www.samajalive.in
Saturday, December 6, 2025
15.1 C
Bhubaneswar

ସୀମାରେ ପରିସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରୁଛି ଚୀନ: ବୟାନ ଜାରିକଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସୀମାରେ ଚୀନ ପରିସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରୁଛି । ଏହା ସତ୍ବେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଉତ୍ତେଜନା ହ୍ରାସ କରିବା ସକାଶେ କୌଣସି ପ୍ରକାର ସଂଘର୍ଷ ସ୍ଥିତିକୁ ଏଡାଇବା ଲାଗି ତାର ପ୍ରତିବଦ୍ଧତା ପ୍ରତି ସଂପୂର୍ଣ୍ଣ ରୂପେ ବଚନବଦ୍ଧ ବୋଲି କହିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଚୀନ-ଭାରତ ସୀମାରେ ସୃଷ୍ଟି ହୋଇଥିବା ଗୁଳି ଚାଳନା ସମ୍ପର୍କରେସଦ୍ୟତମ ବିବୃତି ଜାରି କରିଛି ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ  ଭାରତୀୟ ସେନା କୌଣସି ମତେ ବାସ୍ତବ ନିୟନ୍ତ୍ରଣ ରେଖାର ଉଲ୍ଲଙ୍ଘନ କରୁନାହାନ୍ତି କିମ୍ବା କୌଣସି ପ୍ରକାର ଗୁଳିଗୋଳା ବର୍ଷଣ ଭଳି ଆକ୍ରମଣାତ୍ମକ ସାଧନର ଉପଯୋଗ କରିନାହାନ୍ତି । କିନ୍ତୁ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ) ସେନା, ରାଜନୈତିକ ଓ ସାମରିକ ସ୍ତରରେ ଜାରି ରହିଥିବା ବାର୍ତ୍ତାଳାପ ସତ୍ତ୍ୱେ ଖୋଲାଖୋଲି ଭାବେ କେବଳ ବୁଝାମଣାର ଉଲଂଘନ କରୁନାହାନ୍ତି ଅପରନ୍ତୁ ନିରବଚ୍ଛିନ୍ନ ଭାବେ ଆକ୍ରମଣାତ୍ମକ ଯୁଦ୍ଧାଭ୍ୟାସ ମଧ୍ୟ ଜାରି ରଖିଛନ୍ତି । ୨୦୨୦ ମସିହା ସେପ୍ଟେମ୍ବର ୦୭ ତାରିଖ ଦିନ ଆଉ ଥରେ ତାତ୍କାଳିକ ଘଟଣାରେ ପିଏଲଏର ସୈନିକମାନେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଥିବା ଆମର ଗୋଟିଏ ଫରୱାର୍ଡ଼ ପୋଜିସନ ଆଡକୁ ବଢ଼ିବାର ପ୍ରୟାସ କରିଥିଲେ ଏବଂ ଯେତେବେଳେ ଆମର ସୈନିକମାନେ ସେମାନଙ୍କର ଏଭଳି ପ୍ରୟାସକୁ ଅସଫଳ କରିଦେଲେ, ପିଏଲଏ ସୈନିକମାନେ ଆକାଶକୁ କିଛି ରାଉଣ୍ଡ ଗୁଳିଗୋଳା ମଧ୍ୟ ଫୁଟାଇଥିଲେ । ଫଳରେ, ଉସୁକାଇବା ପରି ଏଭଳି ଗମ୍ଭୀର ଆଚରଣ ସତ୍ତ୍ୱେ, ଆମର ସୈନିକମାନେ ପର୍ଯ୍ୟାପ୍ତ ସଂଯମ ବଜାୟ ରଖିବା ସହ ଅତ୍ୟନ୍ତ ଦାୟିତ୍ୱସମ୍ପନ୍ନ ଓ ପରିପକ୍ୱ ଢ଼ଙ୍ଗରେ ସେମାନଙ୍କ ସହିତ ବ୍ୟବହାର କରିଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ।

- Advertisement -

ଭାରତୀୟ ସେନା ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ନିମନ୍ତେ ସଦାବେଳେ ପ୍ରତିବଦ୍ଧ ଅଛନ୍ତି । କିନ୍ତୁ ସେମାନେ ସବୁ ପରିସ୍ଥିତିରେ ସୁଦ୍ଧା ନିଜ ରାଷ୍ଟ୍ରର ଅଖଣ୍ଡତା ତଥା ସାର୍ବଭୌମତ୍ୱର ସୁରକ୍ଷା ଲାଗି ସଂକଳ୍ପବଦ୍ଧ । ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ପକ୍ଷରୁ ପ୍ରଦତ୍ତ ବକ୍ତବ୍ୟ ସ୍ୱଦେଶୀ ତଥା ଅନ୍ତରାଷ୍ଟ୍ରୀୟ ଜନସମୁଦାୟଙ୍କୁ ବିଭ୍ରାନ୍ତ କରିବାର ଏକ ପ୍ରଚେଷ୍ଟା ମାତ୍ର ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories