www.samajalive.in
Sunday, December 7, 2025
26.1 C
Bhubaneswar

ଲଘୁଚାପ ଜନିତ କ୍ଷୟକ୍ଷତି ଆକଳନ ହେଲା ସାହାରା; ଛିଣ୍ଡା ପଲିଥିନ ତଳେ ଆଶ୍ରିତ ୨ଝିଅ ଓ ବାପା ଏବେ ଆଶ୍ୱସ୍ତ

ବଡ଼ସାହି : ମୟୂରଭଞ୍ଜ ଜିଲାରେ ଲଘୁଚାପ ଜନିତ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ଚିହ୍ନଟ ପୂର୍ବକ ସେମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ଆହ୍ୱାନ ବାସ୍ତବ ରୂପ ନେଇଛି। ଶ୍ରୀ ଦାସଙ୍କ ଆହ୍ୱାନ କ୍ରମେ ବଡ଼ସାହି ବ୍ଲକରେ ଦଳର କର୍ମକର୍ତ୍ତା ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ଶୁଖିଲା ଖାଦ୍ୟ ଓ ପଲିଥିନ ପ୍ରଦାନ କରିବା ସହିତ ବିପନ୍ନ ପରିବାରଙ୍କ ସ୍ଥିତିର ରିପୋର୍ଟ ପ୍ରଶାସନ ଓ ପର୍ଯ୍ୟବେକ୍ଷକଙ୍କ ଅବଗତ କରୁଛନ୍ତି। ଯାହାକି ପରବର୍ତ୍ତୀ ସମୟରେ ସୁଫଳ ମିଳିଥିବା ପ୍ରମାଣିତ ହୋଇଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଡ଼ସାହି ବ୍ଲକ, ଦେଉଳିଆ ପଞ୍ଚାୟତର କୁଳିବଣିଆ ସାହିରେ।
ସାହିର ବିଜୟ ହାଁସଦାଃ ଜଣେ ରାଜ ମିସ୍ତ୍ରୀ। ଆଦିବାସୀ ପ୍ରଥାନୁଯାୟୀ ଯୁବାବସ୍ଥାରେ ହୋଇଥିଲା ତାଙ୍କର ବାହାଘର। ପ୍ରଥମେ ଜନ୍ମ ନେଇଥିଲା କନ୍ୟା ସନ୍ତାନ ଏବଂ ତା’ପରେ ଜନ୍ମ ନେଇଥିଲା ପୁଣି ଏକ କନ୍ୟା ସନ୍ତାନ। ସେ ପୁଣି ଜନ୍ମରୁ ଅନ୍ଧ। ଏହି ଭିନ୍ନକ୍ଷମ କନ୍ୟା ସନ୍ତାନ ଜନ୍ମ ହେବାର ୩ବର୍ଷ ପରେ ଅର୍ଥାତ ଆଜକୁ୨ବର୍ଷ ପୂର୍ବେ ରବିନ୍ଦ୍ରଙ୍କ ପତ୍ନୀ ପରପୁରଷ ସହିତ ପଳାଇବା ପରେ ପରିବାକୁ କଳାବାଦଲ ଘନେଇ ଆସିଥିଲା। ବଡ଼ଝିଅ ଗାଁ ସ୍କୁଲକୁ ଯାଉଥିବା ବେଳେ ବାପା ସାନ ଅନ୍ଧଝିଅକୁ ଧରି ଘରେ ରହିବା ଆରମ୍ଭ କଲେ। ଫଳରେ ବାହାରକୁ କାମଧନ୍ଦା ପାଇଁ ଯାଇ ନପାରି ସଞ୍ଜିତ ଅର୍ଥ ଶେଷ ହୋଇଗଲା। ସ୍କୁଲ ସମୟ ବ୍ୟତୀତ ଅନ୍ୟ ସମୟରେ ସାନଝିଅକୁ ବଡ଼ଝିଅ ଭରସାରେ ଛାଡ଼ି ଗାଁରେ ବୁଲିବୁଲି ଭିକ୍ଷାମାଗି ଯାହା ମିଳେ ସେଥିରେ ୩ଜଣଙ୍କ ଆହାର ମିଳିଯାଉଥିଲା। ପରନ୍ତୁ କରୋନା ପାଇଁ ବିଜୟକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଭିକ୍ଷା ମାଗିବାକୁ ଯାଇ ନପାରି ପରର ହାତ ଟେକାକୁ ଚାହିଁ ଅର୍ଦ୍ଧାହାରରେ ଜୀବନ ଜିଇଁ ଥିଲେ ୩ପ୍ରାଣୀ। ମରାମତି ପାଇଁ ଅର୍ଥ ଅଭାବରୁ ଘରଟି ଭାଙ୍ଗି ଯାଇଥିବାରୁ ପଲିଥିନ ତଳେ ଆଶ୍ରୟ ନେଇଥିଲେ ସେମାନେ। ପଲିଥିନ ପୁରୁଣା ହୋଇଥିବାରୁ ଚଳିତ ଲଘୁଚାପ ବର୍ଷାରେ ନଷ୍ଟପ୍ରାୟ ହୋଇଥିଲା। ପଞ୍ଚାୟତର କର୍ମୀଙ୍କ ଠାରୁ ଖବର ପାଇ ବ୍ଲକ ଅଧ୍ୟକ୍ଷା ଲକ୍ଷୀ୍ମ ସିଂ ଶନିବାର ଦଳର ଅନ୍ୟ କର୍ମକର୍ତ୍ତାମାନଙ୍କ ସହିତ ବିଜୟଙ୍କ ଘରେ ପହଞ୍ଚି ତମ୍ବୁ ଓ ଶୁଖିଲା ଖାଦ୍ୟ ପ୍ରଦାନ ପରେ ସମସ୍ତ ଘଟଣା ଜାଣିବାକୁ ପାଇଥିଲେ। ସଙ୍ଗେସଙ୍ଗେ ବଡ଼ସାହି ବିଡ଼ିଓ, ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର ଜେନା ଓ ପର୍ଯ୍ୟବେକ୍ଷକ ଶ୍ରୀ ଦାସଙ୍କୁ ଅଧ୍ୟକ୍ଷା ବିଜୟଙ୍କ ପରିବାର କଥା ଜଣାଇ ସ୍ୱତନ୍ତ୍ର ସହାୟତା ପାଇଁ ନିବେଦନ କରିଥିଲେ। ତେବେ ସୋମବାର ମୟୂରଭଞ୍ଜ ଜିଲାପାଳଙ୍କ ନିର୍ଦେଶ କ୍ରମେ ଡ଼ିଏସଏସଓ ନରେଶ ଚନ୍ଦ୍ର ବିନ୍ଧାଣୀ ବ୍ଲକ ଅଧ୍ୟକ୍ଷା, ବିଡ଼ିଓ, ସରପଞ୍ଚ ଓ ସମିତିସଭ୍ୟଙ୍କ ସହିତ ବିଜୟଙ୍କ ଘରେ ପହଞ୍ଚିଥିଲେ। ସାଙ୍ଗରେ ଆଣିଥିବା ସମସ୍ତଙ୍କ ପାଇଁ ଡ୍ରେସ ଓ ଲୁଗା ପ୍ରଦାନ ସାଙ୍ଗକୁ ତତ୍କାଳ ସହାୟତା ପ୍ରଦାନ କରିଥିଲେ। ଭିନ୍ନକ୍ଷମ ଝିଅ ଓ ବଡ଼ଝିଅର ପାଠପଢ଼ା ଦାୟିତ୍ୱ ସରକାର ବହନ କରିବେ ବୋଲି ଉଲ୍ଲେଖ କରିଥିଲେ। ତତ୍‍ସହିତ ବିଜୟ ଓ ସାନଝିଅର ଭତ୍ତା, ପରିବାରର ୩ସଦସ୍ୟଙ୍କ ନାମରେ ପଡ଼ିକାର୍ଡ଼ ବ୍ୟବସ୍ଥା ଓ ଏହି ପରିବାରକୁ ତୁରନ୍ତ ଏକ ବାସଗୃହ ଯୋଗାଇ ଦିଆଯିବ ବୋଲି କହିଥିଲେ।। ବେସାହାରା ବିଜୟଙ୍କ ପରିବାରକୁ ସାହାରା ମିଳିଥିବାରୁ ଗ୍ରାମବାସୀ ଅଧ୍ୟକ୍ଷା ଶ୍ରମତୀ ସିଂ, ପୂର୍ବତନ ସାଂସଦ ଓ ଜିଲା ପର୍ଯ୍ୟବେକ୍ଷକ ଶ୍ରୀ ଦାସଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories