www.samajalive.in
Sunday, December 7, 2025
14.1 C
Bhubaneswar

ଭାରତରତ୍ନ ପ୍ରଣବ ମୁଖାର୍ଜୀ : ଜାଣନ୍ତୁ ତାଙ୍କ ବିଷୟରେ କିଛି ଜଣା ଅଜଣା କଥା

ନୂଆଦିଲ୍ଲୀ : ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କର ଗତକାଲି ପରଲୋକ ହୋଇଛି। ସେ ୧୯୩୫ ମସିହା ଡ଼ିସେମ୍ବର ୧୧ରେ ପଶ୍ଚିମବଙ୍ଗରେ ଜନ୍ମଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ରାଜନୀତିଜ୍ଞ, ସାମ୍ବାଦିକ, ରାଷ୍ଟ୍ରପତି, ଅଧ୍ୟାପକ ଓ ଜଣେ ସୁଗୁଣ ସମ୍ପନ୍ନ ବ୍ୟକ୍ତି ଥିଲେ। ତାଙ୍କର ମହାନ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ । ଜାଣନ୍ତୁ ତାଙ୍କ ବିଷୟରେ କିଛି ଜଣା ଅଜଣା କଥା….
୧- ପ୍ରଣବ ମୁଖାର୍ଜୀ ପଶ୍ଚିମବଙ୍ଗର ବିଦ୍ୟାନଗର କଲେଜରେ ପ୍ରଥମେ ରାଜନୀତି ବିଜ୍ଞାନ ବିଷୟରେ ଅଧ୍ୟାପକ ଥିଲେ।
୨ – ସେ ଏକ ଆଞ୍ଚଳିକ ଖବର କାଗଜରେ (ବଙ୍ଗାଳୀ ଭାଷା) ଯାହାର ନାମ ଦେଶର ଡ଼ାକ ଥିଲା , ସେ ସେଥିରେ ଜଣେ ସାମ୍ବାଦିକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
୩ – ସେ ୧୯୬୯ରେ ରାଜନୀତିରେ ପ୍ରଥମେ ପାଦ ଦେବା ସହ ରାଜ୍ୟସଭାର ଜଣେ ସଦସ୍ୟ ଭାବେ ପ୍ରଥମେ ମନୋନୀତ ହୋଇଥିଲେ।
୪ – ପ୍ରଣବ ଦା’ଙ୍କ ଝିଅ ଶର୍ମିଷ୍ଠାଙ୍କ କହିବା ଅନୁଯାୟୀ, ପ୍ରଣବ ଦିନକୁ ପ୍ରାୟ ୧୮ ଘଣ୍ଟାରୁ ଅଧିକ କାର୍ଯ୍ୟ କରୁଥିଲେ। ସେ କେବଳ ଦୁର୍ଗା ପୂଜା ସମୟରେ ଛୁଟି ନେଇ ନିଜ ଗାଁ ମିରତିକୁ ଯାଉଥ୍‍ôଲେ।
୫- ସେ ଦୀର୍ଘ ୪୦ ବର୍ଷ ଧରି ନିଜ ଜୀବନର ବିଷୟରେ ବହୁକିଛି କଥା ଏକ ଡ଼ାଏରୀ ରେ ମଧ୍ୟ ଲେଖୁଥିଲେ।
୬- ସେ ଦେଶର ଉଦାରୀକରଣ ନୀତି ପୂର୍ବରୁ ଓ ପରେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।
୭ – ସେ ପୂଜା କାର୍ଯ୍ୟ କରିବା ସମୟରେ ଫୋନ ଉଠାଇବା କିମ୍ବା ଫୋନରେ କଥା ହେବାକୁ ପସନ୍ଦ କରୁନଥିଲେ। ଏହାସହ ବହୁ ଶ୍ଲୋକକୁ ସେ ପ୍ରାଞ୍ଜଳ ଭାବେ ମୁଖସ୍ତ କରିବା ସହ ସ୍ୱରରେ ଗାନ କରୁଥିଲେ।
୮ – ସେ ଏଭଳି ଜଣେ ନିପୁଣ ରାଜନୈତିଜ୍ଞ ଥିଲେ ଯେ କି ପ୍ରତିରକ୍ଷା, ବୈଦେଶିକ ଓ ଅର୍ଥ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।
୯ – ୧୯୮୪ ମସିହାରେ ୟୁରୋମନି ପତ୍ରିକା ଦ୍ୱାରା ସେ ଜଣେ ଉତ୍ତମ ଅର୍ଥ ମନ୍ତ୍ରୀ ଭାବେ ସମ୍ମାନୀତ ହୋଇଥିଲେ। ସେ ଏକମାତ୍ର  ଏଭଳି ଅର୍ଥମନ୍ତ୍ରୀ ଥିଲେ ଯେ କି ୭ ଥର ବଜେଟକୁ ଉପସ୍ଥାପନା କରିଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories