www.samajalive.in
Sunday, December 7, 2025
14.1 C
Bhubaneswar

ବିରୋଧିଦଳ ନେତାଙ୍କ ପିପିଲି ବନ୍ୟାଞ୍ଚଳ ପରିଦର୍ଶନ

ପିପିଲି : ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଥିବା ଦୟାନଦୀର କଣ୍ଟି ଓ ମାଧିପୁରଠାରେ ଥିବା ଦୁଇଟି ଯାକ କାଜକୁ ବନ୍ଦ କରାଯିବା ପ୍ରସଙ୍ଗ ଆସନ୍ତା ବିଧାନସଭାରେ ଉଠାଇବେ ବୋଲି ବିଧାନସଭାର ବିରୋଧିଦଳ ନେତା ପ୍ରଦୀପ୍ତ କୁମାର ନାୟକ ଆଜି ପିପିଲି ବନ୍ୟାଞ୍ଚଳ ଗସ୍ତ କରିବା ଅବସରରେ ସୂଚନା ଦେଇଛନ୍ତି। ଦୁଇଟି ଯାକ କାଜକୁ ବନ୍ଦ କରାଯିବା କ୍ଷେତ୍ରରେ ସେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।
ବିଧାନସଭାର ବିରୋଧିଦଳ ନେତା ଶ୍ରୀ ନାୟକଙ୍କ ନେତୃତ୍ୱରେ ବିଧାନସଭାର ବିରୋଧିଦଳ ମୁଖ୍ୟ ସଚେତକ ମୋହନ ମାଝି, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପିର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ, ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର ପ୍ରମୁଖ ଆଜି ପିପିଲି ବନ୍ୟାଞ୍ଚଳ ଗସ୍ତ କରିଥିଲେ। ଏହି ଟିମ୍‍ ଉପରୋକ୍ତ ଦୁଇ କାଜକୁ ଅତି ନିକଟରୁ ପରିଦର୍ଶନ କରିବା ସହ ଏହା ଦ୍ୱାରା ହେଉଥିବା କ୍ଷୟକ୍ଷତି ସଂପର୍କରେ ସମୀକ୍ଷା କରିଥିଲେ। କଣ୍ଟି କାଜରୁ ନିର୍ଗତ ବନ୍ୟାଜଳ ଦ୍ୱାରା ଦୀର୍ଘ ୫ଦିନ କାଳ ବନ୍ୟାଜଳ ଘେରରେ ରହିଥିବା ବଡକଣ୍ଟି ଦଳିତ ସାହିର ବନ୍ୟା ଦୁର୍ଗତଙ୍କୁ ଭେଟି ସେମାନଙ୍କ ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ ଓ ପରେ ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଏହି ବନ୍ୟା ଦୁର୍ଗତଙ୍କୁ ଅଦ୍ୟାବଧି ଖାଦ୍ୟ ଓ ପାନୀୟ ଯୋଗା ଯାଇନଥିବା ସଂପର୍କରେ ଅବଗତ ହେବା ପରେ ଶ୍ରୀନାୟକ କ୍ଷୋଭ ପ୍ରକାଶ କରିଥିଲେ। ଦୟା ନଦୀର ଉପରୋକ୍ତ ଦୁଇଟି ଯାକ କାଜ ଯୋଗୁଁ ପ୍ରତି ବନ୍ୟାରେ ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକରେ ନାହିଁନଥିବା କ୍ଷୟକ୍ଷତି ଘଟୁଥିବାବେଳେ ହଜାର ହଜାର ହେକ୍ଟର ଜମିର ଧାନ ଓ ପନିପରିବା ଫସଲ ନଷ୍ଟ ହେବା ସହ ଜମିରେ ବାଲି ଚରିଯାଉଛି। ଏହି ଦୁଇଟି କାଜକୁ ବନ୍ଦ କରାଯିବା ପାଇଁ ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ଏସଂପର୍କିତ ଏକ ଦାବୀପତ୍ରକୁ ଶ୍ରୀନାୟକଙ୍କୁ ସ୍ଥାନୀୟ ଲୋକେ ପ୍ରଦାନ କରିଥିବା ସୂଚନା ମିଳିଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories