କର୍ବର-ସେରେନା ଫାଇନାଲ

0

ଲଣ୍ଡନ : ଜର୍ମାନୀର ଆଞ୍ଜେଲିକ କର୍ବର ଓ ଆମେରିକାର ସେରେନା ୱିଲିମୟ୍‍ସ ଚଳିତବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ୱିମ୍ବଲଡନରେ ମହିଳା ସିଙ୍ଗଲ୍‍ସ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଗୁରୁବାର ଖେଳା ଯାଇଥିବା ପ୍ରଥମ ସେମିଫାଇନାଲରେ ୧୧ଶ ସିଡ୍‍ କର୍ବର ସିଧାସଳଖ ୬-୩, ୬-୩ ସେଟ୍‍ରେ ୧୨ଶ ସିଡ୍‍ ଲାଟ୍‍ଭିଆର ଜେଲିନା ଓସ୍ତାପେଙ୍କୋଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। କର୍ବର ଉଭୟ ସେଟ୍‍ରେ ଦୁଇ ଥର ଲେଖାଏଁ ଓସ୍ତାପେଙ୍କୋଙ୍କ ସର୍ଭିସ ବ୍ରେକ କରିଥିଲେ। କର୍ବର ଏହାକୁ ମିଶାଇ ଦୁଇଥର ୱିମ୍ବଲଡନ ଫାଇନାଲରେ ପ୍ରବେଶ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଅପରପକ୍ଷରେ ଓସ୍ତାପେଙ୍କୋ କ୍ୟାରିୟରରେ ପ୍ରଥମ ଥର ଏଠାରେ ସେମିଫାଇନାଲ ଖେଳିବାର ସୁଯୋଗ ପାଇଥିଲେ ସୁଦ୍ଧା ଭାଗ୍ୟଦେବୀ ତାଙ୍କ ପ୍ରତି ପ୍ରସନ୍ନ ହୋଇନାହାନ୍ତି। ଅନ୍ୟ ସେମିଫାଇନାଲରେ ୨୫ଶ ସିଡ୍‍ ସେରେନା ୬-୨, ୬-୪ ସେଟ୍‍ରେ ୧୩ଶ ସିଡ୍‍ ଜର୍ମାନୀର ଜୁଲିଆ ଜର୍ଜେସଙ୍କୁ ହରାଇଛନ୍ତି। ସେରେନା କ୍ୟାରିୟରରେ ଅଷ୍ଟମ ଥର ୱିମ୍ବଲଡନ ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଅପରପକ୍ଷରେ ଜର୍ଜେସ ଦ୍ୱିତୀୟ ଥର ପାଇଁ ଏଠାରେ ସେମିକୁ ଉନ୍ନୀତ ହୋଇଥିଲେ ସୁଦ୍ଧା ଫାଇନାଲ ଖେଳିବାରରୁ ବଞ୍ଚିତ ହୋଇଛନ୍ତି।

Leave A Reply