www.samajalive.in
Saturday, December 13, 2025
14.1 C
Bhubaneswar

ଘରେ କର୍ପୁର ଜାଳିଲେ ମିଳିବ ଏହି ଚତ୍ମକାରୀ ଶୁଭ ଫଳ


ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତ୍ୟେକ ପୂଜାରେ କର୍ପୁର ଜଳାଯାଇଥାଏ । ଦେବାଦାବୀଙ୍କୁ ପ୍ରସନ୍ନ କରେ କର୍ପୁର ଆଳତୀ  । ଏହାସହ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟୀ ।ପୂଜା ସମୟରେ କର୍ପୁର ଜାଳିବା ଦ୍ୱାରା ଘରର ବାତାବରଣ ସୁଗନ୍ଧ ଓ ପବିତ୍ର ହୋଇଥାଏ ।  ସକାରତ୍ମକ ଚିନ୍ତାଧାରା ଆସିଥାଏ । ମନରେ ପବିତ୍ରତା ଭରିଦିଏ କର୍ପୁରର ବାସ୍ନା ।

କର୍ପୁର ଜଳାଇବାର ଅନେକ ବୈଜ୍ଞାନିକ ମହତ୍ତ୍ଵ ମଧ୍ୟ ରହିଛି । କର୍ପୁର ସୁଗନ୍ଧରେ ପରିବେଶରେ ଥିବା କେତେକ ହାନୀକାରକ ଜୀବାଣୁ ନଷ୍ଟ ହୋଇଥାଆନ୍ତି ।

- Advertisement -

ରାତିରେ ଶୋଇବା ବେଳେ କର୍ପୁର ଜାଳି ଶୋଇଲେ ନିଦ୍ରାହୀନତା ଦୂର ହୋଇଥାଏ ଏବଂ ଦୁଃ ସ୍ୱପ୍ନ ଆସି ନ ଥାଏ ।

ଯଦି କାଳସର୍ପ ଦୋଷ ବା ପିତୃଦୋଷ ରହିଥାଏ ତେବେ ରୋଷେଇ ସରିବା ପରେ ଘର ସଫା କରି କର୍ପୁର ଜାଳି ଦିଅନ୍ତୁ ।

ଘରେ ଶାନ୍ତି ଚାହୁଁଥିଲେ ସକାଳେ ଓ ସଂଧ୍ୟାରେ ପୂଜା ସମୟରେ ଘିଅରେ ଭିଜାଇ କର୍ପୁର ଜଳାନ୍ତୁ ଏବଂ ସମ୍ପୂର୍ଣ୍ଣ ଘରେ ଏହାର ସୁଗନ୍ଧ ଖେଳାଇ ଦିଅନ୍ତୁ । ଏହା  ଦ୍ୱାରା ଘରେ ନକରାତ୍ମକ ଶକ୍ତି ଦୂର ହୁଏ ।

ବିବାହରେ ବିଳମ୍ବ ହେଉଥିଲେ ୩୬ଟି ଲବଙ୍ଗ ଓ ୬ଟି କର୍ପୁର ନିଅନ୍ତୁ ସେଥିରେ ହଳଦୀ ଓ ଅରୁଆ ଚାଉଳ ନେଇ ମା ଦୁର୍ଗାଙ୍କୁ ଆହୁତି ଦିଅନ୍ତୁ । ଏହା ଦ୍ୱାରା ବିବହାରେ ଉପୁଜି ଥିବା ବାଧା ଦୂର ହେବ ।

ଗାଧେଇବା ପାଣିରେ ଦୁଇ ବୁନ୍ଦା କର୍ପୁର ତେଲ ମିଶାଇ ଗାଧାନ୍ତୁ । ଏହା ଦ୍ୱାରା ମାନସିକ ଚିନ୍ତା ଦୂର ହେବା ସହ ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଥାଏ ।

ରାତିରେ ହନୁମାନ ଚାଳିଶା ପାଠ କରିବା ପରେ ଭଗବାନ ହନୁମାନଙ୍କ ନିକଟରେ ଦୁଇଟି କର୍ପୁର ଜାଳନ୍ତୁ । ଏହା ଦ୍ୱାରା କ୍ରୋଧ ଶାନ୍ତ ହେବ ଓ ଆକସ୍ମିକ ଦୁର୍ଘଟଣାର ଆଶଙ୍କା କମ୍ ହୋଇଥାଏ ।

ଧନ ବୃଦ୍ଧି କରିବାକୁ ଚାହୁଁଥିଲେ ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ ସବୁ ବାସନ ସଫା ହେବା ପରେ ଏକ ଚାନ୍ଦି ଗିନାରେ ୨ ଟି ଲବଙ୍ଗ ଓ ୨ଟି କର୍ପୁର ଜଳାନ୍ତୁ । ଏହି ଉପାୟକୁ ବୁଧବାରରୁ ଆରମ୍ଭ କରନ୍ତୁ ଏବଂ ସେହି ଦିନ ସବୁଜ ରଙ୍ଗର ପୋଷାକ ପରିଧାନ କରିବା ସହ ଅନ୍ୟକୁ ଦାନ କରୁନ୍ତୁ ।

ପତି ଓ ପତ୍ନୀଙ୍କ ମଧ୍ୟରେ ଝଗଡା ବା ତିକ୍ତତା ରହିଥାଏ ତେବେ ଶୟନ କକ୍ଷରେ କୌଣସି ଏକ କୋଣରେ ୨ଟି କର୍ପୁର ରଖି ଦିଅନ୍ତୁ ଓ ତାହା ମିଳେଇଲା ପରେ ଆଉ ଦୁଇଟି ରଖନ୍ତୁ । ସମସ୍ୟା ସମାଧାନ ହେବା ଯାଏଁ ନିୟମିତ ଏପରି କରନ୍ତୁ ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories