ଉତ୍ତରାଖଣ୍ଡରେ ବର୍ଷା: ୭ ମୃତ

0

ଡେରାଡୁନ : ମୌସୁମୀ ବାୟୁଜନିତ ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ଜନଜୀବନ ପ୍ରଭାବିତ ହୋଇଛି। ବର୍ଷା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଡେରାଡୁନର ସୀମାଦ୍ୱାରରେ ଏକ କୋଠା ଭୁଶୁଡିପଡିବାରୁ ୪ଜଣ ପ୍ରାଣହରାଇଛନ୍ତି। ସେହିପରି ଦାଲାନୱାଲା, ସାହସପୁର ଓ ବାଲିୱାଲାରେ ବର୍ଷା ଜଳରେ ଭାସିଯାଇ ୩ଜଣଙ୍କର ମୃତ୍ୟୁ ହୋଇଛି। ମାଟି ଅତଡା ଧସିବା କାରଣରୁ ୯୪ ନମ୍ବର ଜାତୀୟ ରାଜପଥରେ ଗାଡିଚଳାଚଳ ବନ୍ଦ ରହିଛି। ଚାମ୍ବା ଓ ଋଷିକେଶକୁ ଯୋଗାଯୋଗ କରୁଥିବା ଏହି ରାଜପଥର ଫାକଟ ଓ ଭିନ୍ନୁ ଠାରେ ଅତଡା ଧସି ଅବରୋଧ ହୋଇଛି। ସେହିପରି ପିଥାରଗୋଡରେ ଏକ ପୋଲ ଧୋଇ ହୋଇଯାଇଛି। ଆଗାମୀ ତିନିଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସ୍କୁଲଗୁଡିକ ଛୁଟି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି। ଆବଶ୍ୟକ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଲାଗି ପ୍ରସ୍ତୁତ ରହିବା ଲାଗି ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ୨୦୧୩ରେ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ ହୋଇ ୫୪୭୮ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ହଜାର ହଜାର ଲୋକ ବାସହରା ହୋଇଥିଲେ।

Leave A Reply