www.samajalive.in
Tuesday, December 9, 2025
19.1 C
Bhubaneswar

ବେଲପଡା ତହସିଲ ଘେରିଲେ କୋଶଳ କୃଷକ ସଂଗଠନ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର  

ବେଲପଡା : ବଲାଙ୍ଗିର ଜିଲା ବେଲପଡା ବ୍ଲକ ଧୁମାଭଟା ଗ୍ରାମର ଶତାଧିକ ଚାଷୀ ବିଭିନ୍ନ କମ୍ପାନୀରେ ବୀମାରାଶି ପୌଠ କରିଥିଲେ ମଧ୍ୟ ପ୍ରଶାସନର ଅପାରଗତା ଓ ବୀମା କମ୍ପାନୀ ସହ ପ୍ରଶାସନର ମଧୂଚନ୍ଦ୍ରିକା ଯୋଗୁଁ ବ୍ଲକର ହଜାର ହଜାର ଚାଷୀ କୃଷି ବୀମା ପାଇବାରୁ ବଞ୍ଚିତ ରହିଥିବା ଅଭିଯୋଗ କରି ଗତକାଲି ବେଲପଡା ବ୍ଲକ ଜୟକୋଶଳ କୃଷକ ସଂଗଠନ ତର‘ଫରୁ ବେଲପଡା ତହସିଲ ଘେରି ସ୍ଥାନୀୟ ତହସିଲଦାର ପ୍ରିୟ ରଞ୍ଜନ କମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। କୃଷକ ସଂଗଠନର ବନମାଳି ନାଏକ, ଅଚ୍ୟୁତ ସିପୁନ ଖମାରୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ତହସିଲ ଠାରେ ଏକତ୍ରିତ ହୋଇଥିଲେ ଓ ଅନୁଷ୍ଠିତ ପ୍ରତିବାଦ ସଭାରେ ଗତ ୨୦୧୮-୧୯ ଲଗାତର ଚାଷୀମାନେ ବୀମା କମ୍ପାନୀକୁ ବୀମାରାଶି ପୌଠ କରିଥିଲେ। ଲଗାତର ଭାବେ ଚାଷୀ ମରୁଡିର ସମ୍ମୁଖିନ ହେବା ପରେ ମଧ୍ୟ କୃଷି ବିଭାଗର ଭୁଲ ରିପୋର୍ଟ ହେଉ ବା ଅପାରଗତା ହେଉ ଅଞ୍ଚଳର ଶତାଧିକ ଚାଷୀ ବୀମା ରାଶି ପାଇବାରୁ ବଞ୍ଚିତ ହୋଇଥିବା ଓ ବ୍ଲକ ର ବିଭିନ୍ନ ଗ୍ରାମମାନଙ୍କରେ ବାହାର ବ୍ଲକର ଚାଷୀମାନେ ବିମାରାଶି ବେଆଇନ ଭାବରେ ହାତେଇ ନେଉଥିବା ଚାଷୀନେତା ଅଚ୍ୟୁତ ସିପୁନ ଖମାରୀ ଅଭିଯୋଗ କରିଥିଲେ। କୃଷକ ସଂଗଠନର ବନମାଳି ନାଏକ ଧୁମାଭଟା ଅଞ୍ଚଳର ଚାଷୀମାନଙ୍କ ସମସ୍ୟାକୁ ନେଇ ବ୍ଲକ, ତହସିଲ, କୃଷି ବିଭାଗକୁ ବାରମ୍ବାର ଅନୁରୋଧ ସତ୍ୱେ ମଧ୍ୟ ଚାଷୀମାନେ ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି। ସମସ୍ୟାର ସମାଧାନ ଶୀଘ୍ର ନ ହେଲେ ଆନ୍ଦୋଳନ ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ। ଅଞ୍ଚଳରେ କୌଣସି ଜଳସେଚନର ସୁବିଧା ନଥିବା ବେଳେ ବାରମ୍ବାର ମରୁଡି ସାମନା କରି ବାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ପ୍ରଶାସନର ଅଣଦେଖା ଉପହାସ ସଦୃଶ ବୋଲି ମତ ପ୍ରକାଶ ପାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଦନାର୍ଦ୍ଦନ ସିଂ,ଶ୍ରୀଧର ବୁଡେକ,ଜିତୁ ନାଏକ ,ଅଚ୍ୟୁତାନନ୍ଦ ବୁଡେକ ,ସୁଶୀଳ ବୁଡେକ,ସତ୍ୟ ବୁଡେକ,କଲଳ ନାକେ,ଲଳିତ ବୁଡେକ , କୁମର ସାହୁ,ଦେବରାଜ ବୁଡେକ ,ପ୍ରକାଶ ବୁଡେକ ପ୍ରେମାନନ୍ଦ ବୁଡେକ ,ଦୟା ହାତୀ ,ଚନ୍ଦ୍ର ମଣି ବୁଡେକ ,ରାମେଶ୍ୱର ସିଂ,ସନ୍ତୋଷ ବୁଡେକ ପ୍ରମୁଖ ସମିଲ ଥିଲେ। ପରେ ଜୟ କେଶଳ କୃଷକ ସଂଗଠନ ତର‘ ରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ତହସିଲଦାର ପ୍ରିୟ ରଞ୍ଜନ କୁମାରଙ୍କୁ ଏକ ଦାବି ପତ୍ର ଦିଆଯାଇଥିଲା। ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନ ହେଲେ ଚାଷୀ ଆନ୍ଦୋଳନ ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories