www.samajalive.in
Wednesday, December 10, 2025
16.1 C
Bhubaneswar

ଦେଖନ୍ତୁ ହିଟ୍ ମ୍ୟାନ ରୋହିତଙ୍କ ବିଶାଳ ଛକ୍କା: ଷ୍ଟାଡ଼ିଅମ ବାହାରେ ଯାଉଥିବା ବସ୍ ଉପରେ ପଡ଼ିଲା ବଲ

କ୍ରିକେଟରେ ବଡ଼ବଡ଼ ସଟ୍ ମାରିବାର କ୍ଷମତା ରଖୁଥିବା ଭାରତୀୟ କ୍ରିକେଟ ଦଳର ଅନ୍ୟତମ ଓପନର ରୋହିତ ଶର୍ମାଙ୍କୁ କୁହାଯାଏ ହିଟ୍ ମ୍ୟାନ୍ । ନିଜର ଆକ୍ରମଣାତ୍ମକ ବ୍ୟାଟିଂ ନିମନ୍ତେ ପ୍ରସିଦ୍ଧ ରୋହିତଙ୍କ ଅଗ୍ନିବର୍ଷୀ ବ୍ୟାଟରୁ ଯେତେବେଳେ ରନ୍ ଆରମ୍ଭ ହୁଏ ତାହା କେଉଁଠି ଶେଷ ହେବ ତାହା କହିହୁଏନାହିଁ । ୟୁଏଇରେ ଆଇପିଏଲ ମ୍ୟାଚ୍ ପୂର୍ବରୁ ଅଭ୍ୟାସ ମ୍ୟାଚରେ ରୋହିତଙ୍କ ଏକ ଛକ୍କା ବେଶ୍ ଚର୍ଚିତ ହୋଇଛି । ୯୫ ମିଟରର ଏହି ଛକ୍କା ପଡ଼ିଆ ଅତିକ୍ରମ କରି ଷ୍ଟାଡ଼ିଅମ ବାହାରେ ଯାଉଥିବା ଏକ ବସ୍ ଉପରେ ପଡ଼ିଥିବା ଦେଖାଯାଉଛି । ମୁମ୍ବାଇ ଇଣ୍ଡିଆନ ଅଫିସିଆଲ ଟ୍ବିଟର ପେଜ ଏହାକୁ ସ୍ଥାନ ଦିଆଯାଇଛି ।

- Advertisement -

ଆସନ୍ତା ୧୯ ତାରିଖରେ ମୁମ୍ବାଇ ଇଣ୍ଡିଆନ ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍ ଆବୁଧାବିରେ ଚେନ୍ନଇ ସୁପରକିଙ୍ଗ ସହ ଖେଳିବ । ଏଥିପାଇଁ ରୋହିତ ଓ ତାଙ୍କ ଦଳ ଆବୁଧାବୀରେ ଅଭ୍ୟାସ ଚଳାଇଛନ୍ତି । ଏହି ଅଭ୍ୟାସକାଳରେ ରୋହିତଙ୍କ ଆକାଶଛୁଆଁ ଛକ୍କା ୯୫ ମିଟର ଅତିକ୍ରମ କରିଛି । ଦଳର ଟ୍ବିଟର ଆକାଉଣ୍ଟରେ ସ୍ଥାନୀତ ଭିଡ଼ିଓରେ ଦେଖାଯାଇଛି ଯେ ଏକ ଫୁଲ୍ ଲେନ୍ଥ ବଲକୁ ରୋହିତ ଫ୍ରଣ୍ଟଫୁଟ୍ ଆସି ଆକାଶକୁ ମାରୁଛନ୍ତି । ରୋହିତଙ୍କ ଶକ୍ତିଶାଳୀ ଡ଼୍ରାଇଭରେ ବଲଟି ଷ୍ଟାଡ଼ିଅମ ଅତିକ୍ରମ କରି ଯାଇଛି ଏବଂ ରାସ୍ତା ଆରପଟେ ଯାଉଥିବା ଏକ ଧଳା ରଙ୍ଗର ବସ ଛାତରେ ପଡ଼ୁଛି ।

ପଡ଼ିଆରେ ଲମ୍ବା ଛକ୍କା ମାରିବାରେ ରୋହିତ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଆଗରେ ଅଛନ୍ତି । ଆଇପିଏଲରେ ରୋହିତ ଏ ପର୍ଯ୍ୟନ୍ତ ୧୯୪ ଛକ୍କା ମାରିଛନ୍ତି । ଆଇପିଏଲରେ ସର୍ବାଧିକ ଛକ୍କା ମାରିବାରେ ୪ର୍ଥ ସ୍ଥାନରେ ରୋହିତ ଓ ତୃତୀୟ ସ୍ଥାନରେ ରହିଛନ୍ତି ଧୋନୀ । ପ୍ରଥମ ସ୍ଥାନରେ କ୍ରିସ ଗେଲ ଓ ଦ୍ବିତୀୟ ସ୍ଥାନରେ କୈରନ ପୋଲାର୍ଡ଼ ରହିଛନ୍ତି । ଏହି ସ୍ଥିତିରେ ଆଉ ୬ଟି ଛକ୍କା ମାରିପାରିଲେ ରୋହିତ ଆଇପିଏଲରେ ଛକ୍କାର ଦ୍ବିଶତକ ହାସଲ କରିବେ ।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories