ଏଣିକି ବିବାହ ଖର୍ଚ୍ଚର ହିସାବ ମାଗିବେ ସରକାର!

0

ନୂଆଦିଲ୍ଲୀ : ଏଣିକି ବାହାଘରରେ ହେଉଥିବା ଖର୍ଚ୍ଚ ଉପରେ ସରକାରଙ୍କ ଦୃଷ୍ଟି ପଡ଼ିବ। ଯଦି ସବୁକିଛି ନିୟମ ଅନୁସାରେ ଚାଲେ ତେବେ ଖୁବଶୀଘ୍ର ଲୋକଙ୍କୁ ବିବାହରେ ହେଉଥିବା ଖର୍ଚ୍ଚର ହିସାବ ସରକାରଙ୍କୁ ଦେବାକୁ ପଡ଼ିବ। ସୁପ୍ରିମକୋର୍ଟ ବିବାହରେ ହେଉଥିବା ଖର୍ଚ୍ଚର ହିସାବ ଦେବାକୁ ବାଧ୍ୟତାମୂଳକ କରିବା ଉପରେ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ବିବାହ ପଞ୍ଜିକରଣ କରୁଥିବା ଅଧିକାରୀଙ୍କୁ ବର ଏବଂ କନ୍ୟା ପକ୍ଷ ବିବାହ ଖର୍ଚ୍ଚର ହିସାବ ଦେବା ବାଧ୍ୟତାମୂଳକ କରାଯିବା ଉଚିତ୍‍। ସରକାର ଏହା ଉପରେ ନିୟମ ଆଣିବାକୁ ବିଚାର କରିବା ଆବଶ୍ୟକ। ଏହାଦ୍ୱାରା ଯୌତୁକ ନେଣଦେଣକୁ ବନ୍ଦ କରାଯାଇ ହେବ। ଏହାସହ ଯୌତୁକ ନିର୍ଯାତନା ନେଇ ରୁଜୁ ହେଉଥିବା ମିଥ୍ୟା ଅଭିଯୋଗ ବି କମିଯିବ। ଏକ ଯୌତୁକ ନିର୍ଯାତନା ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଥିଲେ ଯେ ଯଦି ବିବାହ ଖର୍ଚ୍ଚର ହିସାବ ଆଗରୁ ପ୍ରଦାନ କରାଯାଇଥାନ୍ତା ତେବେ ଯୌତୁକ ନିର୍ଯାତନା ନେଇ ଦାଏର ହେଉଥିବା ମୋକଦ୍ଦମା ହ୍ରାସ ପାଆନ୍ତା। ଏନେଇ ବିଚାର କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ୍‍ ଜାରି କରିଛନ୍ତି।
ଏହାପୂର୍ବରୁ ସୁପ୍ରମକୋର୍ଟ ଯୌତୁକ ନିର୍ଯାତନା ମାମଲାରେ ବଡ଼ ସଂଖ୍ୟାରେ ହେଉଥିବା ଗିରଫଦାରୀ ନେଇ ଚିନ୍ତା ପ୍ରକଟ କରିଥିଲେ। କୋର୍ଟ କହିଥିଲେ ଯେ ଯୌତୁକ ନିର୍ଯତନା ମାମଲା ଜାମିନବିହୀନ ହୋଇଥିବାରୁ ଲୋକେ ଏହାକୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି। ଅଧିକାଂଶ ଯୌତୁକ ନିର୍ଯାତନା ମାମଲାରେ ଅଭିଯୁକ୍ତ ନିର୍ଦୋଷରେ ଖଲାସ ହେଉଛନ୍ତି ଓ ମାତ୍ର ୧୫% ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Leave A Reply