www.samajalive.in
Wednesday, December 10, 2025
17.1 C
Bhubaneswar

ଚୋରି ଜିନିଷ ଉଦ୍ଧାର ; ୪ ଗିରଫ

ଫୁଲନଖରା : ଜାତୀୟ ରାଜପଥ ନିର୍ମାଣ କାର୍ୟ୍ୟରେ ବ୍ୟବହୃତ ଧାତବ ସାମଗ୍ରୀ ଚୋରି କରିବା ଅଭିଯୋଗରେ ସଦର ଥାନା ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସଦର ଥାନା ଗୋପାଳପୁର ଅଧିନ ଡିହସାହି ଗ୍ରାମର ମୀନକେତନ ଶତପଥି, ସଦର ଥାନା ବାଲିକୁଦା ଦେହୁରିସାହିର ଦେବେନ୍ଦ୍ର ଦେହୁରି, ସଦର ଥାନା ବାଲିକୁଦା ବଙ୍ଗଳାପଡ଼ିଆରେ ରହୁଥିବା ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅଧିନ ମଝିପଡ଼ା ଗ୍ରାମର ଆୟୁଷମାନ ମେହେର ଏବଂ ବାଲିକୁଦା ଦେହୁରୀସାହିର ଚନ୍ଦନ ଦେହୁରୀ।
ସୂଚନା ଯୋଗ୍ୟ , ଗତ ୨୦ତାରିଖରେ ଗୋପାଳପୁର-ବାଲିକୁଦା ଫ୍ଲାଇଓଭର ବ୍ରିଜ ନିର୍ମାଣସ୍ଥଳରୁ ମୂଲ୍ୟବାନ ଲୁହା ପ୍ଲେଟ ଓ ଅନ୍ୟାନ୍ୟ ଲକ୍ଷାଧିକ ଟଙ୍କା ମୂଲ୍ୟର ସରଞ୍ଜାମ ଚୋରି ହୋଇଥିଲା । ଏ ନେଇ ପ୍ରକଳ୍ପ ପରିଚାଳକ ଧନେଶ୍ୱର ସାମଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ମୀନକେତନ ଘର ପଛପଟରେ ସମସ୍ତ ଚୋରି ସାମଗ୍ରୀ ରହିଥିବା ଜଣାପଡ଼ିବା ପରେ ମୁଖ୍ୟ ଅଭିଯୁକ୍ତ ସହିତ ତା’ର ଅନ୍ୟ ୩ ସହଯୋଗୀକୁ ପୁଲିସ ଗିରଫ କରିଥିଲା। ଏହି କାର୍ୟ୍ୟରେ ବ୍ୟବହୃତ ଏକ ଅଟୋ ରିକ୍ସାକୁ ମଧ୍ୟ ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୁଧାଂଶୁଭୂଷଣ ଜେନା ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories