www.samajalive.in
Saturday, December 13, 2025
27.1 C
Bhubaneswar

ବାପାମା’ ଛେଉଣ୍ଡ ଅସହାୟ ଭାଇଭଉଣୀଙ୍କୁ ଫୁଲବାଣୀ ଚାଇଲ୍ଡ ଲାଇନ୍‌ର ସହାୟତା

ଫୁଲବାଣୀ:ଦାଦନ ଖଟିବାକୁ ଯାଇ ବାପା ଗୋପାଳ କହଁରଙ୍କର ମୃତ୍ୟୁ ହୋଇଥିଲା। ପରବର୍ତ୍ତି ସମୟରେ ଗତ ଏପ୍ରେଲ୍ ୪ ତାରିଖରେ ଏକମାତ୍ର ଭରସା ଥିବା ମାଆ ମାଳତି କହଁରଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ଫଳରେ ପିତାମାତାଙ୍କୁ ହରାଇ ଭାଇ ଭଉଣୀ ବେସାହାରା ହୋଇଯାଇଥିଲେ। ବର୍ତ୍ତମାନ କରୋନା ମହାମାରୀ କଟକଣା ଯୋଗୁ ସେମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ। ବେସାହାରା ହୋଇଥିବା ବାପାମା’ ଛେଉଣ୍ଡ ଭାଇଭଉଣୀଙ୍କୁ ବାଲିଗୁଡ଼ା ବନବାସୀ ସେବାସମିତି ସହାୟତାରେ ଫୁଲବାଣୀ ଚାଇଲ୍ଡ ଲାଇନ୍ ସହାୟତାର ହାତ ବଢ଼ାଇଛି। କନ୍ଧମାଳ ଜିଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ତଡ଼କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାରାପଦର ଗ୍ରାମରେ ଅସହାୟ ଭାଇ ଓ ଭଉଣୀଙ୍କୁ ଫୁଲବାଣୀ ଜିଲା ପରିଷଦ ସଭ୍ୟ ମକରଧ୍ୱଜ ମଲିକଙ୍କ ଉପସ୍ଥିତିରେ ଖାଦ୍ୟ ସାମଗ୍ରୀ, ସାନିଟାଇଜର ,ମାକ୍ସ ଆଦି ପ୍ରଦାନ କରିଛନ୍ତି ଚାଇଲଡ଼ ଲାଇନର ସଦସ୍ୟମାନେ।
ପ୍ରକାଶ ଯେ ମାଆ ଓ ବାପାଙ୍କ ଦେହାନ୍ତ ପରେ ଏହି ଦୁଇ ଭାଇଭଉଣୀ ସଂପୂର୍ଣ୍ଣ ଭାବେ ଅବହେଳାର ଶୀକାର ହୋଇ ପଡ଼ିଛନ୍ତି। ନିଜ ବଡ଼ବାପା ମାଧବ କହଁରଙ୍କ ଘରେ ଉଭୟ ଶିଶୁ ଆଶ୍ରୟ ନେଇଛନ୍ତି। ତେବେ ବଡ଼ବାପାଙ୍କ ପରିବାର ସଦସ୍ୟ ସଂଖ୍ୟା ୭ଜଣ ଥିବା ବେଳେ ଓ ସେ ଗରିବ ଶ୍ରେଣୀର ହୋଇଥିବାରୁ ପୁଣି ଦୁଇଜଣଙ୍କୁ ପାଳିବା ତାଙ୍କ ପାଇଁ କଷ୍ଟକର ବୋଲି ପ୍ରକାଶ କରିଛନ୍ତି। ଏହି ଖବର ଚାଇଲ୍ଡ ଲାଇନର ଟିମ୍ ସଦସ୍ୟ ଶିବ ଶଙ୍କର ବେହେରା ପାଇବା ପରେ ଘଟଣା ସଂପର୍କରେ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡାକୁ ଜଣାଇଥିଲେ। ଶ୍ରୀ ପଣ୍ଡାଙ୍କ ନିର୍ଦେଶ ଅନୁଯାୟୀ ଟିମ୍ ସଦସ୍ୟ ଶ୍ରୀ ନାୟକ ଓ ସୁପ୍ରଭା ନାୟକ ପ୍ରମୁଖ ଅସହାୟ ଓ ବେସାହାରା ଭାଇଭଉଣୀଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ଏହାସହିତ ଭାଇଭଉଣୀଙ୍କ ଯତ୍ନ ନିଆଯିବା ସାଙ୍ଗକୁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।
ଏହି ଦୁଇ ଭାଇଭଉଣୀଙ୍କ ମଧ୍ୟରୁ ଭଉଣୀ ଦଶମ ଶ୍ରେଣୀରେ ପଢୁଥିବା ବେଳେ ସେ ବେଲପଦର ଛାତ୍ରୀ ନିବାସରେ ରହୁଛନ୍ତି। ତେବେ ବର୍ତ୍ତମାନ କରୋନା କଟକଣା ଯୋଗୁଁ ନିଜ ବଡ଼ବାପା ଘରେ ଗତ ୪ ମାସ ହେଲା ରହୁଛନ୍ତି। ସେହିପରି ତାଙ୍କର ସାନଭାଇ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇବେ ବୋଲି ଜଣାଯାଇଛି। ବାପା-ମାଆଙ୍କ ପରଲୋକ ପରେ ଉଭୟ ଭାଇଭଉଣୀ ନିଜେ ରୋଷେଇ କରି ଖାଇବା ସହିତ ନିଜେ ଏକ ଘରେ ରହୁଥିଲେ। ପରବର୍ତ୍ତି ସମୟରେ ସରପଞ୍ଚ ଓ ଅନ୍ୟମାନଙ୍କ ହସ୍ତକ୍ଷେପ ପରେ ଭଭୟ ଶିଶୁ ଆସି ବଡ଼ବାପା ଘରେ ରହୁଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories