www.samajalive.in
Saturday, December 13, 2025
27.1 C
Bhubaneswar

ବଲାଙ୍ଗିର ଡାକଘରେ କରୋନା, ୩ କର୍ମଚାରୀ ଆକ୍ରାନ୍ତ

ବଲାଙ୍ଗିର: ବଲାଙ୍ଗିର ଜିଲାରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ସୋମବାର ୫୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୫ଶହ ନିକଟତର ହୋଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପୋଷ୍ଟ ଅଫିସର ୩ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ କାର୍ଯ୍ୟାଳୟରେ ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ପ୍ରତିଦିନ ବହୁ ଲୋକ ପୋଷ୍ଟଅଫିସ ଉପରେ ନିର୍ଭର କରୁଛନ୍ତି। ଏହି କାର୍ଯ୍ୟାଳୟରୁ ବହୁ ପାର୍ସଲ ଲୋକଙ୍କ ନିକଟକୁ ଆସିଥିଲେ ଏବଂ ବିଭିନ୍ନ ସ୍ଥାନକୁ ଯାଇଥାଏ । ଯାହାଫଳରେ ସଂକ୍ରମଣ ଆଶଙ୍କା ଜିଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।
ବଲାଙ୍ଗିର ଜିଲାପ୍ରଶାସନର ସୂଚନା ଅନୁସାରେ ସୋମବାର ବଲାଙ୍ଗିର ପୈାରାଞ୍ଚଳରୁ ୨୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତାଲପାଲିପଡାରୁ ୩, ପେଲେସଲାଇନରୁ ୩, ଶାନ୍ତିପଡାରୁ ୩ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଡୁଙ୍ଗୁରିପଡାରୁ ରୁ ୨ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ପିଆଣ୍ଡଟି କଲୋନୀ, ଆମ୍ବପଡା, ରୁଗୁଡିପଡା, କୋଶଳନଗର, ଆଦର୍ଶପଡା, ସୁଦପଡା, ଗାନ୍ଧିନଗରପଡା, ଟିକ୍ରାପଡା, ବରପାଲିପଡା, ଶାସ୍ତ୍ରୀନଗରରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ପାଟଣାଗଡ ବ୍ଲକ କଉଡିଆ ଓ ଆଗଲପୁର ବ୍ଲକ ଫାସଡ, ଝାରବନ୍ଧଲିରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଲିଛି। ପୁଇଁନ୍ତଲା ବ୍ଲକ ସିକାବେହେଙ୍ଗା, ଛତାମଖନା, ଅଠଗାଁରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର ସଦର ବ୍ଲକ ମାଧିଆପାଲି, କୁଟୁମଡୋଲାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଖପ୍ରାଖୋଳ ଲାଠୋରରୁ ୨ ଜଣ, ଗୁଡଭେଲା ବ୍ଲକ ଭୁନାପଡାରୁ ୨ ଜଣ, ତୁଷୁରାରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଟିଟିଲାଗଡ ଏନଏସିରୁ ୧୦ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନ୍ତର୍ଲାରୁ ଜଣେ, କଣ୍ଟାବାଞ୍ଜିରୁ ୨ ଜଣ, ମୁରିବାହାଲ ବ୍ଲକ କଟାଡୁଙ୍ଗୁରୀରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ବଙ୍ଗୋମୁଣ୍ଡା ବ୍ଲକ ଭାଲୁଡୁଙ୍ଗୁରୀ ଗାଁର ଜଣେ କରୋନା ଡଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକ ଆଇସୋଲେସନରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସେହିପରି ଜଣେ କରୋନା ଯୋଦ୍ଧା ଓ ସୋନପୁର ଜିଲା ତରଭା ଅଞ୍ଚଳର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ସୋମବାର ଚିହ୍ନଟ ହୋଇଥିବା ୫୭ ରୋଗୀକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୦ରେ ପହଞ୍ଚିଛି । ୮୦୭ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୬୨୦ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୩ ଜଣ କରୋନାରେ ମୃତ୍ୟୁ ବରଣ କରିଥିବା ଜିଲା ପ୍ରଶାସନ ସୂଚନା ଦେଇଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories