www.samajalive.in
Wednesday, December 10, 2025
15.1 C
Bhubaneswar

ମାଲ୍ୟାଙ୍କୁ ଝଟ୍‌କା: ପୁନଃବିଚାର ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାର ପୁନଃବିଚାର ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଛନ୍ତି ା ଜଷ୍ଟିସ ଉଦୟ ଉମେଶ ଲଲିତ ଏବଂ ଜଷ୍ଟିସ ଭିନିତ୍‌ ସରଣଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଆଜି ଏହି ରାୟ ଦେଇଛନ୍ତି। କୋର୍ଟଙ୍କ ନିର୍ଦେଶକୁ ଏଡାଇଯାଇ ବ୍ୟାଙ୍କ ଋଣ ପରିଶୋଧ ନ କରି ନିଜ ପିଲାମାନଙ୍କୁ ୪୦ ନିୟୁତ ଡଲାର ସ୍ଥାନାନ୍ତର କରିଥିବାର ଏକ ଅଦାଲତ ଅବମାନନା ମାମଲାରେ କୋର୍ଟଙ୍କ ଦ୍ବାରା ମାଲ୍ୟା ପୁଣି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଚଳିତମାସ ୨୭ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ମାଲ୍ୟା କୋର୍ଟଙ୍କ ନିର୍ଦେଶ ବିରୁଦ୍ଧରେ ଯାଇ ବ୍ୟାଙ୍କ ଋଣ ପରିଶୋଧ କରିବା ପରିବର୍ତ୍ତେ ଟଙ୍କା ତାଙ୍କ ପୁଅଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ। ମେ’ ୨୦୧୭ରେ କୋର୍ଟ ମାଲ୍ୟାଙ୍କୁ ଅଦାଲତ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ ା ଏହି ନିଷ୍ପତ୍ତି ବିରୋଧରେ ମାଲ୍ୟା ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ଆବେଦନ କରିଥିଲେ। ଚଳିତବର୍ଷ ଜୁନ୍ ୧୬ରେ ଜଷ୍ଟିସ୍ ୟୁ .ୟୁ . ଲଳିତ ଏବଂ ଜଷ୍ଟିସ୍ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଦର୍ଶାଇଥିଲେ ଯେ ରେକର୍ଡ ଅନୁଯାୟୀ ତିନି ବର୍ଷ ପାଇଁ କୋର୍ଟରେ ଏହି ପୁନଃ ବିଚାର ମାମଲାର ଶୁଣାଣି ହୋଇନାହିଁ। ତେବେ ଏହା ପରେ ଖଣ୍ଡପୀଠ ବିଳମ୍ବ ପାଇଁ କୋର୍ଟ ରେଜିଷ୍ଟ୍ରାରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ। ଏହା ପରେ ସମୀକ୍ଷା ଆବେଦନ ଉପରେ ବିଚାର କରାଯାଇଥିଲା ଏବଂ ଅଗଷ୍ଟ ୨୭ରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories