www.samajalive.in
Sunday, December 7, 2025
14.1 C
Bhubaneswar

ବିଜୟ ମାଲ୍ୟାଙ୍କୁ ଝଟକା, ପୁନର୍ବିଚାର ପିଟିସନ୍‌କୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କାର ଋଣ ନେଇ ଦେଶ ଛାଡ଼ି ଫେରାର୍ ହୋଇଥିବା ଲିକର ବାରୁନ୍ ବିଜୟ ମାଲ୍ୟାଙ୍କୁ ଲାଗିଛି ଝଟକା । କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ବ୍ୟାଙ୍କ ଋଣ ନ ସୁଝି ତାଙ୍କ ପିଲାମାନଙ୍କୁ ୪୦ ମିଲିୟନ୍ ଡଲାର ସ୍ଥାନାନ୍ତର କରିଥିବା ଅଦାଲତର ଅବମାନନା ମାମଲାରେ କୋର୍ଟ ପୁଣି ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ଏହି ମାମଲାର ପୁନଃବିଚାର କରିବାକୁ ବିଜୟ ମାଲ୍ୟା ସୁପ୍ରିମକୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ। କିନ୍ତୁ କୋର୍ଟ ତାଙ୍କର ଏହି ପିଟିସନ୍‌କୁ ଖାରଜ କରିଦେଇଛନ୍ତି। ୨୭ ଅଗଷ୍ଟରେ ଏହି ମାମଲାରେ ସୁପ୍ରିମ୍‌କୋର୍ଟ ନିଜ ବିଚାରକୁ ସଂରକ୍ଷିତ ରଖିଥିଲେ କୋର୍ଟ।

ସୂଚନାଯୋଗ୍ୟ ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟା ୨୦୧୭ ମେ’ ମାସରେ ଉଚ୍ଚତମ ନ୍ୟାୟାଳୟରେ ଏହି ନିର୍ଦ୍ଦେଶ ଉପରେ ପୁନର୍ବିଚାର କରିବାକୁ ପିଟିସନ୍‌ ଦାଖଲ କରିଥିଲେ। ଏହି ନିର୍ଦ୍ଦେଶନାମାରେ ତାଙ୍କ ବିରୋଧରେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା ବ୍ୟାଙ୍କ ଋଣ ପରିଶୋଧ କରିବା ପରିବର୍ତ୍ତେ ନିଜ ପିଲାଙ୍କ ଖାତାରେ ୪କୋଟି ଆମେରିକାନ୍‌ ଡଲାର ସ୍ଥାନାନ୍ତରିତ କରିବା ନେଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

- Advertisement -

ଏହି ନିଷ୍ପତ୍ତି ବିରୋଧରେ ମାଲ୍ୟା ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ଆବେଦନ କରିଥିଲେ। ଚଳିତ ବର୍ଷ ଜୁନ୍ ୧୬ ରେ ଜଷ୍ଟିସ୍ ୟୁୟୁ ଲଲିତ ଏବଂ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଏକ ବେଞ୍ଚ ଦର୍ଶାଇଥିଲେ ଯେ ରେକର୍ଡ ଅନୁଯାୟୀ ତିନି ବର୍ଷ ପାଇଁ କୋର୍ଟରେ ଏହି ପୁନଃ ବିଚାର ମାମଲାର ଶୁଣାଣି ହୋଇନାହିଁ। ତେବେ ଏହା ପରେ ବେଞ୍ଚ ବିଳମ୍ବ ପାଇଁ କୋର୍ଟ ରେଜିଷ୍ଟ୍ରିରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ। ଏହା ପରେ ସମୀକ୍ଷା ଆବେଦନ ଉପରେ ବିଚାର କରାଯାଇଥିଲା ଏବଂ ଅଗଷ୍ଟ ୨୭ରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଜଷ୍ଟିସ ଉଦୟ ଉମେଶ ଲଲିତ ଏବଂ ଜଷ୍ଟିସ ଭିନେଟ ସରନଙ୍କ ଦ୍ୱାରା ଗଠିତ ବେଞ୍ଚ ସୋମବାର ଦିନ ଏହି ରାୟ ଦେଇଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories