www.samajalive.in
Sunday, December 14, 2025
18.1 C
Bhubaneswar

ସଂକ୍ରମିତଙ୍କ ଠାରୁ ଆରୋଗ୍ୟ ସଂଖ୍ୟା ୩.୮ ଗୁଣ ଅଧିକ : ଦେଶରେ ଆରୋଗ୍ୟ ହାର ୭୭.୭୭%

ନୂଆଦିଲ୍ଲୀ :  ଦେଶରେ କୋବିଡ୍ ଆରୋଗ୍ୟ ହାର ୭୭.୭୭ପ୍ରତିଶତକୁ ବୃଦ୍ଧି ପାଇଛି।  ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୧ ହଜାର ୫୦୦ରୁ ଊର୍ଦ୍ଧ୍ବ ଲୋକ କୋବିଡ-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଏପର୍ଯ୍ୟନ୍ତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୩୬ଲକ୍ଷ ୨୪ ହଜାର ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଓ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ
ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି। ମୋଟ୍‍ ସଂକ୍ରମଣର ତିନି ଚତୁର୍ଥାଂଶରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି  ଓ ଏହାର ଏକଚତୁର୍ଥାଂଶ ଲୋକଙ୍କର ଚିକିତ୍ସା କରାଯାଉଛି। ଆରୋଗ୍ୟ ଲୋକମାନଙ୍କର ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଇବା ଯୋଗୁଁ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର  ୨୦.୫୬% ରହିଛି। ଆରୋଗ୍ୟ ଲୋକମାନଙ୍କର ସଂଖ୍ୟା ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କର ସଂଖ୍ୟାର ୩.୮ ଗୁଣା ଅଧିକ ରହିଛି। ଗତ ମାସେ ହେବ କୋବିଡ୍‍ରୁ ଆରୋଗ୍ୟଲାଭ କରିଥିବା ଲୋକଙ୍କ ସଂଖ୍ୟା ଶତ ପ୍ରତିଶତରୁ ଅଧିକ ରହିଛି।
ସ୍ୱାସ୍ଥ୍ୟମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁସାରେ ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ଶତକଡ଼ା ୮୦ ଭାଗରୁ ଅଧିକ ରହିଛି। ସେହି ରାଜ୍ୟଗୁଡ଼ିକ ମଧ୍ୟରେ ବିହାର, ତାମିଲନାଡୁ, ଦିଲ୍ଲୀ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଗୁଜରାତ ଭଳି ରାଜ୍ୟମାନ ରହିଛି।
ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ତାମିଲନାଡୁରେ ମୋଟ୍‍ ଆରୋଗ୍ୟ ଲୋକଙ୍କ ମଧ୍ୟରୁ ଶତକଡ଼ା ୬୦ଭାଗ ରହିଛନ୍ତି। ଭାରତରେ କୋବିଡ୍‍ ମୃତ୍ୟୁହାର ମଧ୍ୟ ହ୍ରାସ ପାଇ ୧.୬୬ ଭାଗ ରହିଛି। ଆନ୍ତର୍ଜାତିକ ସ୍ତରରେ କୋଭିଡ୍‍ ମୃତ୍ୟୁହାର
ଶତକଡ଼ା ୩ ଭାଗ ଥିବାବେଳେ ଭାରତରେ ଏହା ଯଥେଷ୍ଟ କମ୍‍ ରହିଛି। ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ ମୃତ୍ୟୁହାର ୧ ପ୍ରତିଶତରୁ  କମ୍‍ ରହିଛି।
ଗତ ୨୪ଘଣ୍ଟା ଭିତରେ ୯୭ହଜାର ୫୭୦ ଜଣ ନୂଆ କରୋନା ଭୂତାଣୁରେ ସଂକ୍ରମିତ ହେବା ପରେ ମୋଟ୍‍ ସଂକ୍ରମଣ ୪୬ଲକ୍ଷ ୫୯ହଜାର ୯୮୫ ରହିଛି। ଦେଶରେ ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତମାନଙ୍କ ସଂଖ୍ୟା ୯ ଲକ୍ଷ ୫୮ ହଜାର ୩୧୬ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨୦୧ ଜଣଙ୍କ ମୃତ୍ୟୁ ସହ କୋଭିଡ୍‍ ମୃତ୍ୟୁସଂଖ୍ୟା ୭୭ ହଜାର ୪୭୨ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୦ଲକ୍ଷ ୯୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ୫କୋଟି ୫୧ ଲକ୍ଷ ୮୯ ହଜାର ୨୨୬ଟି ନମୁନା ପରୀକ୍ଷା କରାଯାଇଛି।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories