www.samajalive.in
Wednesday, December 10, 2025
16.1 C
Bhubaneswar

ପଲିଥିନ ତଳେ ବିତୁଛି ଜୀବନ, ବିଧବା ମହିଳାଙ୍କୁ ଆବାସ ଯୋଜନା ସାତ ସପନ

ମାଲକାନଗିରି : କେନ୍ଦ୍ର ଓ ରାଜ୍ୟ ସରକାର ବିଧବା ତଥା ଗରୀବ ପରିବାରଙ୍କୁ ପକ୍କା ଗୃହ, ଭତା, ତଥା ରାସନ ସାମଗ୍ରୀ ଯୋଗାଇ ଦେବା ପାଇଁ ଅନେକ ଯୋଜନା କରିଥିବାବେଳେ ଏବେବି ବହୁ ଲୋକ ଏହି ଯୋଜନାରୁ ବଂଚିତ ହେଉଥିବା ଦେଖାଯାଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଂଚାୟତ ଅନ୍ତର୍ଗତ ଜୟରାମଗୁଡାଠାରୋ। ଏହି ଗ୍ରାମରେ ଘାସିଆଣି ଗାଦବା ନାମକ ଜଣେ ବିଧବା ମହିଳା ଦୀର୍ଘ ୫ ବର୍ଷ ଧରି ଏକ ଝାଟିମାଟି ଘର ଉପରେ ପଲିଥିନ ପକାଇ ବସବାସ କରି ଆସୁଥିବା ଦେଖିବାକୁ ମିଳିଛିା ତାଙ୍କ କହିବା ଅନୁସାରେ ଗତ ୫ ବର୍ଷ ତଳେ ତାଙ୍କ ସ୍ୱାମୀ ରୁରାଇ ଗାଦବା ମୃତ୍ୟୁବରଣ କରିଥିଲୋ ସେହିବର୍ଷ ପ୍ରବଳ ବର୍ଷା ଯୋଗୁଁ ତାଙ୍କର ଘରକାନ୍ଥ ଭୁଶୁଡି ପଡି ଘର ନଷ୍ଟ ହୋଇ ଯାଇଥିଲ।। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଏକ ଝାଟିମାଟିର କାନ୍ଥ ଠିଆ କରି ଉପରେ ପଲିଥିନ ପକାଇ ଉକ୍ତ ମହିଳା ବସବାସ କରି ଆସୁଛନ୍ତିା ଏ ସମ୍ବନ୍ଧରେ ଅନେକ ସରକାରୀ ବାବୁମାନେ ଆସି ଦେଖି ଯାଇଛନ୍ତି। ଏହା ବ୍ୟତୀତ ସେ ପଲ୍ଲୀସଭାରେ ମଧ୍ୟ ଏ ସମ୍ବନ୍ଧରେ ଅବଗତ କରାଇଥିଲେ ମଧ୍ୟ ଏଜାବତ୍‍ କୌଣସି ସୁଫଳ ମିଳି ପାରିନାହିାଁ ତେବେ ଉକ୍ତ ବିଧବା ମହିଳାଙ୍କୁ କେବେ ପକ୍କା ଗୃହ ଯୋଗାଇ ଦିଆଯିବ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଗୌଡଗୁଡା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଷ୍ଣୁଚରଣ ତ୍ରିପାଠିଙ୍କୁ ପଚାରିବାରୁ ସମ୍ପୃକ୍ତ ମହିଳାଙ୍କ ପକ୍କା ଗୃହ ନିମନ୍ତେ ତାଲିକା ପ୍ରସ୍ତୁତ କରାଯାଇଛି। ଯଥାଶୀଘ୍ର ଏହି ମହିଳାଙ୍କୁ ପକ୍କା ଗୃହ ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories