ଜାଣନ୍ତୁ, ମୁଖ ଓ କେଶ ପାଇଁ ଦେଶୀ ଘିଅର ବ୍ୟବହାର

0

ଘିଅ ଖାଇବା ଦ୍ୱାରା ଶରୀରର ଅନେକ ଲାଭ ହୋଇଥାଏ ଏହା ତ ସମସ୍ତେ ଜାଣିଛନ୍ତି। ଘିଅର ବ୍ୟବହାର ଆମେ ଅନେକ ମାତ୍ରାରେ କରିଥାଉ। ଦେଶୀ ଘିଅ ଦ୍ୱାରା ଆମେ ଚୁଟି ଓ ମୁହଁକୁ ମଧ୍ୟ ନୂଆ ରୂପ ଦେଇପାରିବା। ଦେଶୀ ଘିଅ ଆମ ଚୁଟି ଓ ମୁହଁ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା ଦେଶୀ ଘିଅ ଦ୍ୱାରା ଚୁଟି ଓ ମୁହଁକୁ କିପରି ସୁନ୍ଦର କରିବା …
ମୁହଁର ଶୁଷ୍କତା:
ଯଦି ଆପଣଙ୍କ ମୁହଁ ଶୁଷ୍କ ଅଟେ ତେବେ ଅଧିକ ଦାମୀକିଆ କ୍ରିମ୍‍ ବ୍ୟବହାର କରନ୍ତୁ। କ୍ରିମ୍‍ ବଦଳରେ ଦେଶୀ ଘିଅ ବ୍ୟବହାର କରନ୍ତୁ। ଦେଶୀ ଘିଅକୁ ଅଳ୍ପ ଉଷୁମ କରି ଗାଧୋଇବା ବେଳେ ଦେହରେ ଭଲ ଭାବରେ ମସାଜ କରି ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ମୁହଁ କୋମଳ ହେବା ସହ ଶୁଷ୍କତା ଦୂର ହୋଇଯିବ।


କଳା ଦାଗ:
ମୁହଁରେ କଳା ଦାଗ ହେଉଥିଲେ ଆମେ ପାର୍ଲରକୁ ଯାଇ ଅନେକ ଟଙ୍କା ଖର୍ଚ୍ଚ କରିଥାଉ। କିନ୍ତୁ ଦାଗ ସମ୍ପୁର୍ଣ୍ଣ ରୂପେ ଯାଇ ନଥାଏ। ମୁହଁରୁ କଳା ଦାଗ ଛଡାଇବା ପାଇଁ ଦେଶୀ ଘିଅର ବ୍ୟବହାର କରନ୍ତୁ। ପ୍ରତିଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ମୁହଁର ଯେଉଁ ଜାଗାରେ କଳା ଦାଗ ହୋଇଥିବ ସେଠାରେ ଦେଶୀ ଘିଅ ଲଗାଇ ଶୋଇ ଯାଆନ୍ତୁ। ସକାଳୁ ଉଠି ଭାବରେ ମୁହଁ ଧୋଇ ଦିଅନ୍ତୁ। ଅଳ୍ପ ଦିନ ପରେ ମୁହଁରେ କଳା ଦାଗ ଛାଡିଯିବ।
ସାମାନ୍ୟ ଦାଗ:
ମୁହଁରେ କିଛି ସାମାନ୍ୟ ଦାଗ ଚିହ୍ନ ରହିଥିଲେ ଦେଶୀ ଘିଅର ବ୍ୟବହାର କରି ପାରିବେ। ପ୍ରତିଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ହାତରେ ଅଳ୍ପ ଦେଶୀ ଘିଅ ନେଇ ଦାଗ ହୋଇଥିବା ଜାଗାରେ ମଲ ଭାବରେ ମାଲିସ କରି ଶୁଅନ୍ତୁ। ସକାଳୁ ଉଠି ଭଲ ଭାବରେ ମୁହଁ ଧୋଇ ପୋଛି ଦିଅନ୍ତୁ। କିଛି ଦିନ ପରେ ମୁହଁରୁ ଦାଗ ଚିହ୍ନ ଲିଭିଯିବ।


ଚୁଟି ବଢାଇବା:
ଚୁଟିକୁ ଲମ୍ବା କରିବା ନିମନ୍ତେ ଦେଶୀ ଘିଅ ମାଲିସ କରନ୍ତୁ। ଦେଶୀ ଘିଅରେ ଅଅଁଳା ତେଲ ଓ ପିଆଜ ରସ ମିଶାଇ ମଧ୍ୟ ଲଗାଇ ପାରିବେ। ସପ୍ତାହରେ ଥରେ ଚୁଟିରେ ଦେଶୀ ଘିଅ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା ଚୁଟି ଶୀଘ୍ର ବଢିବା ସହ ଝଡିବା ମଧ୍ୟ ବନ୍ଦ ହୋଇଯାଏ। ଏହା ସହ ଚୁଟି ଘନ ଓ ଆକର୍ଷଣୀୟ ହୋଇଥାଏ।

Leave A Reply