www.samajalive.in
Monday, December 15, 2025
14.1 C
Bhubaneswar

ସନ୍ଦୀପଙ୍କୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ରିୟାଙ୍କୁ ସିବିଆଇର ତୃତୀୟ ଜେରା

ମୁମ୍ବଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଡ୍ରଗ୍ସ ଯୋଗାଣ କରିବା ଅଭିଯୋଗରେ ଅଭିଯୁକ୍ତ ହୋଟେଲ ବ୍ୟବସାୟୀ ଗୌରବ ଆର୍ଯ୍ୟଙ୍କୁ ରବିବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜେରା କରିଛି। ଜେରା ସମୟରେ ଗୌରବ କହିଛନ୍ତି ଯେ ସେ କେବେହେଲେ ସୁଶାନ୍ତଙ୍କୁ ଭେଟି ନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ତେବେ ୨୦୧୭ରେ ସେ ରିୟା ଚକ୍ରବର୍ତ୍ତୀଙ୍କୁ ଭେଟିଥିଲେ ବୋଲି କହିଛନ୍ତି। ଗୌରବ ଗୋଆରେ ହୋଟେଲ ଟାମାରିଣ୍ଡ ଓ କେଫ କୋଟିଙ୍ଗା ନାମରେ ଦୁଇଟି ହୋଟେଲ ଖୋଲିଛନ୍ତି। ରିୟାଙ୍କ ହ୍ବାଟ୍ସଆପ୍‌ ଚାଟିଙ୍ଗରୁ ଗୌରବଙ୍କ ସମ୍ପୃକ୍ତି ବିଷୟରେ ସୂଚନା ମିଳିଛି। ତଦନ୍ତକାରୀ ଏଜେନ୍ସିର ବିଶ୍ବାସ ଯେ ରିୟାଙ୍କୁ ଗୌରବ ଡ୍ରଗ୍ସ ଯୋଗାଉ ଥିଲେ ଓ ଏହି ଡ୍ରଗ୍ସକୁ ରିୟା ସୁଶାନ୍ତଙ୍କୁ ଦେଉଥିଲେ। ଗୌରବଙ୍କ ବିରୋଧରେ ନର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ଇଡି ଅଧିକାରୀମାନେ ହୋଟେଲ ଟାମାରିଣ୍ଡ ଯାଇଥିଲେ। ମାତ୍ର ସେତେବେଳକୁ ହୋଟେଲ ବନ୍ଦ ରହିଥିଲା। ଇଡି ଅଧିକାରୀମାନେ ହୋଟେଲ ବାହାରେ ସମନ ନୋଟିସ ଲଗାଇ ଦେଇଥିଲେ। ନୋଟିସରେ ଗୌରବଙ୍କୁ ଇଡି ନିକଟରେ ହାଜର ହେବାକୁ କୁହାଯାଇଥିଲା।
ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟୁ ଘଟଣା ଉପରେ ତଦନ୍ତ କରୁଥିବା ଅନ୍ୟତମ ତଦନ୍ତକାରୀ ଏଜେନ୍ସି ସିବିଆଇ ରବିବାର ରିୟା ଚକ୍ରବର୍ତ୍ତୀଙ୍କୁ ୯ଘଣ୍ଟା ଜେରା କରିଛି। ରିୟାଙ୍କୁ ସିବିଆଇର ଏହା ତୃତୀୟ ଜେରା। ଏହା ପୂର୍ବରୁ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ରିୟା, ତାଙ୍କ ଭାଇ ସୌୱିକ ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କୁ ସିବିଆଇ ଜେରା କରିଥିଲା। ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ର ନିର୍ମାତା ସନ୍ଦୀପ ସିଂହଙ୍କ ସମ୍ପୃକ୍ତି ରହିଛି। ସିବିଆଇ ସନ୍ଦୀପଙ୍କ ସମ୍ପୃକ୍ତି ବିଷୟରେ ତଦନ୍ତ କରିବା ଦରକାର ବୋଲି କଂଗ୍ରେସ ନେତା ଅଭିଷେକ ମନୁ ସିଂହଭି କହିଛନ୍ତି। ସନ୍ଦୀପ ଗତ କିଛି ମାସ ମଧ୍ୟରେ ମହାରାଷ୍ଟ୍ର ବିଜେପି କାର୍ଯ୍ୟାଳୟକୁ ୫୩ଥର ଫୋନ କରିଛନ୍ତି। ସିଂହଭି କହିଛନ୍ତି ଯେ ବିଜେପି ସନ୍ଦୀପଙ୍କୁ ସୁରକ୍ଷା ଦେଉଛି। କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରି କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନଭେ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ପଛରେ ବିଜେପିର କୌଣସି ସମ୍ପର୍କ ନାହିଁ। ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ କରି ସତ୍ୟତା ପଦାକୁ ଆଣିବା ଲାଗି ଆମେ ଦାବି କରିଥିଲୁ। କଂଗ୍ରେସ ନିଜକୁ ସୁରକ୍ଷା ଦେବା ଲାଗି ବିଜେପିକୁ ଏହି ବିବାଦକୁ ଟାଣୁଛି ବୋଲି ଦାନଭେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories