www.samajalive.in
Friday, December 5, 2025
26.1 C
Bhubaneswar

ଗଞ୍ଜେଇ ସମେତ ୨ ଗାଡ଼ି ଜବତ, ୪ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଲିସ ସେହି ଅଞ୍ଚଳର ପେନାଗିରୀ ଛକ ନିକଟରୁ ଗୁରୁବାର ଦିନ ଗୋଟିଏ ଟାଟା ଇଣ୍ଡିଗୋ କାର ଭିତରୁ ଦୁଇଟି ବସ୍ତାରେ ୫୦ କିଗ୍ରା ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଆଜି ଫିରିଙ୍ଗିଆ ଥାନା ପୁଲିସ କୌଣସି ସୁତ୍ରରୁ ଏହି ଗଞ୍ଜେଇ ଚାଲାଣ ହେବାକୁ ଥିବା ଖବର ପାଇ ସେଠାରେ ଗାଡି ସବୁ ତଲାସି କରୁଥିବା ବେଳେ ସେଠାରେ ଗୋଟିଏ ଧଳା ରଙ୍ଗର କାର ଆସିଥିଲା। ସେହି ଗାଡିକୁ ତଲାସି କରିବାପରେ ପୁଲିସ ସେଥିରୁ ଏହି ଗଞ୍ଜେଇ ପାଇଥିଲା। ସେହି ଗଞ୍ଜେଇ ବୋଝେଇ କାରକୁ ଏସକଟରେ ନେଇ ଆସୁଥିବା ଏକ ବାଇକକୁ ମଧ୍ୟ ପୁଲିସ ଜବତ କରିଛି। ଏହି ସଂକ୍ରାନ୍ତରେ ଏକ ମାମଲା ୭୩ା୨୦ ରୁଜ୍ଜୁକରି ଅଭିଯୁକ୍ତ ନୟାଗଡ ଜିଲ୍ଲା ଇଟାମାଟି ଅଞ୍ଚଳର ଦିଲ୍ଲିପ କୁମାର ସାହୁ(୪୧), ଦେବାଶିସ ସାହୁ(୨୬), ପ୍ରତାପ ବେହେରା(୨୫) ଏବଂ ଫିରିଙ୍ଗିଆ ଥାନା ଅଞ୍ଚଳର ବଣ୍ଡଗୁଡା ଅଞ୍ଚଳର ଆଲୋକ ନାୟକଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ତେବେ ସେମାନେ ଏହି ଗଞ୍ଜେଇକୁ ନୟାଗଡ ଜିଲ୍ଲାକୁ ଚାଲାଣ କରୁଥିଲେ ବୋଲି ପୁଲିସ ପଚରା ଉଚରା ବେଳେ ପ୍ରକାଶ କରିଛନ୍ତି।

- Advertisement -

 

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories