ଭାରତ ଫେରିବ ନାଟୁଆ ଭାଲୁ ‘ରଙ୍ଗିଲା’

0

ନୂଆଦିଲ୍ଲୀ : ନେପାଳ ସରକାର ନାଟୁଆ ଭାଲୁ ‘ରଙ୍ଗିଲା’କୁ ଭାରତକୁ ଫେରାଇଦେବେ। ଗତ ଡିସେମ୍ବରରେ ଭାରତ-ନେପାଳ ସୀମାରୁ ୧୯ ବର୍ଷୀୟ ଭାଲୁ ରଙ୍ଗିଲା ଓ ୧୭ବର୍ଷୀୟା ଭାଲୁ ‘ଶ୍ରୀଦେବୀ’କୁ ଚୋରାଇ ନିଆଯାଇଥିଲା। ନେପାଳ ପୁଲିସ ଦୁଇ ଭାଲୁଙ୍କୁ ନେଇ କାଠମାଣ୍ଡୁ ଚିଡ଼ିଆଖାନାରେ ରଖିଥିଲା। କିଛି ଦିନ ପରେ ଶ୍ରୀଦେବୀର ମୃତ୍ୟୁ ହୋଇଥିଲା। ଭାରତୀୟ ସ୍ୱେଚ୍ଛାସେବୀ ସଂଗଠନ ଏସ୍‍ଓଏସ୍‍ ଏବଂ ନେପାଳର ଜେନ୍‍ ଗୁଡ୍‍ୱିଲ ଇନ୍‍ଷ୍ଟିଚ୍ୟୁଟ୍‍ ପକ୍ଷରୁ ରଙ୍ଗିଲାକୁ ଫେରାଇବା ପାଇଁ ଦୀର୍ଘ ୭ମାସ ଧରି ଉଦ୍ୟମ ଚାଲିଥିଲା। ଏଥିପାଇଁ ଦୁଇ ଦେଶର ସରକାରୀସ୍ତରରେ ବ୍ୟାପକ ଉଦ୍ୟମ ହୋଇଛି। ରଙ୍ଗିଲା ଏବେ ଆଗ୍ରା ଭାଲୁ ପାଳନ କେନ୍ଦ୍ରକୁ ଆସିବ। ସେଠାରେ ୨୦୦ରୁ ଅଧିକ ଭାଲୁ ଅଛନ୍ତି। ତେବେ ଭାରତ ଫେରିବା ପରେ ରଙ୍ଗିଲା ଆଉ ନାଚିପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ୧୯୭୨ରୁ ଭାରତରେ ଭାଲୁଙ୍କୁ ନଚାଇବା ନିଷିଦ୍ଧ ହୋଇଥିଲେ ମଧ୍ୟ ନେପାଳରେ ବଳବତ୍ତର ରହିଛି। ଭାରତର ନାଟୁଆ ଭାଲୁ ସେ ଦେଶରେ ଖୁବ୍‍ ଲୋକପ୍ରିୟ।

Leave A Reply