ଗଣେଶଙ୍କୁ ଦୂବ ଅର୍ପଣର ବିଧି

0

ଘରେ ସୁଖ ଓ ସମୃଦ୍ଧି ବଜାୟ ରହିବା ପାଇଁ ଗଣେଶଙ୍କୁ ଦୂବ ଘାସ ଅର୍ପଣ କରିବାର ପରମ୍ପରା ରହିଛି। ଦୂବ ଅର୍ପଣ ସମୟରେ ଭଗବାନ ଗଣେଶଙ୍କର ୧୧ଟି ବିଶେଷ ମନ୍ତ୍ର ଜପ କରିବା ଉଚିତ୍‍। ଦୂବ ଏକ ବିଶେଷ ପ୍ରକାର ଘାସ ଅଟେ। ଭଗବାନ ଗଣେଶଙ୍କୁ ଦୂବ ଅର୍ପଣ କରିବା ଦ୍ୱାରା ସୁଦୃଷ୍ଟି ଘରେ ରହିଥାଏ।

ଭଗବାନ ଗଣେଶଙ୍କୁ ଦୂବ ବିଶେଷ ରୂପେ ଅର୍ପଣ କରାଯାଇଥାଏ। ଯୋଡା ଦୂବ ଘାସ ପ୍ରସ୍ତୁତ କରି ଗଣେଶଙ୍କୁ ଅର୍ପଣ କରିବା ଉଚିତ। ୨୨ଟି ଦୂବ ଘାସ ନେଇ ଏକା ସହ ସୂତାରେ ବାନ୍ଧି ୧୧ଯୋଡା ଦୂବ ପ୍ରସ୍ତୁତ କରି ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ।
ପୂଜା ପାଇଁ ଯେକୌଣସି ମନ୍ଦିର, ଘରର ବଗିଚା କିମ୍ବା କୌଣସି ସଫା ଜାଗାରେ ହୋଇଥିବା ଦୂବକୁ ସଂଗ୍ରହ କରିବା ଉଚିତ। ଅପରିଷ୍କାର ଜାଗାରୁ ଦୂବ ତୋଳି ଗଣେଶଙ୍କୁ ଅର୍ପଣ କରିବା ଅନୁଚିତ।


ଦୂବ ଅର୍ପଣ କରିବା ପୂର୍ବରୁ ସଫା ପାଣିରେ ଭଲ ଭାବରେ ଧୋଇବା ଉଚିତ୍‍। ଦୂବ ଅର୍ପଣ କରିବା ସମୟରେ ୧୧ଟି ବିଶେଷ ମନ୍ତ୍ର ଜାପ କରିବା ଆବଶ୍ୟକ।
ଆସନ୍ତୁ ଜାଣିବା ସେହି ବିଶେଷ ମନ୍ତ୍ର:
ଓଁ ଗଂ ଗଣପତୟେ ନମଃ
ଓଁ ଗଣାଧିପାୟ ନମଃ
ଓଁ ଉମାପୁତ୍ରାୟ ନମଃ
ଓଁ ବିଘ୍ନନାଶନାୟ ନମଃ
ଓଁ ବିନାୟମାୟ ନମଃ
ଓଁ ଈଶପୁତ୍ରାୟ ନମଃ
ଓଁ ସର୍ବସିଦ୍ଧିପ୍ରଦାୟ ନମଃ
ଓଁ ଏକଦନ୍ତାୟ ନମଃ
ଓଁ ଇଭବକ୍‍ତ୍ରାୟ ନମଃ
ଓଁ ମୂଷକବାହନାୟ ନମଃ
ଓଁ କୁମାରଗୁରବେ ନମଃ
ଏହି ସମସ୍ତ ମନ୍ତ୍ର ଜପ କରି ଭଗବାନ ଗଣେଶଙ୍କୁ ଦୂବ ଅର୍ପଣ କରିବା ଉଚିତ।


ଦୂବ ଅର୍ପଣ କରିବ ସମୟରେ ଯଦି ଏହି ମନ୍ତ୍ର ଜାପ କରିବାରେ ଅସୁବିଧା ହେଉଥାଏ ତେବେ ‘ଓଁ ଗଣେଶାୟ ନମଃ ଦୂବାଁକୁରାନ୍‍ ସମର୍ପୟାମି’ ମନ୍ତ୍ର ଜାପ କରିପାରିବେ।
ଶ୍ରଦ୍ଧାର ସହ ଗଣେଶଙ୍କୁ ପୂଜା କରିବା ଉଚିତ।

Leave A Reply