ଜିଏସଟି କ୍ଷତିପୂରଣ ବାବଦରେ ରାଜ୍ୟକୁ କେନ୍ଦ୍ର ଦେବ ୯୭ ହଜାର କୋଟି ଟଙ୍କା ଦେଶ-ବିଦେଶନିଉଜ ଆଲର୍ଟବଡ଼ ଖବର By Samaja Live On Sep 7, 2020 Share ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର କ୍ଷତିପୂରଣ ବାବଦରେ କେନ୍ଦ୍ର ସରକାର ରାଜ୍ୟକୁ ପଇଠ କରିବେ ବକେୟା ଅର୍ଥ । କେନ୍ଦ୍ର ସରକାର ସୋମବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟଗୁଡ଼ିକୁ ତତ୍କାଳ ୯୭ ହଜାର କୋଟି ଟଙ୍କା ପ୍ରଦାନ କରାଯିବ । ଏହାବ୍ୟତୀତ ଅତିରିକ୍ତ ରାଶି ପ୍ରଦାନ ନିମନ୍ତେ କିଛି ସମୟ ନିଆଯିବ । ଜିଏସଟି କାଉନସିଲ ଏ ସମ୍ପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବ । ଜିଏସଟି କ୍ଷତିପୂରଣ ପ୍ରଦାନରେ ବିଳମ୍ବ ନେଇ କିଛି ରାଜ୍ୟ ପ୍ରଶ୍ନ ଉଠାଇବା ପରେ କେନ୍ଦ୍ର ସରକାର ଏପରି ବୟାନ ଜାରି କରିଛନ୍ତି । ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ଗତ ସପ୍ତାହରେ ବିଭିନ୍ନ ରାଜ୍ୟର ଅର୍ଥ ସଚିବମାନଙ୍କ ସହ ବୈଠକ କରିଛନ୍ତି । ‘‘ମିଣ୍ଟ’’ରେ ପ୍ରକାଶିତ ଖବର ଅନୁସାରେ ସରକାର ରାଜ୍ୟଗୁଡ଼ିକୁ ଜିଏସଟି କ୍ଷତିପୂରଣ ଭରଣା ପାଇଁ ପେ-ଆଉଟ୍ ଫଣ୍ଡ ଆଧାରରେ କରଜ ନେବା ପାଇଁ ବିକଳ୍ପ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର ସରକାର କରଜ ନେଇ ରାଜ୍ୟକୁ ପ୍ରଦାନ କଲେ ଏହାର ନକରାତ୍ମକ ପ୍ରଭାବ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ପଡ଼ିବାର ଆଶଙ୍କା ରହିଛି । ବିଦେଶୀ କମ୍ପାନୀଗୁଡ଼ିକ ଭାରତରେ ନିବେଶ ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି, କେନ୍ଦ୍ର ସରକାର ଅର୍ଥ ବ୍ୟବସ୍ଥାକୁ ସୁଧାରିବାକୁ ପ୍ରୟାସ କରୁଛନ୍ତି । ଏହି ସ୍ଥିତିରେ ରାଜ୍ୟ ପାଇଁ କରଜ କରିବା କେନ୍ଦ୍ର ସରକାରଙ୍କ ପାଇଁ ଅନୁକୂଳ ହେବ ନାହିଁ । ତେଣୁ କେନ୍ଦ୍ର ଏପରି ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁ ନାହିଁ । ରାଜ୍ୟଗୁଡ଼ିକୁ ଋଣ ଦେବା ପ୍ରକ୍ରିୟାକୁ ସରଳ କରିବା ନିମନ୍ତେ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରୁଛନ୍ତି । ଏକ ସ୍ବତନ୍ତ୍ର ବାତାୟନ ଜରିଆରେ ଏହି ଋଣ ପ୍ରଦାନ କରାଯିବ । ଏହି ଋଣ ସହ ସେସ୍ ଆଦାୟ ସଂଯୋଗ କରାଯିବ ଏବଂ ଋଣ ପଇଠ କରିବା ମଧ୍ୟ ସହଜ ହୋଇପାରିବ । ରାଜ୍ୟ ବଜେଟ୍ ଉପରେ ଏହାର କୌଣସି ନକରାତ୍ମକ ପ୍ରଭାବ ପଡ଼ିବ ନାହିଁ । ମାତ୍ର ପଞ୍ଜାବ, ଦିଲ୍ଲୀ, କେରଳ, ତେଲଙ୍ଗାନା, ପଶ୍ଚିମବଙ୍ଗ ପରି କିଛି ଅଣ ବିଜେପି ଶାସିତ ରାଜ୍ୟ କେନ୍ଦ୍ର ସରକାରଙ୍କ ଏହି ପରାମର୍ଶ ମାନିବାକୁ ପ୍ରସ୍ତାବ ନାହାନ୍ତି । ସେମାନେ ସେମାନଙ୍କର ପାଉଣା ସିଧାସଳଖ କେନ୍ଦ୍ର ସରକାର ପ୍ରଦାନ କରୁ ବୋଲି ଦାବି କରିଛନ୍ତି। Related Posts ଜିଏସ୍ଟି ହାର ପରିବର୍ତ୍ତନ, ବୁଧବାର… Sep 23, 2024 ରାଜ୍ୟସଭାରେ ଆଗତ ହେଲା ଜିଏସଟି ସଂଶୋଧନ ବିଧେୟକ Dec 20, 2023 GST Share FacebookTwitterWhatsApp
Comments are closed.