www.samajalive.in
Saturday, December 6, 2025
15.1 C
Bhubaneswar

ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ୍‍, ସାତ ଦିନ ପାଇଁ ବ୍ୟାଙ୍କ୍‍ ବନ୍ଦ

ଫୁଲବାଣୀ: କନ୍ଧମାଳ ଜିଲା ବାଲିଗୁ୍‍ଡ଼ା ବ୍ଳକରେ ଧିରେ ଧିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବଢି ଚାଲିଛି। ଆଜି ବାଲିଗୁଡାର ଭାରତୀୟ ଷ୍ଟେଟ ବ୍ୟାଙ୍କର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ପରେ କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଆଜି ଠାରୁ ସାତଦିନ ପାଇଁ ଶାଖାକୁ ବନ୍ଦ କରିଦିଆଯାଇଛି। ଏହି ବନ୍ଦ ରହିବା ନେଇ ବ୍ୟାଙ୍କ ସମ୍ମୁଖରେ ଥିବା ମୁଖ୍ୟ ଫାଟକରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଏକ ନୋଟିସ୍‍ ଜାରି କରାଯାଇଛି। ଉକ୍ତ ପୋଷ୍ଟରରେ ଉଲ୍ଲେଖ ଅଛି ଯେ ଉକ୍ତ ବ୍ୟାଙ୍କର କର୍ମଚାରୀଙ୍କୁ ପଜେଟିଭ ବାହାରିବା ପରେ ଆସନ୍ତା ସାତ ଦିନ ପାଇଁ ୧୨ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ବନ୍ଦ ରଖିବାକୁ ସ୍ଥାନୀୟ ପ୍ରସାସନ ପରାମର୍ଶ ଦେଇଛନ୍ତି। ଆଜି ସକାଳେ ଏହି ବ୍ୟାଙ୍କକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରାଯାଇଥିଲେ ମଧ୍ୟ କେବଳ ବ୍ୟାର୍ର ବାହାର ପାଖକୁ ସାନିଟାଇଜ କରିଛନ୍ତି। କିନ୍ତୁ ବ୍ୟାଙ୍କ ଭିତରେ ସାନିଟାଇଜ କରିବାକୁ ବିଭିନ୍ନ ଅଞ୍ଚଳବାସି ମଧ୍ୟ ମତ ପ୍ରକାଶ କରିଛନ୍ତି। ବ୍ୟାଙ୍କ ସାନିଟାଇଜ ସମୟରେ ଶାଖା ପ୍ରବନ୍ଧକ ନିଳକଣ୍ଠ ବେହେରା ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଆଜି ବ୍ୟାଙ୍କ ଖୋଲାଥିବ ଭାବି ଉକ୍ତ ବ୍ୟାଙ୍କକୁ ବାଲିଗୁଡାର ବିଭିନ୍ନ ପଂଚାୟତ ତଥା ଆଖପାଖ ଗାଁର ଲୋକମାନେ ଟଙ୍କା ଉଠାଇବା,ବାନ୍ଧିବା ଓ ବ୍ୟାଙ୍କକୁ ଅନ୍ୟ କାମ କରିବା ନିମନ୍ତେ ଆସିଥିଲେ କିନ୍ତୁ ବ୍ୟାଙ୍କ ବନ୍ଦ ଥିବା କାରଣରୁ ସେମାନେ ନିରାଶରେ ଘରକୁ ଫେରିଥିବା ଦେଖିବାକୁ ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories