www.samajalive.in
Friday, December 5, 2025
26.1 C
Bhubaneswar

ଜଣେ କୋଭିଡ଼ ଯୋଦ୍ଧା ସମେତ ଜିଲାରେ ୨୭ ପଜିଟିଭ ଚିହ୍ନଟ, ୨୩୨୮ରେ ପହଞ୍ଚିଲା ସଂକ୍ରମିତ ସଂଖ୍ୟା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରୁ ଆଜି ପୁଣି ୨୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୨୩୨୮ରେ ପହଞ୍ଚିଛି। ଏହି ଚିହ୍ନଟଙ୍କ ମଧ୍ୟରେ ୧୪ଜଣ ପୁରୁଷ ଓ ୧୩ଜଣ ମହିଳା ଅଛନ୍ତି। ସଂକ୍ରମିତଙ୍କ ବୟସ ୨୦ ବର୍ଷରୁ ରୁ ୬୫ ବର୍ଷ ମଧ୍ୟରେ ରହିଛି। ଏହି ସଂକ୍ରମିତ ମଧ୍ୟରୁ ଫୁଲବାଣୀରୁ ୧୧ଜଣ ହୋଇଥିବା ବେଳେ ବାଲିଗୁଡ଼ାରୁ ୩ଜଣ, ଘୂ, ଉଦୟଗିରିରୁ ୨ଜଣ, ଫିରିଙ୍ଗିଆରୁ ୩ଜଣ, ରାଇକିଆରୁ ୫ଜଣ, ଟିକାବାଲିରୁ ୨ଜଣ, କୋଟଗଡ଼ରୁ ଜଣେ ହୋଇଥିବା ଜଣାପଡ଼ିଛି। ଅନ୍ୟ ଅଞ୍ଚଳରୁ ଦୁଇ ଜଣ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଆଜି ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତଙ୍କ ଦ୍ୱାରା କ୍ଲୋଜ କଣ୍ଟାକ୍ଟରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଜିଲାରେ ଚିହ୍ନଟ ୨୩୨୮ଜଣଙ୍କ ମଧ୍ୟରୁ ୨୦୫୪ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ବେଳେ ୧୨ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଯାଇଛି। ବଳକା ୨୬୨ଜଣ ବର୍ତମାନ ଚିକିତ୍ସିତ ହେଉଥିବା ବେଳେ ୧୦ଜଣଙ୍କୁ ଭୁବନେଶ୍ୱର କିମସ୍‍ କୋଭିଡ଼-୧୯ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

- Advertisement -

ଅପର ପକ୍ଷରେ, ଗତ କିଛି ଦିନ ତଳେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା କରୋନା ଯୋଦ୍ଧା ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ୍‍ ସୁସ୍ଥ ହୋଇ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଥାନା ପକ୍ଷରୁ ଦାୟିତ୍ୱରେ ଥିବା ଥାନା ଅଧିକାରୀ ଅଲେକ ଗରଡ଼ିଆ, ଏସ୍‍.ଆଇ ଜୟନ୍ତ କୁମାର ସେଠୀ, ଭକ୍ତ ଚରଣ ମୁଖୀଙ୍କ ସମେତ ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ।

 

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories