଓଡିଆ ଲୋକମାନେ ଗାଡିରେ ବସି ସେଠାରୁ ଚାଲି ଯାଇଥିବା ଜଣାଯାଇଛି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି।
Popular Categories



