ସେନ୍‍ସେକ୍ସରେ ୨୦୦ ପଏଣ୍ଟ ବୃଦ୍ଧି

0

ମୁମ୍ବଇ: ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ ସୂଚକାଙ୍କରେ ରେକର୍ଡ ଅଭିବୃଦ୍ଧି ଘଟିଛି। ଆଜି କାରବାର ଆରମ୍ଭ ହେବା ବେଳେ ସେନ୍‍ସେକ୍ସ ୨୧୨.୮୫ ପଏଣ୍ଟ ବା ୦.୫୯ ପ୍ରତିଶତ ବୃଦ୍ଧି ପାଇ ୩୬,୪୭୮.୭୮ରେ ପହଞ୍ଚିଥିଲା। ସେହି ସମୟରେ ଜାତୀୟ ଷ୍ଟକ୍‍ ଏକ୍ସଚେଞ୍ଜ ନିଫ୍‍ଟିରେ ୬୪.୧୫ ପଏଣ୍ଟ ବା ୦.୫୯% ବୃଦ୍ଧି ପାଇ ୧୧,୦୧୨.୪୫ରେ ପହଞ୍ଚିଥିଲା।
ଆଜି ସେନ୍‍ସେକ୍ସରେ ୩୦ଟି କମ୍ପାନୀ ମଧ୍ୟରୁ ୨୦ଟି କମ୍ପାନୀର ଶେୟାର କାରବାରରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ସେଥିମଧ୍ୟରୁ ଏସିଆନ୍‍ ପେଣ୍ଟସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଏସ୍‍ବିଆଇ, କୋଲ୍‍ ଇଣ୍ଡିଆ ଆଦିର ଶେୟାର ଉଚ୍ଚମୂଲ୍ୟରେ ବିକ୍ରି ହୋଇଥିଲା। ଟିସିଏସ୍‍, ଆଇଟିସି, ଓଏନ୍‍ଜସି ଓ ମହିନ୍ଦ୍ରା ଓ ମହିନ୍ଦ୍ରାର ଶେୟାର ବିକ୍ରିରେ କ୍ଷତି ପରିଲକ୍ଷିତ ହୋଇଥିଲା।
ସେହିପରି ନିଫ୍‍ଟିରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍‍, ଆଇସି, ବିପିସିଏଲ୍‍, ଡ ରେଡ୍ଡି ଓ ଏଚ୍‍ସିଏଲ୍‍ ଟେକ୍‍ ପ୍ରମୁଖ କମ୍ପାନୀର ଶେୟାର ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ଭାରତୀ ଇନ୍‍ଫ୍ରାଟେଲ୍‍, ଟିସିଏସ୍‍, ଗେଲ୍‍, ଇନ୍‍ଫୋସିସ୍‍ ଓ ୱିପ୍ରୋର ଶେୟାର ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଥିଲା।

Leave A Reply