www.samajalive.in
Sunday, December 14, 2025
19.1 C
Bhubaneswar

ସୁଶାନ୍ତ ସିଂହ ମୃତ୍ୟୁ ଘଟଣା : ଶବବ୍ୟବଚ୍ଛେଦ ରିପୋର୍ଟ ଯାଞ୍ଚ କରିବ ଏମ୍ସ

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ କେନ୍ଦ୍ର (ଏମ୍ସ) ଦିଲ୍ଲୀର ଫରେନସିକ୍ ଟିମ୍ ସୁଶାନ୍ତ ସିଂହ ରାଜପୁତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଯାଞ୍ଚ କରି ଆବଶ୍ୟକ ଆଇନଗତ ଡାକ୍ତରୀ ରିପୋର୍ଟ ପ୍ରଦାନ କରିବ। ଏ ସମ୍ପର୍କରେ ସିବିଆଇ ଦିଲ୍ଲୀ ଏମ୍ସର ଫରେନସିକ୍ ଟିମ୍ ଆବଶ୍ୟକ ଅନୁରୋଧ କରିଛି।

ଫରେନସିକ୍ ବିଭାଗ ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି ସିବିଆଇ ଠାରୁ ସୁଶାନ୍ତଙ୍କ ମୃତ୍ୟୁ ସମ୍ପର୍କିତ ରିପୋର୍ଟ ମିଳିବା ପରେ ଏହାକୁ ଅନୁଧ୍ୟାନ କରିବା ପରେ ଆମେ ରିପୋର୍ଟ ଦେବୁ। ସିବିଆଇ ଏବେ ସୁଶାନ୍ତଙ୍କ ମୃତ୍ୟୁ ସମ୍ପର୍କିତ ସମସ୍ତ ରିପୋର୍ଟ ସଂଗ୍ରହ କରୁଛି। ଆମେ ସୁଶାନ୍ତଙ୍କ ଶରୀରର କ୍ଷତ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପରିସ୍ଥିତିକୁ ଅନୁଧ୍ୟାନ କରିବୁ। ଏହା ସହିତ ସଂରକ୍ଷିତ ରହିଥିବା ସୁଶାନ୍ତଙ୍କ ଭିସେରା ନମୁନାକୁ ପରୀକ୍ଷା କରାଯିବ ବୋଲି ଡାକ୍ତର ଗୁପ୍ତା କହିଛନ୍ତି। ଭିସେରା ନମୁନା ଯାଞ୍ଚରୁ ଜଣାପଡିବ ସେ ସୁଶାନ୍ତଙ୍କୁ ଅବସାଦ ଦୂର ଲାଗି ଔଷଧ ଦିଆଯାଇ ଥିଲା କି ନାହିଁ। ଏହିସବୁ ଦିଗକୁ ଯାଞ୍ଚ ପରେ ସୁଶାନ୍ତଙ୍କ ମୃତ୍ୟୁ ଝୁଲିବା କାରଣରୁ ହୋଇଛି ନା ତାଙ୍କ ଗଳାକୁ ଦୀର୍ଘ ସମୟ ଚାପି ଧରିବାରୁ ହୋଇଛି ସେ ସମ୍ପର୍କରେ ରିପୋର୍ଟ ଦିଆଯିବ। ଏହି ଦୁଇ ମୃତ୍ୟୁ ମଧ୍ୟରେ ବହୁତ କମ୍ ପାର୍ଥକ୍ୟ ରହିଛି। ସୀନା ବୋରା ଓ ସୁନନ୍ଦା ପୁଷ୍କର ହତ୍ୟା ମାମଲାରେ ଡାକ୍ତର ଗୁପ୍ତାଙ୍କ ଟିମ୍ ମେଡିକୋ ଲିଗାଲ ରିପୋର୍ଟ ଦେଇଥିଲା।

- Advertisement -

ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ବୟାନ ପୁଣି ଥରେ ମୁମ୍ବଇ ପୁଲିସର କାର୍ଯ୍ୟକୁ ସନ୍ଦେହ ପରିସରକୁ ଆଣିଛି। ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିବା କୁପର ହସ୍ପିଟାଲର ୫ଜଣିଆ ଡାକ୍ତର ଦଳକୁ ସିବିଆଇ ଶନିବାର ଜେରା କରିଛି। ଜେରା ସମୟରେ ଡାକ୍ତରୀ ଦଳ ସିବିଆଇକୁ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଜେରା ସମୟରେ ଜଣେ ଡାକ୍ତର କହିଥିଲେ ଯେ ମୁମ୍ବଇ ପୁଲିସର ନିର୍ଦେଶକ୍ରମେ ବିଳମ୍ବିତ ରାତିରେ ସୁଶାନ୍ତଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା। ସୁଶାନ୍ତଙ୍କର କରୋନା ସ୍ୱାବ ପରୀକ୍ଷା ରିପୋର୍ଟ ଆସିବା ପୂର୍ବରୁ ଶବବ୍ୟବଚ୍ଛେଦ କରାଯାଇଥିଲା। ତେବେ ଜଣେ ଡାକ୍ତର କହିଛନ୍ତି ଯେ କରୋନା ରିପୋର୍ଟ ଆସିବା ପୂର୍ବରୁ ଶବ ବ୍ୟବଚ୍ଛେଦ କରିବା ନେଇ କୌଣସି କଟକଣା ନାହିଁ। ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ପୁନଃ ସରଞ୍ଚନା ନିମନ୍ତେ ସିବିଆଇ ଟିମ୍‍ ଶନିବାର ବାନ୍ଦ୍ରାସ୍ଥିତ ବାସଭବନରେ ପହଞ୍ଚିଛି। ସିବିଆଇ ଟିମ୍‍ ସହିତ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି, ରୋଷେୟା ନୀରଜ ପ୍ରମୁଖ ବାନ୍ଦ୍ରା ବାସଭବନକୁ ଯାଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories