www.samajalive.in
Saturday, December 13, 2025
23.1 C
Bhubaneswar

ବେସର ଇଲିସି

ଆବଶ୍ୟକ ସାମଗ୍ରୀ
ଇଲିସି ମାଛ – ୭୦୦ ଗ୍ରାମ
ଅଦା ରସୁଣ ବଟା – ୪ ଚାମଚ
ସୋରିଷ ବଟା – ୨ ଚାମଚ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଜିରା ଗୁଣ୍ଡ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଲେମ୍ବୁ – ୧ଟି
କଟା ପିଆଜ – ୧ଟି
କଟା ଟମାଟୋ – ୧ଟି
କଞ୍ଚା ଲଙ୍କା – ୬ ରୁ ୭ଟି
ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଇଲିସି ମାଛକୁ ଧୋଇ ଏଥିରେ ଅଳ୍ପ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ। ଏହାପରେ ଏଥିରେ କଟା ପିଆଜ, କଟା କଞ୍ଚା ଲଙ୍କା , ଧନିଆ ପତ୍ର, କଟା ଟମାଟୋ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଅଦା ରସୁଣ ବଟା, ସୋରିଷ ବଟା, ଲେମ୍ବୁ ରସ, ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ଏହି ଗୋଳାଇ ରଖିଥିବା ମାଛକୁ ଗୋଟେ ଗୋଟ କରି ରଖନ୍ତୁ। ଅଳ୍ପ ପାଣି ଦିଅନ୍ତୁ। ପାଣି ଦେବା ପରେ ଏହା ଉପରେ ସାମାନ୍ୟ ଲୁଣ ମଧ୍ୟ ପକାନ୍ତୁ। ଏହାପରେ କଡେଇ ଉପରେ ଏକ ଢାଙ୍କୁଣୀ ଘୋଡ଼ାଇ ଏହା ଉପରେ ଏକ ଭାରୀ ଦ୍ରବ୍ୟ (ଶିଳପୁଆ) ଆଦି ରଖନ୍ତୁ। ଗ୍ୟାସରେ ୨୦ ରୁ ୨୫ ମିନିଟ ବସାଇବା ପରେ ଏକ ପାତ୍ରକୁ କାଢି ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଇଲିସି ମାଛ ତରକାରୀ । ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories