ଡାଇପର ପିନ୍ଧି ରାଫେଲ ବିମାନ ଉଡ଼ାଇବେ ପାଇଲଟ

0

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବାୟୁସେନା ପାଇଁ ୧୧୦ଟି ରାଫେଲ ବିମାନ କିଣିବାକୁ ଯାଉଛନ୍ତି। ଏହି ବିମାନ କିଣିବା ପୂର୍ବରୁ ସରକାର ଓ ଅନ୍ତଃରାଷ୍ଟ୍ରୀୟ ବିମାନ ନିର୍ମାତା କମ୍ପାନୀ ମଧ୍ୟରେ ହୋଇଥିବା ଇ-ମେଲର ଆଦାନ ପ୍ରଦାନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଫ୍ରାନ୍ସ ନିକଟରୁ କିଣିବାକୁ ଥିବା ଏହି ରାଫେଲ ବିମାନ ୧୦ରୁ ୧୨ଘଣ୍ଟା ଆକାଶରେ ଉଡ଼ି ପାରେ। ଏତେ ଲମ୍ବା ଉଡ଼ାଣ ସମୟରେ ପାଇଲଟକୁ ପରିଶ୍ରା ଲାଗିବାର ସମ୍ଭାବନାକୁ ନେଇ ବିମାନ ନିର୍ମାଣ କମ୍ପାନୀକୁ ଭାରତ ସରକାର ପ୍ରଶ୍ନ କରିଥିଲେ। ଯଦି ଏଭଳି ପରିସ୍ଥିତି ହୁଏ ତେବେ କକପିଟ୍‍ରେ ପାଇଲଟଙ୍କ ପାଇଁ କ’ଣ ବ୍ୟବସ୍ଥା ରହିଛି ବୋଲି ସରକାରଙ୍କ ପକ୍ଷରୁ ପ୍ରଶ୍ନ ଉତ୍ଥାପନ କରାଯାଇ ଥିଲା। ଏହାର ଉତ୍ତରରେ ଫ୍ରାନ୍ସ ବିମାନ କମ୍ପାନୀ ଏଭଳି ପରିସ୍ଥିତି ପାଇଁ ପାଇଲଟଙ୍କୁ ଡାଇପର ପିନ୍ଧି ବିମାନ ଉଡ଼ାଇବାକୁ ପରାମର୍ଶ ଦେଇଛନ୍ତି। ଯୁଦ୍ଧ ବିମାନରେ ଏମିତିରେ ପାଇଲଟକୁ ମୁହଁରେ ଅକ୍ସିଜେନ ମାସ୍କ, ମୁଣ୍ଡରେ ହେଲମେଟ ଓ ଶରୀରରେ ଲାଇଫ ଜ୍ୟାକେଟ ପିନ୍ଧି ବିମାନକୁ ଉଡ଼ାଇବାକୁ ପଡ଼ିଥାଏ। ଏଭଳି ସ୍ଥିତିରେ ପରିଶ୍ରା ଲାଗିଲେ ପାଇଲଟ ପାଖରେ ବିକଳ୍ପର କୌଣସି ଅବକାଶ ନଥାଏ।
ବାୟୁସେନା ପାଖରେ ଏବେ ସୁଖୋଇ, ମିଗ୍‍, ଫାଇଟର ଜେଟ, ମିରାଜ, ଜାଗୁଆର ପରି ଯୁଦ୍ଧ ବିମାନ ରହିଛି। ମିଗ ସିରିଜ ବିମାନ ଆକାଶରେ ୩ରୁ ୪ଘଣ୍ଟା ଉଡ଼ି ପାରେ। ତେଜସ ସର୍ବାଧିକ ଏକ ଘଣ୍ଟା ଆକାଶରେ ଉଡ଼ିପାରେ। ସୁଖୋଇ ଦୀର୍ଘ ସମୟ ଧରି ଆକାଶରେ ଉଡ଼ି ପାରୁଥିବାବେଳେ ଏହାକୁ ଉଡ଼ାଇବାକୁ ହେଲେ ପାଇଲଟକୁ ଏକ ସ୍ୱତନ୍ତ୍ର ଧରଣର ପୋଷାକ ପିନ୍ଧିବାକୁ ପଡ଼େ। ଏହି ପୋଷାକରେ ଏକ ହୋସ ପାଇପ ରହିଛି। ଏହି ପାଇପର ସକସନ ଦ୍ୱାରା ପାଇଲଟ ପରିଶ୍ରା କରିପାରେ।

Leave A Reply