ଜୁଭେଣ୍ଟସ ସହ ଚୁକ୍ତିକଲେ ରୋନାଲ୍‍ଡୋ

0

ମାଦ୍ରିଦ୍‍ : ପର୍ତ୍ତୁଗାଲ୍‍ର ତାରକା ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍‍ଡୋ ଇଟାଲୀର ଚମ୍ପିଆନ୍‍ କ୍ଲବ ଜୁଭେଣ୍ଟସ୍‍ ପକ୍ଷରୁ ଖେଳିବାକୁ ଚୁକ୍ତି କରିଥିବା ଜଣାପଡ଼ିଛି। ପୂର୍ବରୁ ଦୀର୍ଘ ୯ ବର୍ଷ ହେଲା ସ୍ପେନର ପ୍ରଖ୍ୟାତ କ୍ଲବ ରିଅଲ ମାଦ୍ରିଦ୍‍ ତରଫରୁ ଖେଳୁଥିଲେ ରୋନାଲ୍‍ଡୋ। ୨୦୦୯ରେ ରୋନାଲ୍‍ଡୋ ଇଂଲଣ୍ଡର ମାଞ୍ଚେଷ୍ଟର ୟୁନାଇଟେଡ୍‍ ଦଳ ଛାଡ଼ି ରିଅଲ ମାଦ୍ରିଦ୍‍ରେ ଯୋଗ ଦେଇଥିଲେ। ସେ ମାଦ୍ରିଦ୍‍ ଦଳ ତରଫରୁ ୪୫୧ଟି ଗୋଲ୍‍ ସ୍କୋର କରିଛନ୍ତି। ଏଥିସହ ମାଦ୍ରିଦ୍‍ ଦଳକୁ ୨ଟି ଲା ଲିଗା ଓ ୪ଟି ଚମ୍ପିଆନ୍‍ସ ଲିଗ୍‍ରେ ଚମ୍ପିଆନ୍‍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରୋନାଲ୍‍ଡୋ ଜୁଭେଣ୍ଟସ୍‍କୁ କ’ଣ ପାରିଶ୍ରମିକ ପାଇବେ; ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏକ ସୂତ୍ରରୁ ପ୍ରକାଶ ଯେ ୪ ବର୍ଷ ଲାଗି କ୍ରିଷ୍ଟିଆନୋ ରୋନାଲ୍‍ଡୋଙ୍କୁ ଜୁଭେଣ୍ଟସ ୧୦୫ ନିୟୁତ ୟୁରୋ (ପ୍ରାୟ ୮୪୭ କୋଟି ଟଙ୍କା) ପ୍ରଦାନ କରିବ। ସୂଚନାଯୋଗ୍ୟ; ଚଳିତ ଫିଫା ବିଶ୍ୱକପ୍‍ରେ ପର୍ତ୍ତୁଗାଲ ଦଳ କ୍ୱାର୍ଟରରେ ପରାସ୍ତ ହୋଇ ବିଶ୍ୱକପ୍‍ରୁ ବାଦ୍‍ ପଡ଼ିଥିଲା। ରୋନାଲ୍‍ଡ଼ୋ ଦଳକୁ ବିଜୟୀ କରିବାକୁ ନିଜ ସାଧ୍ୟମତେ ପ୍ରୟାସ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇପାରି ନ ଥିଲେ।

Leave A Reply