www.samajalive.in
Tuesday, December 9, 2025
17.1 C
Bhubaneswar

୧୨ରୁ ପୂର୍ବତଟ ରେଳପଥରୁ ଚାଲିବ ଅତିରିକ୍ତ ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର : ରେଳବାଇ ପକ୍ଷରୁ ଦେଶରେ ଆଉ ୪୦ ଯୋଡା ଅର୍ଥାତ୍‌ ୮୦ଟି ଅଧିକ ନୂଆ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯିବା ଅନୁକ୍ରମରେ ପୂର୍ବତଟ ରେଳପଥ ପକ୍ଷରୁ ଚଳିତମାସ ୧୨ରୁ ଏହାର ପରିସୀମାରେ ୫ଟି ଅନ୍ତରାଜ୍ୟ ସ୍ବତନ୍ତ୍ର ଟ୍ରେନ ଚଳାଯିବା ​ନେଇ ଘୋଷଣା କରାଯାଇଥିଲା। ତେବେ ସେପ୍ଟେମ୍ବର ୧୨ରୁ ପୂର୍ବତଟ ରେଳପଥରୁ ଆଉ ଅତିରିକ୍ତ ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଇବା ନେଇ ଆଜି ନିଷ୍ପତ୍ତି ନିଆଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନଗୁଡିକ ଖୋର୍ଦ୍ଧାରୋଡ଼ରୁ ଅହମଦାବାଦ, ଓ଼ଖା ଏବଂ ଗାନ୍ଧୀଧାମ ମଧ୍ୟରେ ଚଳାଚଳ କରିବ। ତେବେ ଏଥିରେ ଯାତ୍ରା ପାଇଁ ରିଜର୍ଭେସନ୍‌ ବୁକିଂ ଚଳିତମାସ ୧୦ରୁ ଆରମ୍ଭ କରାଯିବ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତମାସ ୭ରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖି ପ୍ରବାସୀ ଓଡିଆଙ୍କ ଜୀବନଜୀବିକା ପାଇଁ ପୁନର୍ବାର ଟ୍ରେନ୍ ଚଳାଚଳ କରିବା ପାଇଁ ଅନୁରୋଧ କରିବା ପରେ ଆଜି ପୂର୍ବତଟ ରେଳପଥର ଏହି ଘୋଷଣା ରାଜ୍ୟବାସୀଙ୍କ ମଧ୍ୟରେ ଆନନ୍ଦ ଖେଳାଇଦେଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଏବଂ ରେଳ ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି।

ଚାଲିବାକୁ ଥିବା ତିନି ଟ୍ରେନମଧ୍ୟରେ ଖୋର୍ଦ୍ଧାରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧାରୋଡ଼ ସ୍ୱତନ୍ତ୍ର ଟ୍ରେନ (୦୨୮୪୩/୦୨୮୪୪) ଖୋର୍ଦ୍ଧାରୋଡ଼ରୁ ଚଳିତମାସ ୧୨ଠାରୁ ପ୍ରତି ମଙ୍ଗଳ, ଗୁରୁ, ଶୁକ୍ର ଓ ଶନିବାର ଦିନମାନଙ୍କରେ ସନ୍ଧ୍ୟା ୬ଘ.୪୦ମି.ରେ ଛାଡିବ। ଫେରିବା ପଥରେ ଏହି ଟ୍ରେନ ଅହମ୍ମଦାବାଦଠାରୁ ୧୪ରୁ ପ୍ରତି ସୋମ, ଗୁରୁ, ଶନି ଓ ରବିବାର ଦିନମାନଙ୍କରେ ସନ୍ଧ୍ୟା ୬ଘ.୪୦ମି.ରେ ଛାଡିବ। ଏହି ​ଟ୍ରେନ୍ ଖୋର୍ଦ୍ଧାରୋଡ଼ ଓ ଅହମ୍ମଦାବାଦ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆରରୋଡ଼, ରାଇପୁର, ଭିଲାଇ ପାୱାର ହାଉସ, ନାଗପୁର, ସୁରଟ ଓ ବରୋଦା ଭଳି ଗୁରୁତ୍ୱପୂର୍ଣ ଷ୍ଟେସନରେ ରହଣି କରିବ। ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧାରୋଡ଼ ସ୍ୱତନ୍ତ୍ର ଟ୍ରେନ (୦୮୪୦୧/୦୮୪୦୨) ଖୋର୍ଦ୍ଧାରୋଡ଼ରୁ ସେପ୍ଟେମ୍ବର ୧୩ଠାରୁ ପ୍ରତି ରବିବାର ଦିନ ପୂର୍ବାହ୍ନ ୧୦ଘ.୪୦ମି.ରେ ଛାଡିବ ଏବଂ ଓ଼ଖାଠାରୁ ସେପ୍ଟେମ୍ବର ୧୬ରୁ ପ୍ରତି ବୁଧବାର ସକାଳ ୮ ଘ.୩୦ମି.ରେ ଛାଡିବ। ଏହି ଟ୍ରେନ ଖୋର୍ଦ୍ଧାରୋଡ଼ ଓ ଅହମ୍ମଦାବାଦ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପାଟଣା, ବିଜୟୱାଡା, ସୁରଟ, ବରୋଦା, ରାଜକୋଟ ଓ ଦ୍ବାରକା ଆଦି ଗୁରୁତ୍ୱପୂର୍ଣ ଷ୍ଟେସନମାନଙ୍କରେ ରହଣି କରିବ। ସେହିପରି ଗାନ୍ଧୀଧାମ-ଖୋର୍ଦ୍ଧାରୋଡ଼-ଗାନ୍ଧୀଧାମ ସ୍ୱତନ୍ତ୍ର ଟ୍ରେନ (୦୨୯୭୩/୦୨୯୭୪)ଗାନ୍ଧୀଧାମରୁ ସେପ୍ଟେମ୍ବର ୧୬ରେ ପ୍ରତି ବୁଧବାର ରାତ୍ର ୧୧ ଟାରୁ ଛାଡିବ ଏବଂ ଖୋର୍ଦ୍ଧାରୋଡ଼ରୁ ସେପ୍ଟେମ୍ବର ୧୬ଠାରୁ ପ୍ରତି ଶନିବାର ପୂର୍ବାହ୍ନ ୧୧ଘ.୪୦ମି.ରେ ଛାଡିବ। ଏହି ଟ୍ରେନ ଖୋର୍ଦ୍ଧାରୋଡ଼ ଓ ଗାନ୍ଧୀଧାମ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ମହାସମୁନ୍ଦ, ରାଇପୁର, ଦୁର୍ଗ ସହିତ ୱର୍ଧା, ନାଗପୁର, ଭୁଷାବଲ, ସୁରଟ, ବରୋଦା ଓ ଅହମ୍ମଦାବାଦ ଭଳି ଗୁରୁତ୍ୱପୂର୍ଣ ଷ୍ଟେସନମାନଙ୍କରେ ରହଣି କରିବ ଓ ଅନ୍ୟପକ୍ଷରେ ଚଳିତମାସ ୧୨ରୁ ପୂର୍ବତଟ ରେଳପଥ ପରିସୀମାରେ ୫ଟି ଅନ୍ତରାଜ୍ୟ ସ୍ବତନ୍ତ୍ର ଟ୍ରେନ ଦୁର୍ଗ-ଭୁବନେଶ୍ୱର, ବିଶାଖାପାଟଣା-କୋର୍ବା-ବିଶାଖାପାଟଣା,ଭୁବନେଶ୍ୱର-ଅହମଦାବାଦ-ଭୁବନେଶ୍ୱର, ତିରୁଚିରାପଲ୍ଲୀ-ହାଓଡ଼ା-ତିରୁଚିରାପଲ୍ଲୀ ଏବଂ ଗୌହାଟୀ-ବାଙ୍ଗାଲୋର-ଗୌହାଟୀ ରୁଟ୍‌ରେ ଚଳାଚଳ ସମ୍ପର୍କରେ ଘୋଷଣା କରାଯାଇଥିଲା। ଆଜି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ୧୨ରୁ ଓଡିଶାରୁ ଚାଲିବାକୁ ଥିବା ତିନି ଯୋଡା ସ୍ପେଶାଲ ଟ୍ରେନ୍ ଚାଲିବା ଦ୍ବାରା ବିଭିନ୍ନ  ରାଜ୍ୟରେ  କାମ  କରୁଥିବା ଓଡିଆଙ୍କୁ କର୍ମକ୍ଷେତ୍ରକୁ ପୁଣି ଥରେ ଫେରିବାରେ ସାହାଯ୍ୟ କରିବ। ଏହାଛଡା ସେମାନେ ନିରାପଦରେ ଗନ୍ତବ୍ୟ ସ୍ଥଳକୁ  ଯାତ୍ରା କରିପାରିବେ ବୋଲି ସେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories