www.samajalive.in
Saturday, December 6, 2025
17.1 C
Bhubaneswar

ଭିଡିଓ କନଫରେନ୍ସରେ ଗୃହ କମିଟି ବୈଠକ

– ସାର ଅନିୟମିତତାର ଭିଜିଲାନ୍ସ ତଦନ୍ତ ସୁପାରିଶ

– ଜଙ୍ଗଳଜମିରେ ନିର୍ଭର ଚାଷୀଙ୍କ ଧାନକିଣା ବ୍ୟବସ୍ଥା ସୁପାରିଶ

- Advertisement -

– ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ

ବଲାଙ୍ଗିର : ବଲାଙ୍ଗିର ଜିଲାପାଳ ଅଫିସ କାର୍ଯ୍ୟାଳୟ ଭିଡିଓ କନଫରେନ୍ସ କକ୍ଷରେ ବିଧାନସଭା ଗୃହ କମିଟିର ବିଭାଗୀୟ ସବ୍‍ କମିଟି ୬ର ବୈଠକ ଅନୁଷ୍ଠିତ ହୋଇଥିଲା। ଗତକାଲି ଅନୁଷ୍ଠିତ ହେବାକୁ ଥିବ ଏହି ବୈଠକକୁ ସ୍ଥଗିତ ରଖାଯାଇଥିଲା। ବିଧାନସଭା ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଥିଲା। ସାରା ରାଜ୍ୟରେ ସାରର ଅଭାବି ବିକ୍ରି, ସାର ଯୋଗାଣରେ ଅନିୟମିତତା ଅଭିଯୋଗକୁ ନେଇ ବୈଠକରେ ସରଗରମ ଆଲୋଚନା ହୋଇଥିଲା।

ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ କହିବା ଅନୁସାରେ ବିଭାଗୀୟ ସଚିବମାନେ ବିଭିନ୍ନ ଗଣମାଧ୍ୟମ ଜରିଆରେ ୟୁରିଆ ସାର ପ୍ରଚୁର ପରିମାଣରେ ଗଚ୍ଛିତ ରହିବା ସହିତ ଚାଷୀ ମାନଙ୍କୁ ଠିକଭାବେ ପ୍ରଦାନ କରାଯାଉଥିବା ଘୋଷଣା କରୁଛନ୍ତି। କିନ୍ତୁ ଏହାର ବାସ୍ତବିକ ଚିତ୍ର ଭିନ୍ନ ରହିଛି। ୟୁରିଆ ସାର ବହୁ ପରିମାଣରେ ବାଟମାରଣା ହେଉଛି। ବଲାଙ୍ଗିର କୃଷି ବିଭାଗ ତରଫରୁ ବିଭିନ୍ନ ପଞ୍ଚାୟତ ଯଥା ଭୁଣ୍ଡିମୁହାଣ, ବିଡିଘାଟ ଓ ଅର୍ଜୁନପୁର ପଞ୍ଚାୟତକୁ ୨୦୦ ପ୍ୟାକେଟ ଲେଖାଏଁ ୟୁରିଆ ସାର ଯାଇଛି କିନ୍ତୁ ପହଞ୍ଚବା ବେଳକୁ ତାହା ୧୮୦ ପ୍ୟାକେଟ ରହିଛି। ବାକି ସାର ପ୍ୟାକେଟ ଗଲା କୁଆଡେ? ଚାଷୀକୁ ଯେତେବେଳେ ବିକ୍ରି ହେଉଛି ମାତ୍ର ୪୦ ରୁ ୬୦ ପ୍ୟାକେଟ ସାର ବିକ୍ରି ହୋଇ ବଳକା ସାର ସବୁ ପୁଣି କଳାବଜାରୀଙ୍କ ପାଖରେ ବିକ୍ରି କରାଯାଉଛି। ବଲାଙ୍ଗିର ଜିଲାର ଏହା ଏକ ଉଦାହରଣ ହୋଇଥିବା ବେଳେ ଏହି ଅବସ୍ଥା ସାରା ରାଜ୍ୟରେ ରହିଥିବା ଶ୍ରୀ ମିଶ୍ର କହିଥିଲେ। ଏହି ଘଟଣାରେ ସାର ହୋଲସେଲର, ପେକ୍ସ, ଲେମ୍ପର ସଂପାଦକ ତଥା ଦୁର୍ନିତିଖୋର ଅଧିକାରୀମାନେ ସାମିଲ ଥିବାରୁ ଏହାର ଅନୁସନ୍ଧାନ କରି ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଭିଜିଲାନ୍ସ ବିଭାଗକୁ ଏହାର ଅନୁସନ୍ଧାନ କରିବାକୁ ଗୃହ କମିଟି ସର୍ବସମ୍ମତିକ୍ରମେ ସୁପାରିଶ କରିଛି। ରାଜ୍ୟରେ ଥିବା ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି) ଗୁଡିକରେ ହୋଇଥିବା ଦୁର୍ନୀତି ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା। ପୂର୍ବରୁ ଗୃହ କମିଟି ସ୍ୱତନ୍ତ୍ର ଅଡିଟର ରିପୋର୍ଟ ସୁପାରିଶ କରିଥିବା ବେଳେ ତାହା ପ୍ରଦାନ କରାଯାଇନଥିବାରୁ ଶ୍ରୀ ମିଶ୍ର ଅସନ୍ତୋଷ ପ୍ରକାଶ କରିଥିଲେ।ବୈଠକରେ କମିଟି ଅଧ୍ୟକ୍ଷ ଶ୍ରୀମିଶ୍ର ବଲାଙ୍ଗିର ଡିସିସିବି, ଜରାସିଂହା ଶାଖାର ସ୍ୱତନ୍ତ୍ର ଅଡିଟ ରିପୋର୍ଟ ୭ ଦିନ ଭିତରେ ଓ କେଉଁଝର ଡିସିସିବିର ସ୍ୱତନ୍ତ୍ର ଅଡିଟ୍‍ ରିପୋର୍ଟ ୧୫ ଦିନ ଭିତରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଧାନ କିଣା ଦୁର୍ନିତି, ପେକ୍ସ ଗୁଡିକର ଭିତ୍ତିଭୂମି ନିର୍ମାଣ, ଜିଲା ଖାଉଟି କଲ୍ୟାଣ ସମିତି ବୈଠକ, ରାଜ୍ୟ ଖାଉଟି କଲ୍ୟାଣ କମିଟି ଗଠନ କରି ବୈଠକ କରିବା, ଧାନକିଣା ସମୟସୀମା ବୃଦ୍ଧି, ଚାଷୀ ପଞ୍ଚିକରଣ ସମୟସୀମା ବୃଦ୍ଧି, ଜଙ୍ଗଳଜମିରେ ଚାଷ କରୁଥିବା ଚାଷୀ ମାନଙ୍କ ଧାନକିଣା ବ୍ୟବସ୍ଥା ଉପରେ ଏହି ବୈଠକରେ ସୁପାରିଶ କରାଯାଇଥିଲା। ଏହି ବୈଠକରେ ବଦ୍ରିନାରାୟଣ ପାତ୍ର, ମନୋହର ରନ୍ଧାରି, ମଞ୍ଜୁଳା ସ୍ୱାଇଁ, ସତ୍ୟନାରାୟଣ ନନ୍ଦ, ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ କୃଷି ଓ ସମବାୟ ବିଭାଗ, ଖାଉଟି ଓ ଯୋଗାଣ ବିଭାଗ, ବିଧାନସଭା ସଚିବଙ୍କ ସମେତ ଗୃହ କମିଟି ୬ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories