ନଭେମ୍ବର ୧୪ରୁ ଚାଲିବ ଶ୍ରୀ ରାମାୟଣ ଏକ୍ସପ୍ରେସ୍‍

0

ନୂଆଦିଲ୍ଲୀ : ଶ୍ରୀଲଙ୍କାରୁ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଚଳ କରିବ ଶ୍ରୀ ରାମାୟଣ ଏକ୍ସପ୍ରେସ୍‍ ଟ୍ରେନ୍‍। ଭଗବାନ ଶ୍ରୀରାମଙ୍କ ପ୍ରତ୍ୟେକ ଲୀଳାକ୍ଷେତ୍ରକୁ ଏହି ଟ୍ରେନ୍‍ ସ୍ପର୍ଶ କରିବ। ଏହି ଟ୍ରେନ୍‍ରେ ୮୦୦ ଯାତ୍ରୀ ଯାତାୟାତ କରିବେ। ଆସନ୍ତା ନଭେମ୍ବର ୧୪ରୁ ଏହି ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍‍ ଦିଲ୍ଲୀର ସଫଦରଜଙ୍ଗ୍‍ ଷ୍ଟେସନ୍‍ରୁ ଯାତ୍ରା ଆରମ୍ଭ କରିବ। ମୋଟ ୧୬ ଦିନିଆ ଭ୍ରମଣରେ ଏହି ଟ୍ରେନ୍‍ରେ ଭ୍ରମଣ ପାଇଁ ପ୍ରତି ଯାତ୍ରୀଙ୍କୁ ୧୫ହଜାର ୧୨୦ ଟଙ୍କା ଖର୍ଚ୍ଚ ପଡ଼ିବ। ଦିଲ୍ଲୀରୁ ବାହାରିବାକୁ ଥିବା ଟ୍ରେନ୍‍ ଅଯୋଧ୍ୟା, ହନୁମାନଗଡ଼ି, ରାମକୋଟ, କନକ ଭବନ ମନ୍ଦିର, ନନ୍ଦିଗ୍ରାମ, ସୀତାମାଢ଼ି, ଜନକପୁର, ବାରାଣସୀ, ପ୍ରୟାଗ, ଶ୍ରୀଙ୍ଗଭରପୁର, ଚିତ୍ରକୂଟ, ନାସିକ, ହାମ୍ପି ଦେଇ ରାମେଶ୍ୱରମ୍‍ରେ ପହଞ୍ଚିବ। ସେହିଭଳି ଶ୍ରୀଲଙ୍କାରୁ ବାହାରିବାକୁ ଥିବା ଟ୍ରେନ୍‍ କାଣ୍ଡି, ନୂଆରା ଏଲିୟା, କଲମ୍ବୋ, ନେଗୋମ୍ବୋ ଆଦି ସ୍ଥାନ ଭ୍ରମଣ କରିବ। ଏହି ଯାତ୍ରାର ମୂଲ୍ୟ ଅଲଗା ରହିବ। ଏହି ଟ୍ରେନ୍‍ରେ ବୁଲିବା ପାଇଁ ଯାତ୍ରୀମାନେ କଲମ୍ବୋ ଓ ଚେନ୍ନଇ ମଧ୍ୟରେ ବିମାନରେ ଯାତାୟାତ କରିବେ। ଏହି ଟ୍ରେନ୍‍ ପାଇଁ ଅଗୀମ ଟିକଟ ଆଇଆରସିଟିସିରେ ଉପଲବ୍ଧ ହେବ।

Leave A Reply