ଇଣ୍ଟରନେଟ୍‍ ସେବା ପ୍ରଦାନରେ ହୋଇପାରିବନି ପାତରଅନ୍ତର

0

ନୂଆଦିଲ୍ଲୀ : ଇଣ୍ଟରନେଟ୍‍ ସେବା ପ୍ରଦାନରେ ମୋବାଇଲ କମ୍ପାନୀ, ଇଣ୍ଟରନେଟ ଯୋଗାଣକାରୀ ଓ ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡିକ କୌଣସି ପ୍ରକାର ପକ୍ଷପାତିତା ବା ପାତରଅନ୍ତର କରିପାରିବେ ନାହିଁ। ସେହିପରି ଇଣ୍ଟରନେଟ୍‍ ସେବା ପାଇବାରୁ କାହାକୁ ବଞ୍ଚିତ କରାଯାଇପାରିବ ନାହିଁ। ଏଥିରେ ବ୍ୟତିକ୍ରମ ପ୍ରଦର୍ଶନ କଲେ ସମ୍ପୃକ୍ତ କମ୍ପାନୀ ବିରୋଧରେ କଠୋର ଜୋରିମାନା ଦଣ୍ଡବିଧାନ କରାଯିବ ବୋଲି ଭାରତ ସରକାର କହିଛନ୍ତି। ବୁଧବାର ଆନ୍ତଃ ମନ୍ତ୍ରଣାଳୟ ଟେଲିକମ୍‍ କମିଶନ ବୈଠକରେ ଦେଶରେ ଇଣ୍ଟରନେଟ୍‍ ନିରପେକ୍ଷତାକୁ ଅନୁମୋଦନ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ବୋଲି ଟେଲିକମ୍‍ ସଚିବ ଅରୁଣ ସୁନ୍ଦରରାଜନ ସୂଚନା ଦେଇଛନ୍ତି। ଇଣ୍ଟରନେଟ୍‍ ସେବା ପ୍ରଦାନରେ କୌଣସି ଅଞ୍ଚଳ, ବ୍ୟକ୍ତି ଓ ସଂସ୍ଥାକୁ ଅଗ୍ରାଧିକାର ଦିଆଯାଇପାରିବ ନାହିଁ। ଏପରିକି ଇଣ୍ଟରନେଟ୍‍ର ବେଗ (ସ୍ପିଡ୍‍)ରେ ମଧ୍ୟ ପାତରଅନ୍ତର କରାଯାଇପାରିବ ନାହିଁ।

Leave A Reply