www.samajalive.in
Tuesday, December 9, 2025
16.1 C
Bhubaneswar

କାନଝରୀ ଡ୍ୟାମ ଜଳ ପରିଚାଳନାରେ ମନୁଷ୍ୟକୃତ ତୃଟି, ରାସ୍ତାରେ ଚାଲୁଛି କେନାଲ ପାଣି

ପାଟଣା :କେନ୍ଦୁଝର ଜିଲ୍ଲାର ସଦର, ପାଟଣା ଓ ଘଟଗାଁ ବ୍ଲକ ଅଂଚଳର ନିର୍ଦ୍ଧିଷ୍ଟ ପରିମାଣର ଚାଷଜମିକୁ ପାଣି ଯୋଗାଇ ଦେବା ଲକ୍ଷ ନେଇ କାନଝରୀ ଡ୍ୟାମ ସ୍ଥାପନ କରାଯାଇଥିଲା। ଜଳସମ୍ପଦ ବିଭାଗର ଏହି କାନଝରୀ ଡ୍ୟାମ ଠିକାଦାର ଓ ଅଧିକାରୀଙ୍କୁ ପୋଷିବା କାମ ଜାରି ରଖିଥିବା ବେଳେ ଚାଷୀଙ୍କ ବିଲକୁ ପାଣି ନ ଦେଇ ରାଜସ୍ୱ ବିଭାଗ ଜରିଆରେ କର ମାଧ୍ୟମରେ ଶୋଷିବା କାମ ଭଲ ଭାବରେ କରୁଛି । କେନାଲ ମରାମତି ଓ ରକ୍ଷଣାବେକ୍ଷଣ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହାର ସିଂହଭାଗ ବାଟମାରଣା ହେଉଥିବା ଦେଖାଯାଇଛି । କାନଝରୀ ଡ୍ୟାମରୁ ଡାହାଣପଟ ମେନ କେନାଲରେ ନିର୍ମାଣଗତ ତୃଟି ଯୋଗୁଁ ପାଣି ନଷ୍ଟ ହେଉଥିବା କାରଣରୁ ମାସେରୁ ଅଧିକ ସମୟ ହେଲା ପାଣି ଆସୁ ନ ଥିବା ବେଳେ ଏବେ ଡ୍ୟାମରେ ଲଘୁଚାପ ଜନିତ ବର୍ଷା ବିପଦଜନକ ପରିସ୍ଥିତି ସୃଷ୍ଟି କରିବାରୁ ଗୋଟିଏ ଗେଟ ଖୋଲାଯାଇ ନଦୀରେ ପାଣି ଛାଡି ଦିଆଯାଉଥିବାରୁ ପାଟଣା-କେନଇପଶି ରାସ୍ତାର ଭୀମାପଡାପୁରୁଣା ନିଚ୍ଚା ସେତୁ ଉପରେ ୩ ଫୁଟରୁ ଅଧିକ ପାଣି ଚାଲି ଦୁଇଦିନ ହେଲା ଗମନାଗମନ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଛି ।
ଅପରପକ୍ଷରେ ଡ୍ୟାମ ପାଣିରେ ରାସ୍ତା ବୁଡୁଥିବା ବେଳେ ଡ୍ୟାମର ଡାହାଣପଟ କେନାଲରେ କେବଳ ବର୍ଷାପାଣି ଗଚ୍ଛିତ ରହିଛି । ଡ୍ୟାମରୁ କେନାଲରେ ପାଣି ଛଡାଯାଇନାହିଁ । କୋଟି କୋଟି ଟଙ୍କା ଖର୍ଚ୍ଚ, ଗଣ୍ଡା ଗଣ୍ଡା ପାଣି ପଂଚାୟତ ଗଠନ ସତ୍ୱେ କାନଝରୀ ଡ୍ୟାମ କର୍ତୃପକ୍ଷ ଡ୍ୟାମରୁ ଜଳ ପରିଚାଳନା କ୍ଷେତ୍ରରେ ଏହି ଦୀର୍ଘବର୍ଷ ମଧ୍ୟରେ ଉପଯୁକ୍ତ ପଦ କ୍ଷେପ ଗ୍ରହଣ କରି ନ ପାରିବା ଜଳସମ୍ପଦ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories