www.samajalive.in
Sunday, December 7, 2025
23.1 C
Bhubaneswar

ବେଲଗୁଡା ଗାଁକୁ ନାହିଁ ରାସ୍ତା, ଭାରରେ ୨ କିଲୋମିଟର ବୁହା ହେଲେ ରୋଗୀ

ଲମତାପୁଟ: ଗାଁରେ ଭଲ ରାସ୍ତା ଖଣ୍ଡେ ନାହିଁ । ରୋଗୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭାରରେ ବୋହି ନେବାକୁ ହୁଏ । ଗାଁ ରେ ରାସ୍ତା ନ ଥିବା ଯୋଗୁଁ ଆମ୍ବୁଲାନ୍ସ ନ ଆସିବାରୁ ଗାଁ ଲୋକେ ଜଣେ ରୋଗୀଙ୍କୁ ଭାରରେ ବୋହି ନେଉଥିବା ନଜର ଆସିଛି । କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ ପେଟା ଗ୍ରାମ ପଞ୍ଚାୟତର ବେଲଗୁଡା ଗାଁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଗାଁରେ ପ୍ରାୟ ୨୦ରୁ ୨୫ଟି ପରିବାର ଲୋକେ ବସବାସ କରନ୍ତି । ଗାଁ ସ୍ଥାପନ ହେବାର ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ବେଲଗୁଡା ଗାଁ କୁ ଭଲ ରାସ୍ତା ଖଣ୍ଡେ ନାହିଁ । ଗାଁ ରେ ଭଲ ରାସ୍ତା ନ ଥିବା ଯୋଗୁଁ ସାଧାରଣ ରୋଗୀ ଠାରୁ ଆରମ୍ଭ କରି ଗର୍ଭବତୀ ମହିଳାମାନଙ୍କୁ ଜରୁରୀ କାଳିନ ସମୟରେ ଗାଁ କୁ ୧୦୮ ଆମ୍ବୁଲାନ୍ସ କିମ୍ବା ୧୦୨ ଆମ୍ବୁଲାନ୍ସ ଆସି ପାରୁନାହିଁ । ଆମ୍ବୁଲାନ୍ସ ନ ଆସିବାରୁ ବାଧ୍ୟ ହୋଇ ଗାଁ ଳୋକେ ରୋଗୀଙ୍କୁ ଭାରରେ ବହି ପ୍ରାୟ ୨ କିଲୋମିଟର ରାସ୍ତା ଚାଲି ଚାଲି ମୁଖ୍ୟ ରାସ୍ତାରେ ପହଂଚି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପଡୁଛି । ଗାଁର ଜଣେ ବୃଦ୍ଧା ଅସୁସ୍ଥ ହେବାରୁ ରୋଗୀଙ୍କ ସମ୍ପର୍କୟମାନେ ଏକ ଭାରରେ ବହି ୨ କିଲୋମିଟର ଜମିହୁଡା ରାସ୍ତା ଦେଇ ମୁଖ୍ୟ ରାସ୍ତାରେ ବାହାରି ଲମତାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିବା ବେଲଗୁଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories