www.samajalive.in
Sunday, December 7, 2025
26.1 C
Bhubaneswar

ମନ୍ତ୍ରୀଙ୍କ ଦ୍ୱାରା ନୂନତ ସ୍କୁଲ ଗୃହ ପାଇଁ ଶିଳାନ୍ୟାସ

ଆଠଗଡ: ଆଠଗଡ ବ୍ଲକରେ ଗତବର୍ଷ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି ଦ୍ୱାରା କ୍ଷତିଗ୍ରସ୍ତ ୧୮ଟି ସ୍କୁଲ ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ମିଳିଛି। ଶୁକ୍ରବାର ରାଜ୍ୟ ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଖୁଣ୍ଟକଟା ନୋଡାଲ ସ୍କୁଲର ନୂତନ ଗୃହ ପାଇଁ ଶିଳାନ୍ୟାସ କରିଥିଲେ। ଅନ୍ୟ ୧୭ଟି ସ୍କୁଲର ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ରାସରସିକପୁର ସ୍କୁଲଠାରେ ଭିଡିଓ କନଫରେସିଂ ଜରିଆରେ ନୂତନ ଗୃହ ନିର୍ମାଣ ପାଇଁ ଭର୍ଚୁଆଲ ଶିଳାନ୍ୟାସ କରିଥିଲେ ମନ୍ତ୍ରୀ ଶ୍ରୀ ସ୍ୱାଇଁ। ଖୁଣ୍ଟକଟା ଠାରେ ପ୍ରଧାନ ଶିକ୍ଷକ ମାନସ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଠଗଡ ଅଞ୍ଚଳରେ ଶିକ୍ଷାର ଏବଂ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମିର ବିକାଶ ଲାଗି ସେ ପ୍ରତିଶୃତିବଦ୍ଧ ବୋଲି ପ୍ରକାଶ କରିଥିଲେ। ତେବେ ଶିକ୍ଷକମାନେ ଶିକ୍ଷାର ଗୁଣାତ୍ମକମାନ ପ୍ରତି ଯତ୍ନବାନ ହେବା ସହ ଆଠଗଡ ଅଞ୍ଚଳର ଛାତ୍ରଛାତ୍ରୀମାନେ କିପରି ସର୍ବୋତ୍ତମ ପ୍ରଦର୍ଶନ କରିପାରିବେ ସେ ଦିଗରେ ଆନ୍ତରିକତାର ସହ ନିଜ କର୍ତ୍ତବ୍ୟ ସଂପାଦନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଖୁଣ୍ଟୁକଟା ସରପଞ୍ଚ, ସମିତିସଭ୍ୟ, ସମସ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ମନୋଜ ନାୟକ, ଅଧ୍ୟାପକ ଡଃ ରାମଚନ୍ଦ୍ର ସାହୁ ଓ ଶିକ୍ଷକ ନୀଳମଣି ନାୟକଙ୍କୁ ସ୍କୁଲର ନୂତନ ଗୃହ ନିର୍ମାଣ କମିଟିର ସଦସ୍ୟଭାବେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମନୋନୀତ କରିବା ସହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷକ ସୁଧିର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories