www.samajalive.in
Saturday, December 6, 2025
17.1 C
Bhubaneswar

ନବରଙ୍ଗପୁରରେ ଦୁଇ ସାମ୍ବାଦିକ କୋଭିଡ-୧୯ ପଜିଟିଭ୍‍ ଚିହ୍ନଟ

ନବରଙ୍ଗପୁର : ଦିନକୁ ଦିନ ମହାମାରୀ କରୋନା କାୟାବିସ୍ତାର କରିବାରେ ଲାଗିଛି। ପ୍ରଥମଥର ପାଇଁ ନବରଙ୍ଗପୁର ଜିଲାର ଦୁଇଜଣ ସାମ୍ବାଦିକ କରୋନାରେ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ନିଜ ଘରେ ଆଇସଲେସନରେ ରହି ଚିକିତ୍ସିତ ହେଉଥିବାବେଳେ ଅନ୍ୟଜଣେ କୋଭିଡ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ତେବେ ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ମଧ୍ୟରେ ଭୟ ଦେଖାଦେଇଛି। ଜିଲାରେ ଲୋକ ପ୍ରତିନିଧି, ସରକାରୀ ଅଧିକାରୀ, କର୍ମଚାରୀ ,ପୁଲିସ କର୍ମଚାରୀ , ଡାକ୍ତର, ନର୍ସ ଆକ୍ରାନ୍ତ ହୋଇ ସାରିଛନ୍ତି। ପ୍ରତିଦିନ କରୋନା ଆକ୍ରାନ୍ତ ସଂଖ୍ୟାବୃଦ୍ଧି ପାଉଥିବାବେଳେ ଏହା ଚିନ୍ତାର ବିଷୟ ହୋଇଛି। ତେବେ ଆକ୍ରାନ୍ତ ଦୁଇ ସାମ୍ବାଦିକଙ୍କର ସ୍ୱାସ୍ଥ୍ୟଅବସ୍ଥା ସ୍ଥିର ରହିଛି। ନିକଟରେ ନବରଙ୍ଗପୁର ସହରର ଦୁଇଜଣ ମହିଳାଙ୍କର କରୋନାରେ ମୃତ୍ୟୁବରଣ କରିଥିବାବେଳେ ଏହା ସହରବାସୀଙ୍କୁ ମର୍ମାହତ କରିଛି। ତେବେ ସହରରେ ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ହେଉଥିବାବେଳେ ଜନସଚେତନତା ସହ କୋଭିଡ ଗାଇଡଲାଇନ ପାଳନ କରିବା ଅନିବାର୍ଯ୍ୟ ହୋଇପଡିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories